ETV Bharat / state

ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ, ଚର୍ଚ୍ଚାରେ ଛାତ୍ରୀ

ଅଦରକାରୀ ସାମଗ୍ରୀରେ ଘରର ଶୋଭା ବଢାଉଛନ୍ତି ଯୁକ୍ତ ଦୁଇ ଛାତ୍ରୀ । ପଲିଥିନ ଓ ପେପରରେ ଗଢୁଛନ୍ତି ଆକର୍ଷଣୀୟ ଉପକରଣ । ପାଠପଢା ସାଙ୍ଗକୁ ନିଜ କଳାକୃତି ମାଧ୍ୟମରେ ସମସ୍ତଙ୍କ ପ୍ରଶଂସାର ପାତ୍ର ସାଜିଛନ୍ତି ଖୋର୍ଦ୍ଧା ଗେଡିଆପାଲ ଗ୍ରାମର ପାର୍ବତୀ ସାହୁ । ଅଧିକ ପଢନ୍ତୁ...

author img

By

Published : Jul 18, 2021, 8:04 PM IST

Updated : Jul 18, 2021, 9:01 PM IST

ଅଦରକାରୀ ସମଗ୍ରୀରୁ ଆକର୍ଷଣୀର ଘରସଜ୍ଜା ସାମଗ୍ରୀ, ଚର୍ଚ୍ଚାରେ ଛାତ୍ରୀ

ଖୋର୍ଦ୍ଧା: ଅଦରକାରୀ ଖବରକାଗଜରେ ଛାତ୍ରୀଙ୍କ ସୁନ୍ଦର କଳାକୃତି । କାଗଜ ନିର୍ମିତ ଆକର୍ଷଣୀୟ ସାମଗ୍ରୀରେ ଶୋଭା ପାଉଛି ଘର । ପଲିଥିନ ହେଉ ଅବା ପେପର, ସବୁକୁ ସୁନ୍ଦର ରୂପ ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆପଲି ଗ୍ରାମର ପାର୍ବତୀ ସାହୁ । ଲକଡାଉନ ଯୋଗୁଁ ସ୍କୁଲ କଲେଜ ବନ୍ଦ ରହିଛି । ଆଉ ଏହି ସମୟକୁ ସୁଯୋଗରେ ପରିଣତ କରିଛନ୍ତି ପାର୍ବତୀ । ଅଦରକାରୀ କାଗଜ ଓ ପଲିଥିନରୁ ସେ ପେନଷ୍ଟାଣ୍ଡ, ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି, ଫଟୋ ଫେମ, ନାନା ରଙ୍ଗବେରଙ୍ଗୀ ଫୁଲ ସହ ନାନା ଘରସଜ୍ଜା ଉପକରଣ ତିଆରି କରୁଛନ୍ତି । ସାଧାରଣତଃ ଖବରକାଗଜ ପଢି ସାରିବା ପରେ ଏହା ମୂଲ୍ୟହୀନ ହୋଇ କେତେବେଳେ କବାଡ଼ିଖାନାକୁ ଯାଏ ତ କେତେବେଳେ ଅଳିଆ ଗଦାକୁ। କିନ୍ତୁ ଏହି କାଗଜ ଯେତେବେଳେ ପାର୍ବତୀଙ୍କ ହାତକୁ ଆସେ ତାହା ରୂପ ନିଏ ଏକ ସୁନ୍ଦର ସାମଗ୍ରୀର । ସବୁଠୁ ବଡ କଥା ହେଉଛି, ସେ ବିନା ତାଲିମରେ ୟୁଟ୍ୟୁବ ଦେଖି ଏସବୁ ତିଆରି କରୁଛନ୍ତି । ପାଠପଢା ସାଙ୍ଗକୁ ନିଜର ପ୍ରତିଭା ପାଇଁ ସମସ୍ତଙ୍କ ପ୍ରଶଂସାର ପାତ୍ର ସାଜିଛନ୍ତି ଏହି ଛାତ୍ରୀ ।

ଅଦରକାରୀ ସାମଗ୍ରୀରୁ ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ, ଚର୍ଚ୍ଚାରେ ଛାତ୍ରୀ

ପାର୍ବତୀ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ସେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ପାଠ ପଢନ୍ତି । ଲକଡାଉନ ଯୋଗୁଁ କଜେଲ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ଚାଲିଛି । ତେଣୁ ପଢାରୁ ଟିକିଏ ଫୁରସତ ପାଇଲେ ଖବର କାଗଜ ଓ ରଙ୍ଗତୁଳୀ ଧରି ବସି ଯାଆନ୍ତି ପାର୍ବତୀ ଏବଂ ଆରମ୍ଭ କରି ଦିଅନ୍ତି ନିଜର କାରୁକାର୍ଯ୍ୟ । କେତେବେଳେ ସୁନ୍ଦର ସୁନ୍ଦର ଫୁଲ ତ ଆଉ କେତେବେଳେ ନାନା ଘରସଜ୍ଜା ଉପକରଣ । ସବୁକିଛିକୁ ଅତି ଆକର୍ଷଣୀୟ ଢଙ୍ଗରେ ତିଆରି କରନ୍ତି ସେ । ତାଙ୍କର ଏହି କଳାକୃତିକୁ ଯିଏ ଥରେ ଦେଖିବ ସେ ଚକିତ ହୋଇଯିବ ନିଶ୍ଚୟ । ସେପଟେ ପରିବାର ଲୋକେ ମଧ୍ୟ ଝିଅକୁ ଉତ୍ସାହିତ କରିବା ପାଇଁ କାମରେ ସହଯୋଗ କରନ୍ତି ।

କୁହାଯାଏ କି, ଜଣେ ଶିଳ୍ପୀ ନଜରରେ ଯାହା କିଛି ଅଦରକାରୀ ଜିନିଷ ପଡେ ତାହା ବ୍ୟବହାର ଉପଯୋଗୀ ପାଲଟିଥାଏ । ସେହିଭଳି ଜଣେ ଶିଳ୍ପୀ ହେଉଛନ୍ତି ପାର୍ବତୀ ସାହୁ । ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ଯେଉଁଠି ଯୁବପୀଢି ଅବାଟକୁ ଟାଣି ହେଉଛନ୍ତି ସେହି ଇଣ୍ଟରନେଟକୁ ହିଁ ଗୁରୁ କରି ନିଜ ଅନ୍ତର୍ନିହିତ ପ୍ରତିଭାକୁ ପ୍ରସ୍ଫୁଟିତ କରୁଛନ୍ତି ଏହି ବିଜ୍ଞାନ ଛାତ୍ରୀ । ତେବେ ସରକାର ଯଦି ପାର୍ବତୀଙ୍କ ପ୍ରତି ଦୃଷ୍ଟି ଦେଇ ତାଙ୍କୁ ପ୍ରଶିକ୍ଷଣ ସହ କଳାକୃତିକୁ ବିଭିନ୍ନ ପ୍ରଦର୍ଶନୀରେ ସ୍ଥାନ ଦିଅନ୍ତେ ତେବେ ଛାତ୍ରୀ ଜଣକ ନିଶ୍ଚିତ ଭାବେ ଆଗକୁ ବଢିପାରିବ ବୋଲି କହିଛନ୍ତି ସ୍ଥାନୀୟବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 18, 2021, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.