ଖୋର୍ଦ୍ଧା: ତେଜୁଜି ପରୀ ପାଇଁ ନ୍ୟାୟ ଦାବି ଆନ୍ଦୋଳନ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଖୋର୍ଦ୍ଧା ନଗର ଶାଖା ପକ୍ଷରୁ ନୟାଗଡ଼ର କୁନି ଝିଅ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ନ୍ୟାୟ ଦାବି । ସ୍ଥାନୀୟ ଟାଉନ୍ ହଲ୍ ସମ୍ମୁଖରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏବିଭିପି ସଦସ୍ୟ ।
ଏହି ଘଟଣାକୁ ଦୀର୍ଘ ୪ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହି ହତ୍ୟାକାଣ୍ଡର ଖୁଲାସା ହୋଇପାରିନାହିଁ କି ଦୋଷୀଙ୍କୁ ଦଣ୍ଡ ମିଳିପାରିନାହିଁ । ଯାହାକି ରାଜ୍ୟ ସରକାରଙ୍କ ଅପାରଗତା ବୋଲି ଅଭିଯୋଗ ହୋଇଛି । 5ଟି ଓ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସର କଥା କହୁଥିବା ରାଜ୍ୟ ସରକାର ରାଜ୍ୟରେ ବଢ଼ୁଥିବା ଅପରାଧକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ଓ ଅପରାଧୀଙ୍କୁ ଦଣ୍ଡ ମିଳିପାରୁ ନଥିବା ବିରୋଧି ସଂଗଠନ ଗୁଡିକ ଅଭିଯୋଗ କରିଛନ୍ତି ।
ଏଥିସହ ରାଜ୍ୟର ଆଇନ ଶୃଙ୍ଖଳାର ଦୟନୀୟ ସ୍ଥିତିକୁ ଏହା ଦର୍ଶାଉଛି ବୋଲି ମଧ୍ୟ କୁହାଯାଉଛି । ତେବେ ବିଦ୍ୟାର୍ଥୀ ପରିଷଦ ପରୀ ହତ୍ୟାକାଣ୍ଡର ଅପରାଧୀ ମାନଙ୍କୁ ଯଥାଶୀଘ୍ର ଦଣ୍ତ ଓ ପରୀକୁ ନ୍ୟାୟ ଦାବି କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ