ETV Bharat / state

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରାର୍ଥୀ ଭାବେ ଅଭିଷେକଙ୍କ ନାମାଙ୍କନ ଦାଖଲ

author img

By

Published : Nov 10, 2022, 5:30 PM IST

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରାର୍ଥୀ ଭାବେ ଅଭିଷେକଙ୍କ ନାମାଙ୍କନ ଦାଖଲ । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ ବିଜେଡ଼ି ସମର୍ଥିତ ଅଭିଷେକ ସିଂ ସାମନ୍ତ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦଳ ପକ୍ଷରୁ ଅଭିଷେକଙ୍କ ନାମ ଘୋଷଣା କରିଥିଲେ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ନୂତନ ସଭାପତି ଅଭିଷେକ ସିଂ ସାମନ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରାର୍ଥୀ ଭାବେ ବିଜେଡ଼ି ସମର୍ଥିତ ଅଭିଷେକ ସିଂ ସାମନ୍ତ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦଳ ପକ୍ଷରୁ ଅଭିଷେକଙ୍କ ନାମ ଘୋଷଣା କରିଥିଲେ । ତେବେ ୧୫ଜଣ ବୋର୍ଡ଼ ଅଫଡାଇରେକ୍ଟର ପାଇଁ ପ୍ରଥମେ ନିର୍ବାଚନ ହୋଇଥିଲା । ଏହି ୧୫ଜଣ ମଧ୍ୟରୁ ୧୨ଜଣ ବିଜେଡ଼ି ସମର୍ଥିତ ପ୍ରର୍ଥୀ ପ୍ରାର୍ଥୀନୀ ବିଜୟୀ ହୋଇଥିଲେ ।

ଜଣେ ଯୁବ ସଂଗଠକ ତଥା ପୂର୍ବତନ ଖୋର୍ଦ୍ଧା ଟାଉନ ବିଜେଡ଼ି ସଭାପତି ଅଭିଷେକ ଏକ ମାତ୍ର ପ୍ରାର୍ଥୀ ଭାବେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ୧୩ତାରିଖ ଦିନ ପ୍ରାର୍ଥପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ, ସରକାରୀ ଭାବେ ଅଭିଷେକଙ୍କ ନାମ ଘୋଷଣା କରାଯାଇନଥିଲେ ମଧ୍ୟ ଏକ ପ୍ରକାର ନିଶ୍ଚିତ ହୋଇସାରିଥିଲା । କାରଣ ୧୫ଜଣ ବୋର୍ଡ଼ ଅଫ ଡାଇରେକ୍ଟରଙ୍କ ମଧ୍ୟରୁ ଅଭିଷେକଙ୍କ ସପକ୍ଷରେ ୧୨ଜଣ ଡାଇରେକ୍ଟରଙ୍କ ସମର୍ଥନ ରହିଛି । ୧୫ଜଣ ବୋର୍ଡ଼ ଅଫଡାଇରେକ୍ଟର ମଧ୍ୟରୁ ୧୨ଜଣ ବିଜେଡ଼ି ସମର୍ଥିତ ପ୍ରର୍ଥୀ ପ୍ରାର୍ଥିନୀ ବିଜୟୀ ହୋଇଛନ୍ତି ।

ଗତକାଲି(ବୁଧବାର)ଅଭିଷେକ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସହ ଜିଲ୍ଲା ବିଜେଡ଼ି ସଭାପତି ବିଭୁତି ବଳବନ୍ତରାୟ, ଖୋର୍ଦ୍ଧା, ବେଗୁନିଆ, ଚିଲିକା, ଭୁବନେଶ୍ୱରର ଦୁଇ ବିଧାୟକଙ୍କ ସହ ରଣପୁର ବିଧାୟକ ଉପସ୍ଥିତ ଥିଲେ । ତେବେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ ଦଳ ପକ୍ଷରୁ ଅଭିଷେକଙ୍କ ନାଁ ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଜିଲ୍ଲାର ସମସ୍ତ ବିଧାୟକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ସମସ୍ତ ବୋର୍ଡ଼ ଅଫ ଡାଇରେକ୍ଟର ମାନଙ୍କୁ ସାଙ୍ଗରେ ନେଇ ସମବାୟ ବ୍ୟାଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି ଅଭିଷେକ କହିଛନ୍ତି ।

ଏ ସମ୍ପର୍କରେ ଅଭିଷେକ ସିଂ ସାମନ୍ତ କହିଛନ୍ତି, ''କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିମନ୍ତ ଦଳ ପକ୍ଷରୁ ଘୋଷାଣ କରାଯିବା ପରେ ସେ ନାମାଙ୍କନ ଦାଖଲ କରିଛନ୍ତି । ଏଥିନିମନ୍ତେ ମୁଁ ଅତ୍ୟନ୍ତ ଖୁସି ଅଛି । ତେବେ ଏହି ପଦବୀ ପାଇଁ ମୋତେ ସଭାପତି କରିବା ପାଇଁ ଜିଲ୍ଲାର ସବୁ ବିଧାୟକ, ଜିଲ୍ଲା ସଭାପତି, ଆଉ ସମସ୍ତ ଡାଇରେକ୍ଟରଙ୍କ ସହମତିରେ ମୁଁ ନିର୍ବାଚିତ ହୋଇପାରିଛି । ଆମ ଭିତରେ ସେମିତି କୌଣସି ମତଭେଦ ନାହିଁ । ତେଣୁ ଆଗାମୀ ଦିନରେ ସମସ୍ତ ଡାଇରେକ୍ଟର ଓ ନେତୃବୃନ୍ଦଙ୍କୁ ନେଇ ବ୍ୟାଙ୍କରେ କିପରି ସୁପରିଚାଳନା ହୋଇପାରିବ ସେ ଦିଗରେ ପଦକ୍ଷେପ ନେବି ।''

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.