ETV Bharat / state

ଓଡ଼ିଶାରେ ମଣିପୁର ଶାସନ ଆରମ୍ଭ ହୋଇଯାଇଛି: ଆପ୍ - ବିଜେଡି ଉପରେ ବର୍ଷିଲା ଆପ୍

ଦିଲ୍ଲୀ ଅଧ୍ୟାଦେଶ ବିଲ ଉପରେ ବିଜେଡିର ସମର୍ଥନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ଓଡ଼ିଶା ଆମ୍‌ ଆଦମୀ ପାର୍ଟି । ଇଡି ଏବଂ ସିବିଆଇ ଭୟରେ ନବୀନ ପଟ୍ଟନାୟକ ଏପରି କରିଥିବା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି । ଅଧିକ ପଢ଼ନ୍ତୁ

aap targets bjd
ବିଜେଡି ଉପରେ ବର୍ଷିଲା ଆପ୍
author img

By

Published : Aug 8, 2023, 10:26 PM IST

ବିଜେଡି ଉପରେ ବର୍ଷିଲା ଆପ୍

ଭୁବନେଶ୍ବର: ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ ଉପରେ ବିଜେଡି ମୋଦି ସରକାରଙ୍କୁ ସମର୍ଥନ ଜଣାଇଛି । ବିଜେଡିର ଏହି ନିଷ୍ପତ୍ତିକୁ ଦୃଢ଼ ନିନ୍ଦା କରିଛି ଆମ୍ ଆଦମୀ ପାର୍ଟି । ବିଜେପି ସହିତ ବିଜେଡି ହାତ ମିଳାଇ ବିଲ ପାସ କରିଥିବା ଆପ୍ ଅଭିଯୋଗ କରିଛି । ଇଡି ଏବଂ ସିବିଆଇ ଭୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କରିଥିବା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି ।

ଆପ୍ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, "ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖା ଖୋଲି ଯାଇଛି । ଓଡ଼ିଶାରେ ମଣିପୁର ଶାସନର ପରୀକ୍ଷା ଆରମ୍ଭ ହୋଇ ଯାଇଛି । ବିଜେଡି ଏକ ସମ୍ବିଧାନ ବିରୋଧୀ, ଗଣତନ୍ତ୍ର ବିରୋଧୀ ଏବଂ ସଂଘୀୟ ବ୍ୟବସ୍ଥା ବିରୋଧୀକୁ ପାର୍ଲିଆମେଣ୍ଟର ସମର୍ଥନ କଲେ ଏବଂ ବିଜେପି ସହ ହାତ ମିଳାଇ ବିଲ ପାସ କଲେ । ଅମିତ ଶାହ ଓଡ଼ିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରସଂଶା କଲେ । ନବୀନ ପଟ୍ଟନାୟକ ମଧ୍ୟ ଅମିତ ଶାହଙ୍କୁ ପ୍ରସଂଶା କଲେ। ମଣିପୁର ଘଟଣାକୁ ନେଇ ନବୀନ ପଟ୍ଟନାୟକଙ୍କ କିଛି ଫରକ ପଡିଲା ନାହିଁ । ଇଡି ଏବଂ ସିବିଆଇ ଭୟରେ ନବୀନ ପଟ୍ଟନାୟକ ବିଜେପି ସରକାରକୁ ସମର୍ଥନ କରିଛନ୍ତି । ବର୍ତ୍ତମାନ ଓଡ଼ିଶାବାସୀଙ୍କୁ ନବୀନ ସ୍ପଷ୍ଟ କରିବା ଉଚିତ ଯେ ବିଜେପି ସହିତ ଲୋକ ଦେଖାଣିଆ ଲଢେଇ ପ୍ରକୃତ ନୁହେଁ ।"

ଆପ୍ ଆହୁରି କହିଛି ଯେ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ଯେଉଁପରି ଭାବେ ଥାନା ଭିତରେ ଗଞ୍ଜେଇ ବେପାର ଚାଲିଛି ଏବଂ ପରବର୍ତ୍ତୀ ସମୟରେ ପୋଲିସ ସାଧାରଣ ଆଦିବାସୀ ଙ୍କ ଉପରେ ବର୍ବର ଦମନଲୀଳା କରିଛି । ତାହା ମଣିପୁରର ପୋଲିସ ବ୍ୟବହାର ସହିତ ସମାନ ଅଟେ । ନବୀନଙ୍କ ସମୟରେ ଗଞ୍ଜେଇ ଏବଂ ନିଶାଦ୍ରବ୍ୟର ବ୍ୟବହାର ବୃଦ୍ଧି ପାଇବା ଏବଂ ସେଥିରେ ପୋଲିସ ପ୍ରଶାସନ ସିଧାସଳଖ ସମ୍ପୃକ୍ତ ରହିବା ଓଡ଼ିଶା ପାଇଁ ଅତ୍ୟନ୍ତ ଲଜ୍ୟାଜନକ ଘଟଣା ଅଟେ । ଏଥିପାଇଁ ବିଜୁ ଜନତା ଦଳ ଏବଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଉତ୍ତର ରଖିବା ଆବଶ୍ୟକ ବୋଲି ନିଶିକାନ୍ତ ମହାପାତ୍ର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Delhi Ordinance Bill: ଲୋକସଭା ପରେ ରାଜ୍ୟସଭାରେ ପାରିତ, ବିଲ ସପକ୍ଷରେ ପଡିଲା 131 ଭୋଟ

ସେହିଭଳି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଯେଉଁପରି ଭାବରେ ସ୍ପଷ୍ଟ ଦିବାଲୋକରେ ବିଦ୍ୟୁତ୍ ମିଟର ରିଡରଙ୍କୁ ଜଣେ ଉପଭୋକ୍ତା ହତ୍ୟାକଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ବିଦ୍ୟୁତବିଲକୁ ନେଇ ସାଧାରଣ ଜନତା ଭିତରେ ସରକାର ଏବଂ ଟାଟା କମ୍ପାନୀ ପ୍ରତି ପ୍ରବଳ ରାଗ ରହିଛି । ଅହେତୁକ ଦର ବୃଦ୍ଧି ଏବଂ ବିଜୁଳି ବିଭ୍ରାଟ ଲୋକମାନଙ୍କୁ ହନ୍ତସନ୍ତ କରୁଛି । ଆମ୍ ଆଦ୍‌ମୀ ପାର୍ଟି ଦୀର୍ଘ ଦିନରୁ ୨୦୦ ୟୁନିଟ୍ ଫ୍ରି ବିଜୁଳି ପାଇଁ ଆନ୍ଦୋଳନ କରୁଛି । ପୁନଶ୍ଚ ସମସ୍ତ ଉପଭୋକ୍ତାଙ୍କ ପାଇଁ 200 ୟୁନିଟ ଫ୍ରି ଇଲେକ୍ଟ୍ରିସିଟି ପାଇଁ ଦାବି କରିବା ସହିତ ମୃତକଙ୍କ ବିଦ୍ୟୁତ ରିଡରଙ୍କ ପରିବାରଙ୍କୁ ଦଶ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାପାଇଁ ଆପ୍ ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.