ETV Bharat / state

ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ରିଲିଭ କରିବାକୁ ନିର୍ଦ୍ଦେଶନାମା ଜାରି

author img

By

Published : Mar 11, 2023, 10:31 PM IST

ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ତୁରନ୍ତ ରିଲିଭ କରିବାକୁ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶନାମା ଜାରି କରିଛି ଡିଏମଇଟି। ଆସନ୍ତା 15 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ତୁରନ୍ତ ରିଲିଭ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ୪ବର୍ଷର ଧରି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠିକା ନିଯୁକ୍ତିରେ ଥିବା ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ରିଲିଭ୍ ନିର୍ଦ୍ଦେଶ । ସମସ୍ତ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ତୁରନ୍ତ ରିଲିଭ କରିବାକୁ ନିର୍ଦ୍ଦେଶନାମା ଜାରି କଲେ ଡିଏମଇଟି। ଆସନ୍ତା 15 ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ବର୍ଷର ଠିକା ଓ ଡେପୁଟେସନ କାର୍ଯ୍ୟକାଳ ଶେଷ ହୋଇଥିବା ସମସ୍ତ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତେବେ ପ୍ରତ୍ୟେକ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟକୁ ଏକ ଚିଠି ଜାରି କରାଯାଇଛି। ଚିଠି ଅନୁସାରେ ଆସନ୍ତା ୧୫ ତାରିଖ ସୁଦ୍ଧା ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି । ଇମେଲ ମାଧ୍ୟମରେ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିରେ ଯେଉଁମାନେ ଖିଲାପ କରିବେ ସମ୍ପୃକ୍ତ କଲେଜର ଡିନ ଓ ଅଧ୍ୟକ୍ଷ ମାନେ ଦାୟୀ ରହିବେ ବୋଲି ମଧ୍ୟ ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ, ଚଳିତ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା। ଆସନ୍ତା ବର୍ଷରୁ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ ଓ ୨୦୨୬ ସୁଦ୍ଧା ତାଳଚେରରେ ମଧ୍ୟ ପ୍ରତିଷ୍ଠା ହେବ ମେଡିକାଲ କଲେଜ। ଆଗକୁ ସବୁ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଖୋଲିବା ଲାଗି ଯୋଜନା ରଖିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ବ୍ରହ୍ମପୁର, କଟକ ଓ ବୁର୍ଲା ସମେତ ମୋଟ ୧୦ଟି ସରକାରୀ ମେଡିକାଲ କଲେଜ ରହିଛି । ଏହା ସହିତ ୨ଟି ପୋଷ୍ଟ ଗ୍ରାଜୁଏଟ ଓ ଡେଣ୍ଟାଲ ମେଡିକାଲ କଲେଜ ରହିଛି ।

ପୂର୍ବରୁ କଟକ, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜରେ ୭୦୦ ଡାକ୍ତରୀ ସିଟ ରହିଛି । ରାଜ୍ୟରେ ଖୋଲିଥିବା 7ଟି ନୂଆ ମେଡିକାଲ କଲେଜ ଯୋଗୁଁ ଆଉ ୭୦୦ ସିଟ ଯୋଡ଼ି ହୋଇଛି । ଫଳରେ ରାଜ୍ୟର ସରକାରୀ ମେଡିକାଲ କଲେଜର ମୋଟ ଡାକ୍ତରୀ ସିଟ ସଂଖ୍ୟା ୧୪୦୦ରେ ପହଞ୍ଚିଛି । ଏଥିପାଇଁ ରାଜ୍ୟ ସରକାର ବେଶ ଯତ୍ନବାନ ଓ ଭିତ୍ତିଭୂମିର ବିକାଶ କରୁ୍‌ଛନ୍ତି । ଏମବିବିଏସ ଡିଗ୍ରୀ ହାସଲ ପରେ ରାଜ୍ୟ ବାହାରକୁ ନଯିବା ପାଇଁ ଦୁଇ ବର୍ଷ ଚୁକ୍ତି କରାଯାଉଛି।

ଅନ୍ୟପଟେ ରାଜ୍ୟରେ ଏବେ ନକଲି ଡ଼ାକ୍ତରକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। କିଭଳି ଭାବରେ ଯାଞ୍ଚ କରାଯିବ ସେନେଇ ଆରମ୍ଭ ହୋଇଛି ବ୍ଲ୍ୟୁ ପ୍ରିଣ୍ଟ। ତେବେ ନକଲି ଡାକ୍ତରଙ୍କୁ ଚିହ୍ନଟ କରିବା ଲାଗି ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ନକଲି ଡାକ୍ତର ଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ଖୁବଶୀଘ୍ର ନିଆଯିବ। ଜାନୁଆରୀ ୨୦୨୩ କେନ୍ଦୁଝର ଟିଚିଂ ହସ୍ପିଟାଲ ଆରମ୍ଭ ହୋଇଥିବା ବେଳେ ଜୁନ୍ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗିର ହସ୍ପିଟାଲ କାମ ମଧ୍ୟ ସରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.