ETV Bharat / state

AAPର ଦ୍ରୁତ ବିସ୍ତାରରେ ବିଜେପି ଆତଙ୍କିତ: ରଙ୍ଗା ଚରଣ ପ୍ରଧାନ - ଆମ୍ ଆଦମୀ ପାର୍ଟି ପ୍ରବକ୍ତା ରଙ୍ଗା ଚରଣ ପ୍ରଧାନ

ଦିଲ୍ଲୀରେ ମଦ ଘୋଟାଲାରେ ଆମ୍ ଆଦମୀ ପାର୍ଟି ର ମନ୍ତ୍ରୀ ମାନେ ସାମିଲ ଥିବା ନେଇ ଅପପ୍ରଚାର ଚାଲିଥିବା କହିଛନ୍ତି ଆମ୍ ଆଦମୀ ପାର୍ଟି ପ୍ରବକ୍ତା ରଙ୍ଗା ଚରଣ ପ୍ରଧାନ । ଅଧିକ ପଢନ୍ତୁ

aam aadmi party  pressmeet
aam aadmi party pressmeet
author img

By

Published : May 8, 2023, 10:25 PM IST

aam aadmi party pressmeet

ଭୁବନେଶ୍ବର: ଦିଲ୍ଲୀରେ ମଦ ଘୋଟାଲାରେ ଆମ୍ ଆଦମୀ ପାର୍ଟି ର ମନ୍ତ୍ରୀ ମାନେ ସାମିଲ ଅଛନ୍ତି ବୋଲି ଏକ ଅପପ୍ରଚାର ଚାଲିଛି। ଆପ ପ୍ରଥମରୁ କହି ଆସିଛି ଦିଲ୍ଲୀରେ କୌଣସି ମଦ ଘୋଟାଲା ହୋଇନାହିଁ। କି କିଛି ଦୁର୍ନତୀ ହୋଇନାହିଁ। ବିଜେପି ପକ୍ଷରୁ ଯେଉଁ ଷଡଯନ୍ତ୍ର ହୋଇଥିଲା ତାହା ପଦାରେ ପଡ଼ିଛି ବୋଲି ଆମ୍ ଆଦମୀ ପାର୍ଟି ପ୍ରବକ୍ତା ରଙ୍ଗା ଚରଣ ପ୍ରଧାନ ପ୍ରେସମିଟ ଜରିଆରେ କହିଛନ୍ତି।

ତେବେ ଗତ ୬ ତାରିଖରେ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ବେଲର ଶୁଣାଣି ଚାଲିଥିଲା । ବିଜେପି ପକ୍ଷରୁ ଅପପ୍ରଚାର ହୋଇ ଆସୁଥିଲା ଯେ ଦିଲ୍ଲୀର ନୂଆ ଅବକାରୀ ନୀତିରେ ଦୁର୍ନୀତି ହୋଇଛି । ଏହାର ପ୍ରମାଣ ସ୍ବରୂପ ସେମାନେ କହୁଥିଲେ ଯେ ସାଉଥ୍ ଗ୍ରୁପ୍ ନାମକ ଏକ ସଂସ୍ଥା ଆମ୍ ଆଦ୍‌ମୀ ପାର୍ଟିକୁ ୧୦୦ କୋଟି ଟଙ୍କା ଦେଇଛି । ଯାହାକୁ ଆମ୍ ଆଦ୍‌ମୀ ପାର୍ଟି ଗୋଆ ନିର୍ବାଚନରେ ଖର୍ଚ୍ଚ କରିଛି । ଗତ ୬ ତାରିଖରେ ଏହି ଦୁଇଜଣଙ୍କୁ ରାଉଜ ଆଭିନ୍ୟୁ କୋର୍ଟ ପ୍ରମାଣ ଅଭାବରୁ ଜାମିନରେ ଛାଡି ଦେଇ କହିଛନ୍ତି ଯେ ଇଡି ଦ୍ବାରା ଦାଖଲ ହୋଇଥିବା ଅଭିଯୋଗ ମୁତାବକ ଏହି ଟଙ୍କାର ପରିମାଣ ୧୦୦ କୋଟି ଟଙ୍କା ନୁହେଁ, ୩୦ କୋଟି ଟଙ୍କା ।

ତଥାପି ଇଡି ଏହି ୩୦ କୋଟି ଟଙ୍କା ଦେଣନେଣ ପାଇଁ ମଧ୍ୟ କୌଣସି ପ୍ରମାଣ କିମ୍ବା ତଥ୍ୟ ଦେଇ ପାରି ନାହିଁ । ଇଡି ଦ୍ବାରା କେତେକ ଲୋକଙ୍କ ମନଗଢା ସାକ୍ଷ୍ୟକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଇଡିର ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ ଅଫିସର ଗତ ଦୁଇ ବର୍ଷ ହେଲା ଦେଶର ବିଭିନ୍ନ ସ୍ଥାନରେ କରିଥିବା ତମାମ ଛାପା ମାରିବା ଓ ଗିରଫଦାରୀ ସତ୍ତ୍ବେ ଏ ପର୍ଯ୍ୟନ୍ତ ଟଙ୍କା ଟିଏ ମଧ୍ୟ ମିଳି ନାହିଁ । ସେହିପରି ତଦନ୍ତରୁ ଜଣାପଡ଼ିଛି ଯେ ଗୋଆ ନିର୍ବାଚନରେ ନଗଦ ଆକାରରେ ଆମ୍ ଆଦ୍‌ମୀ ମାତ୍ର ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଆମ୍ ଆଦ୍‌ମୀ ପାର୍ଟି ପ୍ରଥମରୁ କହି ଆସୁଛି ଯେ ଦିଲ୍ଲୀର ଅବକାରୀ ନୀତିରେ କୌଣସି ଘୋଟାଲା ହୋଇ ନାହିଁ । ଆମ୍ ଆଦ୍‌ମୀ ପାର୍ଟି ଦୁର୍ନୀତିକୁ ବରଦାସ୍ତ କରେ ନାହିଁ ବୋଲି ସମସ୍ତେ ଜାଣିଛନ୍ତି । ପାର୍ଟି କୁ ବଦନାମ କରିବା ପାଇଁ ମୋଦି ସରକାର ତରଫରୁ ଏହି ଅଭିଯୋଗ ଅଣାଯାଇଛି । ସେହିପରି ପାର୍ଟିର ତୁଙ୍ଗ ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖା ଯାଇଛି । ସାରା ଦେଶରେ ଆମ ଆଦ୍‌ମୀ ପାର୍ଟିର ଦ୍ରୁତ ବିସ୍ତାରରେ ବିଜେପି ଆତଙ୍କିତ ହୋଇ ପାର୍ଟିକୁ ଡରାଇବା ଓ ଭାଙ୍ଗିବା ଉଦ୍ଦେଶ୍ୟରେ ସିବିଆଇ, ଇଡି ଓ ଦିଲ୍ଲୀ ପୋଲିସକୁ ବ୍ୟବହାର କରୁଛି ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟି ପ୍ରବକ୍ତା ।

ସେହିପରି ସାରା ଭାରତରେ ଲୋକୋ ଜାଣିଛନ୍ତି ଯେ ଆପ ଦଳ ଦୁର୍ନୀତି କୁ ବରଦାସ୍ତ କରେ ନାହିଁ କି ଦୁର୍ନୀତି କରେ ନାହିଁ। ବିଜେପି ଏହାକୁ ନେଇ ମନଗଢ଼ା କାହାଣୀ କରୁଛି। ଆପ ର ଆଜି ପର୍ଯ୍ୟନ୍ତ କୌଣସି ନେତା ଦୋଷୀ ସାବ୍ୟସ୍ତ ହୋଇନାହିଁ। 160 ଟି କେସ ଚାଲିଛି ଆମ ଦଳର ନେତା ମାନଙ୍କ ଉପରେ। ଆମ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ଜେଲର ଅଛନ୍ତି। ଆମେ ଜେଲକୁ ଡରି ନାହୁଁ। ଆମେ ଜାଣିଛୁ ଏଥିରେ ନିର୍ଦ୍ଦୋଷ ପ୍ରମାଣିତ ହେବୁ। ବିଜେପି ଇଡି, ସିବିଆଇ ର ଧମକ ଦେଉଛନ୍ତି ହେଲେ ଆମେ ଅନ୍ୟ ଦଳ ଭଳି ନୁହଁ ଯେ ଡରିଯିବୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.