ETV Bharat / state

୨୦୨୪ରେ ରାଜ୍ୟର ସମସ୍ତ ବିଧାନସଭା ଏବଂ ଲୋକସଭା ଆସନରେ ଲଢିବ AAP

ସୋମବାର ଆମ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ଏନେଇ ସାରା ଦେଶରେ ଉତ୍ସାହିତ ଆପ୍ କର୍ମୀ । ଓଡ଼ିଶାରେ ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ତୃଣମୂଳସ୍ତରରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଓଡ଼ିଶା ଆପ ଆବାହକ ନିଶିକାନ୍ତ ମହାପାତ୍ର । ଅଧିକ ପଢ଼ନ୍ତୁ

author img

By

Published : Apr 11, 2023, 5:05 PM IST

୨୦୨୪ରେ ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆପ୍‌

ଭୁବନେଶ୍ବର: ୪ଟି ରାଜ୍ୟରେ ଆମ ଆଦମୀ ପାର୍ଟିର ନିର୍ବାଚନୀ ଫଳାଫଳକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟିକୁ ନିର୍ବାଚନ କମିଶନ ଏକ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି । ଆଉ ଏହି ମାନ୍ୟତା ପାଇବା ପରେ ରାଜ୍ୟରେ ବେଶ ଉତ୍ସାହିତ ଆମ ଆଦମୀ ପାର୍ଟି । ୨୦୨୪ ନିର୍ବାଚନରେ ଆପ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଜେଡିର ୨୫ ବର୍ଷର ସରକାର ଫେଲ ମାରିଛି । ଲୋକେ ଏକ ବିକଳ୍ପ ଖୋଜୁଛନ୍ତି । ଆମ ଆଦମୀ ପାର୍ଟିକୁ ବିକଳ୍ପ ଭାବେ ବାଛିବାକୁ ଲୋକେ ପ୍ରସ୍ତୁତ ହେଉଥିବା କହିଛନ୍ତି ଓଡ଼ିଶା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର ।

ଆନ୍ନା ହଜାରେଙ୍କ ଆନ୍ଦୋଳନରୁ ଜାତୀୟ ରାଜନୈତିକ ଦଳ: ୨୦୧୨ରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆନ୍ନା ହଜାରେଙ୍କ ନେତୃତ୍ବରେ 'ଆମ ଆଦମୀ ପାର୍ଟି' ଏକ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଧିରେ ଧିରେ ଏହା ରାଜନୈତିକ ଦଳରେ ପରିବର୍ତ୍ତନ ହୋଇ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କଲା । ଗୁଜରାଟରେ ପ୍ରଥମ ଥର ନିର୍ବାଚନକୁ ଓହ୍ଲାଇ ଯଦିଓ ଆଶାନୁରୂପ ଫଳ ଦଳକୁ ମିଳିନଥିଲା, ତଥାପି ୫ଟି ଆସନ ହାତେଇଥିଲା ଆପ୍ । ସୋମବାର ଏହା ଜାତୀୟ ମାନ୍ୟତା ପାଇଛି । ବର୍ତ୍ତମାନ ଏହି ଦଳ ଦୁଇଟି ରାଜ୍ୟ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଅଛି । ଓଡିଶାରେ ମଧ୍ୟ ଦଳ କ୍ଷମତା ଅକ୍ତିଆର କରିବାକୁ ରଣନୀତି ଆରମ୍ଭ କରିଛି । ଲୋକଙ୍କ ମୌଳିକ ସମସ୍ୟାକୁ ମୁଦ୍ଦା କରି ନିର୍ବାଚନକୁ ଓହ୍ଲାଇବ ଆପ । ଜାତୀୟ ମାନ୍ୟତା ପାଇବା ପରେ ଦଳର କର୍ମକର୍ତ୍ତା ଓ ସଦସ୍ୟଙ୍କ ମନୋବଳ ଦୃଢ ହୋଇଛି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟାକୁ ବୁଝିବାକୁ ପ୍ରୟାସ ଆରମ୍ଭ କରିଛି ଦଳ । ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି, ପାଣି ଭଳି ମୌଳିକ ସୁବିଧା କିପରି ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିପାରିବ ସେନେଇ ଦଳ ଅଭିଯାନ ଆରମ୍ଭ କରିଛି ବୋଲି କହିଛନ୍ତି ଓଡ଼ିଶା ଆପ ଆବାହକ ନିଶିକାନ୍ତ ମହାପାତ୍ର ।

'ଓଡ଼ିଶା ଆସିବେ କେଜ୍ରିୱାଲ': ଆମ ଆଦମୀ ପାର୍ଟିକୁ ଜାତୀୟ ମାନ୍ୟତା ମିଳିବା ପରେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, "ଏହା ଏକ ବଡ଼ ଦାୟିତ୍ବ । ଏଭଳି ସମୟରେ ଆମ ଆଦମୀ ପାର୍ଟି ଜାତୀୟ ଦଳର ମାନ୍ୟତା ପାଇବା କୌଣସି ଆଶ୍ଚର୍ଯ୍ୟକର ଘଟଣାଠାରୁ କମ ନୁହେଁ ।" ତେବେ ଓଡିଶାରେ ଖୁବଶୀଘ୍ର ଆମ ଆଦମୀ ପାର୍ଟି ଏକ ସଭାର ଆୟୋଜନ କରିବାକୁ ଯାଉଛି । ଯେଉଁଠି ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଲୋକମାନଙ୍କୁ ଉଦବୋଧନ ଦେବେ । ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କଣ କଣ ମୁଦ୍ଦା ରଖିଛି ଦଳ ତାର ଘୋଷଣା କରିବେ ଅରବିନ୍ଦ କେଜ୍ରିୱାଲ । ଏଥିପାଇଁ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ନିଶିକାନ୍ତ । ରାଜ୍ୟରେ ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ନିରଙ୍କୁଶ କ୍ଷମତା ଉପଭୋଗ କରୁଛି । ବ୍ରାଣ୍ଡ ନବୀନ ଏବଂ ଶଙ୍ଖ ଚିହ୍ନ ଉପରେ ଲୋକେ ମୋହର ଲଗାଇ ଚାଲିଛନ୍ତି । ବାକି ରହିଲା ବିଜେପି ଓ କଂଗ୍ରେସ । ଯିଏକି ମୁଖ୍ୟ ବିରୋଧି ଦଳ ଭାବେ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ୨୦୨୪ରେ କେସିଆରଙ୍କ ବିଆରଏସ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଆପ ମଧ୍ୟ ଓଡ଼ିଶାରେ ଫାଇଟ ଦେବାକୁ ଯାଉଛି । ଦେଖିବାର କଥା ଆଞ୍ଚଳିକ ଦଳ ଉପରେ ବିଜେପି, କଂଗ୍ରେସ ଏବଂ ଆପ ଭଳି ଜାତୀୟ ଦଳ ଗୁଡିକ କେତେ ଭାରି ସାବ୍ୟସ୍ତ ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.