ETV Bharat / state

ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ, ଦୁଇ ଅଟକ - tobacco seized

ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀଙ୍କ ପାଲଟିଛି ପେଣ୍ଠସ୍ଥଳ । ଶୁକ୍ରବାର ବେଗୁନିଆର ଦୁଇଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ କରିଛି ଏସଟିଏଫ । ଅଧିକ ପଢନ୍ତୁ...

ନକଲି ତମାଖୁ କାରଖାନା ଉପରେ ଚଢାଉ, ଦୁଇ ଅଟକ
ନକଲି ତମାଖୁ କାରଖାନା ଉପରେ ଚଢାଉ, ଦୁଇ ଅଟକ
author img

By

Published : Feb 5, 2021, 10:09 PM IST

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଦୁଇଟି ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ । ଏହି ରେଡ୍ କରିଛି ଏସଟିଏଫ । ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ନକଲୁ ଜର୍ଦ୍ଦା ବା ତମାଖୁ ସହ ଏହାକୁ ତିଆରି କରିବା ପାଇଁ ବ୍ୟବହୃତ ବିଭିନ୍ନ କମ୍ପାନୀର ଲୋଗ, ମେସିନ, କେମିକାଲସ ଆଦି ଜବତ କରାଯାଇଛି । ଏହି କାରବାର ଘଟଣାରେ ଦୁଇ ଜଣଙ୍କୁ ଏସଟିଫ ବେଗୁନିଆ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଟକ ଅଭିଯୁକ୍ତମାନେ ବେଗୁନିଆ ତଳସାହିର ମାନସ ପୃଷ୍ଟି ଓ ପିଚୁକୁଳି ଗ୍ରାମର ମନୋଜ କୁମାର ସାହୁ ବୋଲି ଜଣାପଡ଼ିଛି ।

ନକଲି ତମାଖୁ କାରଖାନା ଉପରେ ଚଢାଉ, ଦୁଇ ଅଟକ

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅଞ୍ଚଳ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀଙ୍କ ପେଣ୍ଠସ୍ଥଳ ପାଲଟିଛି । ଏଠାରେ ବର୍ଷକୁ କୋଟି କୋଟି ଟଙ୍କାର ନକଲି ତମାଖୁ ପ୍ରସ୍ତୁତ ହୋଇ କଲିକତାଠାରୁ ଆରମ୍ଭ କରି ବିହାର ଓ ଝାଡଖଣ୍ଡ ପର୍ଯ୍ୟନ୍ତ ଚାଲାଣ କରାଯାଉଛି। ‌ ସେହିପରି ଓଡ଼ିଶାର ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର, କଟକ, କେନ୍ଦ୍ରାପଡା, ଭୁବେନଶ୍ବରକୁ ମଧ୍ୟ ଯୋଗାଣ କରାଯାଉଛି ।

ନକଲି ତମାଖୁ ପ୍ରସ୍ତୁତ କରୁଥିବା ମାଫିଆଙ୍କ ସହ ଅନେକ ବଡବଡିଆଙ୍କ ସଂପୃକ୍ତି ରହିଥିବା କୁହାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.