ETV Bharat / state

ଦିନ ଦ୍ବିପ୍ରହରରେ ଗୁଳିମାଡ଼, ଯୁବକ ଗୁରୁତର

author img

By

Published : Jul 2, 2020, 5:53 PM IST

Updated : Jul 2, 2020, 7:16 PM IST

ଖୋର୍ଦ୍ଧା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି । ଆଜି(ଗୁରୁବାର) ଦିନ ଦ୍ବିପ୍ରହରରେ ଜଣଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି 37 ବର୍ଷୀୟ କାହ୍ନୁ ପରିଡା ।

gun firing
ଗୁଳିମାଡରେ ଯୁବକ ଗୁରୁତର

ଖୋର୍ଦ୍ଧା: ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଗୁଳିମାଡ । ଖୋର୍ଦ୍ଧା ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି । ଆଜି(ଗୁରୁବାର) ଦିନ ଦ୍ବିପ୍ରହରରେ ଜଣଙ୍କୁ ଗୁଳିମାଡ ହୋଇଛି । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି 37 ବର୍ଷୀୟ କାହ୍ନୁ ପରିଡା ।

ଗୁଳିମାଡରେ ଯୁବକ ଗୁରୁତର

ଗୁଳିଟି ତାଙ୍କ ନାକରେ ବାଜି ଭିତରେ ରହିଥିବାର ସୂଚନା ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ପାଇ ବାଣପୁର ପୋଲିସ୍‌ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନଭିନ୍‌ ଆରମ୍ଭ କରିଛି । ତେବେ କୌଣସି ବିବାଦରୁ ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 2, 2020, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.