ETV Bharat / state

ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରକ, ଜଣେ ମୃତ - ବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କଟକ ବାଙ୍କୀ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଜଣଙ୍କ ଘରକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରକ, ଜଣେ ମୃତ
ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରକ, ଜଣେ ମୃତ
author img

By

Published : May 24, 2020, 12:45 PM IST

ଖୋର୍ଦ୍ଧା : କଟକ ଜିଲ୍ଲା ବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଟକ ବାଙ୍କୀ ମୁଖ୍ୟ ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଜଣଙ୍କ ଘରକୁ ଧକ୍କା ଦେଇଛି । ଟ୍ରକଟି ଘର ଭିତରେ ପଶିଯାଇଥିବା ବେଳେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।

ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରକ, ଜଣେ ମୃତ

ରେଳ ଟ୍ରାକ ପାଇଁ ସିମେଣ୍ଟ ଖୁଣ୍ଟ ନେଇ ବାଙ୍କୀରୁ କଟକ ମୁଖ୍ୟ ରାସ୍ତାରେ ଯାଉଥିଲା ଏହି ଟ୍ରକ । ତେବେ ବାଙ୍କୀ କରବର ଗ୍ରାମଠାରେ ଏହି ଟ୍ରକଟି ହଠାତ୍‌ ଭାରସାମ୍ୟ ହରାଇ ଜଣକ ଘର ଭିତରକୁ ପଶିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ଖବର ପାଇ ଡମପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବାଙ୍କୀ ପୋଲସ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.