ଖୋର୍ଦ୍ଧା: ସାରା ବିଶ୍ୱ କୋରୋନା ମହାମାରୀ ଯୋଗୁଁ ପ୍ରଭାବିତ ହେବା ସହ ଆମ ରାଜ୍ୟରେ ବାହାରେ ରହୁଥିବା ଶ୍ରମିକମାନେ କର୍ମ ସଂସ୍ଥାନ ହରାଇ ଅତ୍ୟନ୍ତ ଦୁଃଖ କଷ୍ଟରେ ନିଜର ଜୀବନ ନିର୍ବାହ କରୁଛନ୍ତି । ଆମ ରାଜ୍ୟରେ ଅନେକ ପ୍ରାକୃତିକ ସଂପଦରେ ଭରପୂର ଥିଲେ ମଧ୍ୟ ଉପଯୁକ୍ତ ଯୋଜନା ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତିର ଅଭାବରୁ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ବେକାର ଓ ଶ୍ରମିକ ମାନଙ୍କ ପାଇଁ କର୍ମସଂସ୍ଥାନ ନଥିବାରୁ ଦୁର୍ଦିନରେ ଜୀବନ କାଟୁଛନ୍ତି ।
ତୁରନ୍ତ ଶ୍ରମିକମାନଙ୍କ ସମସ୍ୟା ସମାଧାନ ସହ ଶିକ୍ଷିତ ଯୁବକ କର୍ମ ସଂସ୍ଥାନ ଯୋଗାଇଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ୫ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ଏବଂ ବୋଲଗଡ଼ ବିଡିଓଙ୍କୁ ପ୍ରଦାନ କରିଛନ୍ତି ।
