ଖୋର୍ଦ୍ଧା: ରାଜ୍ୟ ସରକାର ପ୍ରାଚୀନ କଳା ଓ ସଂସ୍କୃତିକୁ ଜୀବିତ ରଖିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏପରିକି ଲୁପ୍ତ ପ୍ରାୟ କଳାକୁ ଉଦଜୀବିତ କରୁଥିବା କହୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହୁଥିବା ପରି ମନେ ହେଉଛି ।
ଏପରି ସ୍ଥିତି ଏବେ ଆମ ପ୍ରାଚୀନ ତଥା ପୁରାତନ କଳା ଦାସକାଠିଆର । ବିବାହ ,ବ୍ରତ ଓ ଜନ୍ମଦିନ ଉତ୍ସବ ଆଦି ଶୁଭ କାର୍ଯ୍ୟରେ ଦାସକାଠିଆ ଓ ପାଲା କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳିଥାଏ । ଏହା ମାଧ୍ୟମରେ ଇଶ୍ୱରୀୟ ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ । ପୁରପଲ୍ଲୀରେ ମନୋରଞ୍ଜନର ଏକ ସହଜ ଓ ସୁବିଧା ମାଧ୍ୟମ ଥିବା ଆମର ଏହି ପ୍ରାଚୀନ ଲୋକ କଳା ଏବେ ଲୋପ ପାଇବାକୁ ବସିଲାଣି ।
ଏହି ସମ୍ପର୍କରେ ଏହି କଳା ମାଧ୍ୟମରେ ଯେଉଁ ସାହିତ୍ୟ ଭାଷାର ପ୍ରୟୋଗ କରୁଛୁ ତାହାକୁ ବର୍ତ୍ତମାନର ଯୁବପିଢ଼ିଙ୍କର ବୁଝିବାକୁ ଆଗ୍ରହ ନଥିବା ଦାସକାଠିଆ ଗାୟକ ଦେବେନ୍ଦ୍ର ନାଥ ଦାସ କୁହନ୍ତି । ସେହିପରି ଆଜିର ଏହି ସିନେମା ,ଯାତ୍ରା ଓ ବିଭିନ୍ନ ଟିଭି କାର୍ଯ୍ୟକ୍ରମକୁ ଲୋକମାନେ ଆଦରି ନେଲେଣି ଯାହାଫଳରେ ଏହି କଳା ପ୍ରତି ଧୀରେ ଧୀରେ ଲୋକମାନଙ୍କର ଆଗ୍ରହ କମିଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ