ETV Bharat / state

ଅପାରଗତା ଲୁଚେଇବାକୁ ସିବିଆଇ ତଦନ୍ତ: ଆପ୍

ନିଜର ଅପାରଗତାକୁ ଲୁଚାଇବା ପାଇଁ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ କରୁଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କୁ ଟର୍ଗେଟ କରି ଏମିତି କହିଲେ ଆପ ସାଂସଦ । ଅଧିକ ପଢନ୍ତୁ

author img

By

Published : Jun 9, 2023, 12:17 PM IST

aap mp sanjay singh targets bjp
aap mp sanjay singh targets bjp
balasore train tragedy

ଭୁବନେଶ୍ବର: ବାହନାଗା ରେଳ ଦୁର୍ଘଟଣା ଓ ରେଳ ବିଭାଗରେ ଖାଲି ପଡିଥିବା ପଦବୀକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଆପ ସାଂସଦ ସଞ୍ଜୟ ସିଂହ । କେମିତି ହେଲା ଏତେ ବଡ ଦୁର୍ଘଟଣା ? ଏଥିପାଇଁ ଦାୟୀ କିଏ ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆପ ସାଂସଦ । ଭାରତୀୟ ଜନତା ପାର୍ଟି ନିଜର ଅପାରଗତାକୁ ଲୁଚାଇବା ପାଇଁ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ କରୁଛି । ରେଳ ବିଭାଗରେ 3 ଲକ୍ଷ କର୍ମଚାରୀ ପଦ ଖାଲି ପଡ଼ିଥିବା ବେଳେ କାହିଁକି ସେଗୁଡିକୁ ପୂରଣ କରାଯାଉ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ସଞ୍ଜୟ ।

ଗତକାଲି(ଗୁରୁବାର) ଭୁବନେଶ୍ବରରେ ଆପ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଯେଉଁଠାରେ ରାଜ୍ୟରେ ପ୍ରତ୍ୟେକ ପରିବାରକୁ ମାଗଣା 200 ୟୁନିଟ ବିଦ୍ୟୁତ ଯୋଗାଣ ଦେବାକୁ ଦାବି ହୋଇଥିଲା । ଏଥି ସହ ରେଳ ଦୁର୍ଘଟଣାରେ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତକୁ ନେଇ ବିଜେପିକୁ କଡା ସମାଲୋଚନା କରିଥିଲେ ଆପ ସାଂସଦ ସଞ୍ଜୟ ସିଂହ । ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏହାର କିନ୍ତୁ କୌଣସି ସୁଫଳ ମିଳିବ ନାହିଁ । ଅତୀତରେ ଏମିତି ଅନେକ ଘଟଣା ଘଟିଛି ତାର ତଦନ୍ତ ବିଳମ୍ବ ହୋଇଛି ଫଳରେ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ରେଳ ବିଭାଗ ମନୋମୁଖୀ କାର୍ଯ୍ୟ କରୁଛନ୍ତି, ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ,ଖାଲି ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ବାସ୍ତବ କାର୍ଯ୍ୟ ହେଉନାହିଁ । କେନ୍ଦ୍ର ସରକାର କବଚ କଥା କହିଥିଲେ ହେଲେ ତା କୁଆଡେ ଗଲା ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି ।

ରେଳ ବିଭାଗର ପିସିଏମଓ 9 ଫେବୃଆରୀ 2023ରେ କହିଥିଲେ ଇଲୋକ୍ଟ୍ରୋନିକ ଇଣ୍ଟର ଲକିଂ ସିଷ୍ଟମ ଖରାପ ଅଛି ବଡ଼ ଦୁର୍ଘଟଣା ହୋଇପାରେ । ତେବେ ଠିକ 3 ମାସ ପରେ ଏଭଳି ବଡ ଦୁର୍ଘଟଣା ହେଲା । ବାରମ୍ବାର ଟ୍ରେନ ଦୁର୍ଘଟଣା ହୋଇ ଚାଲିଛି । ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳ ଓ ପୋଷ୍ଟିଂ ପ୍ରସଙ୍ଗରେ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆମ ଆଦମୀ ପାର୍ଟି ରାଜନୈତିକ ସମର୍ଥନ ଯୋଗାଡ଼ କରିବାରେ ଲାଗିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ,ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ , ଆରଜେଡି ଉପମୁଖ୍ୟ ମନ୍ତ୍ରୀ ତେଜସ୍ୱି ଯାଦବ, ସମାଜବାଦୀ ପାର୍ଟି ନେତା ଆଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବ୍ୟନାର୍ଜୀଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆବଶ୍ୟକ ସ୍ଥଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ କେଜ୍ରିଓ୍ବାଲ । ଭାରତୀୟ ଜନତା ପାର୍ଟି ଏବେ ଭାରତୀୟ ମିଛୁଆ ପାର୍ଟି ବନି ଯାଇଛି ବୋଲି କହିଛନ୍ତି ଆପ ସାଂସଦ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.