ETV Bharat / state

ଉତ୍କଳ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ଅଧିକାଂଶ ପ୍ରଫେସର ପଦବୀ

author img

By

Published : Feb 3, 2023, 12:52 PM IST

ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

abvp press meet
abvp press meet
abvp press meet

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ହେଉଛି ରାଜ୍ୟର ବୃହତ୍ ଓ ପ୍ରଥମ ବିଶ୍ୱବିଦ୍ୟାଳୟ । ଉତ୍କଳ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ବିଦେଶରୁ ଛାତ୍ରଛାତ୍ରୀ ମାନେ ପଢିବା ପାଇଁ ପସନ୍ଦ କରିଥାନ୍ତି । ଅନେକ ପିଲାମାନେ ଏଠାରେ ପଢିବା ପାଇଁ ଭଲ ସୁଯୋଗ ପାଇଥାନ୍ତି । କିନ୍ତୁ ଏବେ ଅନେକ ସମସ୍ୟା ମଧ୍ୟରେ ଗତି କରୁଛି ଉତ୍କଳ ବିଶ୍ୱବିଦ୍ୟାଳୟ ।

ମୁଖ୍ୟ ସମସ୍ୟା ହେଉଛି ଅଧ୍ୟାପକ ଅଭାବ । ପ୍ରାୟତଃ 30ଟି ବିଭାଗରେ 257 ଅଧ୍ୟାପକ ପଦରୁ ଅଧିକାଂଶ ବିଭାଗରେ ଅଧ୍ୟାପକ ପଦବୀ ଖାଲିପଡ଼ିଛି । ଉତ୍କଳ ବିଶ୍ୱବିଦ୍ୟାୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ପୂରଣ ପାଇଁ ଅନେକ ଦିନରୁ ଦାବି କରାଯାଉଥିଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ବିଶ୍ବବିଦ୍ୟାଳୟ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହା ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଦେଖାଯାଉଛି ।

ଏନେଇ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ ମୋଟ ଉତ୍କଳ ବିଶ୍ୱବିଦ୍ୟାଳୟରେ 30 ବିଭାଗରେ 257ଟି ଅଧ୍ୟାପକଙ୍କ ଆବଶ୍ୟକତା ରହିଥିବା ବେଳେ 137ଜଣ ଅଧ୍ୟାପକ କାର୍ଯ୍ୟ କରୁଛନ୍ତି । ବାକି 120ଟି ଅଧ୍ୟାପକ ପଦବୀ ଖାଲିପଡ଼ିଛି । ଏହା ମଧ୍ୟରେ ବିଶ୍ୱବିଦ୍ୟାଳୟରେ 47ଟି ପ୍ରଫେସର ଆବଶ୍ୟକତା ରହିଥିବା ବେଳେ ରହିଛନ୍ତି ମାତ୍ର 13 ଜଣ, ବାକି 34ଟି ପଦବୀ ଏବେବି ଖାଲି ପଡ଼ିଛି । ସେହିପରି ସହଯୋଗୀ ପ୍ରଫେସର 76ଟି ପଦବୀ ରହିଥିବା ବେଳେ 36 ଜଣ ସହକାରୀ ଅଧ୍ୟାପକ ନିଯୁକ୍ତି ରହିଛନ୍ତି । ଏନେଇ 40 ଜଣ ପଦବୀ ଖାଲି ପଡ଼ିଛି । ସେହିପରି ଭାବରେ ଆସିଷ୍ଟାଣ୍ଟ ପ୍ରଫେସର/ପ୍ରାଧ୍ୟାପକ 134ଟି ପଦବୀ ରହିଥିବା ବେଳେ ସେଥିମଧ୍ୟରୁ 88 ଜଣ କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ବାକି 46 ଟି ପଦବୀ ଖାଲିପଡ଼ିଛି ।

ଯଦି ବିଭାଗ ଅନୁଯାୟୀ ଦେଖିବା ତେବେ ବିଜିନେସ୍‌ ଆଡମିନଷ୍ଟ୍ରେସନ ବିଭାଗ ସମେତ ଓଡ଼ିଆ, ପିଏମ ଆଣ୍ଡ ଆଇଆର, ଫିଜିକ୍ସ, ବଟାନି, ଅର୍ଥନୀତି, ଗଣିତ ଇଂରାଜୀ ଭଳି ପ୍ରମୁଖ ବିଭାଗରେ ପ୍ରଫେସରଙ୍କ ପଦବୀ ଖାଲି ପଡ଼ିଛି । ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ନାମରେ କୋଟି କୋଟି ଟଙ୍କା ଆସୁଛି । ହେଲେ ତାହା କେଉଁଆଡେ ବାଟବଣା ହୋଇଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

ଏଭଳି ବଡ଼ ଧରଣର ଘୋଟାଲା ରୋକିବାରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି । ସବୁଠାରୁ ବଡ଼ ଅଭିଯୋଗ ହେଉଛି ବିଶ୍ବବିଦ୍ୟାଳୟ ଏବେ ନିଶା କାରବାର ଆଡ୍ଡା ସ୍ଥଳ ପାଲଟିଛି। ଏଠି ସକାଳୁ ରାତି ଯାଏ ନିଶାଡିଙ୍କ ରାଜୁତି ଚାଲିଛି । ଅନେକ ଆଶା ଓ ଭରସା କରି ଜଣେ ଛାତ୍ର ରାଜ୍ୟର ବୃହତ୍ ବିଶ୍ଵବିଦ୍ୟାଳୟକୁ ଆସିଥାଏ । ହେଲେ ଏହି ବିଶ୍ବବିଦ୍ୟାଳୟ ଅନେକ ସମସ୍ୟା ଭିତରେ ଛନ୍ଦି ହୋଇରହିଛି ।

ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଏବଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ଯଦି ଦାବି ପୂରଣ ନ ହୁଏ । ତେବେ ଆଗାମୀ ଦିନରେ ଏକ ବୃହତ୍ ଆନ୍ଦୋଳନ କରିବାକୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି । ଏନେଇ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.