ETV Bharat / state

ରଥଯାତ୍ରା ପାଇଁ ଓଟିଡିସିର ନିମନ୍ତ୍ରଣ, ମିଳିବ ସ୍ପେଶାଲ ଭେଜ ଥାଳି - ମିଳିବ ସ୍ପେଶାଲ ଭେଜିଟେରି୍ୟାନ ଥାଳି

ରଥଯାତ୍ର ଉପଲକ୍ଷେ ନିମନ୍ତ୍ରଣରେ ସ୍ପେଶାଲ ଥାଳି । ସ୍ୱାଦିଷ୍ଟ ଖାଦ୍ୟର ମଜା ନେବାକୁ ଓଡିଶାବାସୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଓଟିଡିସି ଅଧ୍ଯକ୍ଷ ଲେଲିନ ମହାନ୍ତି । ଅଧିକ ପଢ଼ନ୍ତୁ

ରଥଯାତ୍ର ଉପଲକ୍ଷେ ନିମନ୍ତ୍ରଣରେ ସ୍ପେଶାଲ ଥାଳି

author img

By

Published : Jun 19, 2023, 10:26 PM IST

ରଥଯାତ୍ର ଉପଲକ୍ଷେ ନିମନ୍ତ୍ରଣରେ ସ୍ପେଶାଲ ଥାଳି

ଭୁବନେଶ୍ବର: ରଥ ଯାତ୍ରା ପାଇଁ ଓଟିଡିସିର ନିମନ୍ତ୍ରଣ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା । ରଥ ଯାତ୍ରାରେ ନିମନ୍ତ୍ରଣ ରେସ୍ତୁରାଣ୍ଟରେ ମିଳିବ ସ୍ପେଶାଲ ଭେଜିଟେରି୍ୟାନ ଥାଳି । ୧୫ ପ୍ରକାର ବ୍ୟଞ୍ଜନକୁ ନେଇ ବିନା ପିଆଜ ରସୁଣରେ ତିଆରି ପ୍ରସ୍ତୁତ ସ୍ଵାତିକ ଖାଦ୍ୟ ଖାଇବେ ଯାତ୍ରୀ। ଏହି ଥାଳିର ଦାମ ରହିଛି ୫୪୯ ଟଙ୍କା । ଏହି ସ୍ପେସିଆଲ ଥାଳିରେ ନିମନ୍ତ୍ରଣରେ ମିଳିବ ପୁରା ଓଡ଼ିଆ ଖାଦ୍ୟ । ଜୁନ ୨୦ ରୁ ୨୮ ତାରିଖ ଯାଏ ଏହି ଖାଇବା ରହିଥିବା ବେଳେ ପ୍ରତିଦିନର ବ୍ୟଞ୍ଜନର ପ୍ରସ୍ତୁତିରେ ପରିବର୍ତ୍ତନ ହେବ। ତେଣୁ ନିମନ୍ତ୍ରଣର ଏହି ସ୍ୱତନ୍ତ୍ର ଓ ସ୍ୱାଦିଷ୍ଟ ଖାଦ୍ୟର ମଜା ନେବାକୁ ଓଡିଶାବାସୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଓଟିଡିସି ଅଧ୍ଯକ୍ଷ ଲେଲିନ ମହାନ୍ତି ।

ଅନ୍ୟପଟେ ଏହି ସ୍ୱତନ୍ତ୍ର ଖାଇବାରେ ମିଠା ଓ ସାଧା ଭାତ ସହ ଡାଲି ଓ ଡାଲମା , ବେଶର ଶାଗ ବେଶର ଖଟା ନଡ଼ିଆ ରାଇତା ସହ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ରହିଥିବା ବେଳେ ମିଠାରେ ଖିରି ଖଜା ଓ ମାଲପୁଆ ରହିଛି । ସବୁଠାରୁ ଆକର୍ଷଣୀୟ ରହିଛି ରଥଯାତ୍ରା ଉପଲକ୍ଷେ ଜଗନ୍ନାଥଙ୍କ ପ୍ରିୟ ଟଙ୍କ ତୋରାଣି ପରି ଦହି ତୋରାଣିର ଡ଼ିସ । ଯାହାକୁ ଖାଇବା ସହ ପିଇ ଆତ୍ମା ଶାନ୍ତି କରି ଯାତ୍ରୀ ଫେରିବେ ବୋଲି କହିଛନ୍ତି ନିମନ୍ତ୍ରଣର ସେଫ ସଞ୍ଜୟ ସରକାର।

ଚେୟାରରେ ବସି ଖାଇଲେବି ଲୋକମାନେ କଦଳୀ ପତ୍ରର ସ୍ୱାଦ ପାଇଵା ପାଇଁ ଏଭଳି ବ୍ୟବସ୍ଥା ହୋଇଛି । ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ବଢ଼ିବାରେ ଲାଗିଛନ୍ତି ପରସାଳୀ ତାହା ପୁଣି ରହିଛି ସ୍ଵତନ୍ତ୍ର ଭାଇନାଙ୍କ ପରିପାଟୀରେ। ନା ଏମାନେ ଟାଏ କି ହାଲ୍ଫ ଡ୍ରେସ୍ ପିନ୍ଧିଛନ୍ତି ନା ହାଇ ଫାଈ ଲୁକ୍। ଏମାନେ ସାଦା ପୋଷାକ ପରିଧାନ କରି ପରସୁଛନ୍ତି। ଗୁଣ୍ଡିଚା ରୁ ବାହୁଡ଼ା । ୯ ଦିନ ଧରି ମିଳିବ ସ୍ଵତନ୍ତ୍ର ଖାଇବା। ତାହା ପୁଣି କଦଳୀ ପତ୍ରରେ। ଖଲି ଉପରେ ପଡିଛି କଦଳୀ ପତ୍ର। କଦଳୀ ପତ୍ର ଉପରେ ବଢ଼ା ଯାଉଛି ଭଳିକି ଭଳି ବ୍ୟଞ୍ଜନ। ଯଦିଓ ଏହା ପୁରୀର ଅଭଡ଼ା ନୁହେଁ, କିନ୍ତୁ ସେହିଭଳି ଏଠାରେ ବି ଅଭଡ଼ା ଭଳି ଫୁଡ୍ ମେନ୍ୟୁ ପ୍ରସ୍ତୁତ ହୋଇଚି। ଟଙ୍କ ତୋରାଣି ବଦଳରେ ମିଳୁଚି ଦହି ତୋରାଣି । ଏମିତି ବ୍ୟଞ୍ଜନର ଆୟୋଜନ ଓଟିଡିସି ପକ୍ଷରୁ ୯ ଦିନ ଧରି ଭୁବନେଶ୍ୱରରେ ମିଳିବାକୁ ଥିବା ବେଳେ ଲୋକେ ନିଶ୍ଚୟ ଖାଇକି ଖୁସି ହେବେ ବୋଲି ଆସ ରଖିଛନ୍ତି ଓଟିଡିସି ଅଧକ୍ଷ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.