ETV Bharat / state

ବଢୁଛି ବିଶ୍ବବିଦ୍ୟାଳୟ ସଂଖ୍ୟା, ନାହାନ୍ତି ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀ - students

ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ଉଭୟ ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀଙ୍କ ପଦବୀ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର
author img

By

Published : Jul 8, 2019, 8:57 PM IST

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ ଅଣଶିକ୍ଷା କର୍ମଚାରୀଙ୍କ ପଦବୀ ଖାଲି ପଡିଛି । ବର୍ଷବର୍ଷ ଧରି ପଦବୀ ପୂରଣ ପାଇଁ ମିଳୁଛି କେବଳ ଆଶ୍ବାସନା । ଯାହାଦ୍ବାରା ପାଠପଢା ଓ ଗବେଷଣା ବାଧାପ୍ରାପ୍ତ ହେବା ସହ କ୍ୟାମ୍ପସରେ ବଢୁଛି ବିଶୃଙ୍ଖଳା । ଗୋଟିଏ ପଟେ ସରକାର ଶିକ୍ଷାର ଗୁଣାତ୍ମକ ମାନ ବିକାଶ କରିବା ପାଇଁ ଅନେକ ଗାଇଡ ଲାଇନ ଜାରି କରିବାରେ ବ୍ୟସ୍ତ ଥିବାବେଳେ ପ୍ରାୟ ସମସ୍ତ ବିଶ୍ବବିଦ୍ୟାଳରେ ଖାଲି ପଡିଛି ପଦବୀ ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର

ଉତ୍କଳ ବିଶ୍ବବିଦ୍ୟାଳୟରେ 257ଜଣ ଆବଶ୍ୟକତା ରହିଥିବାବେଳେ ଏବେ ସେଠାରେ ଅଛନ୍ତି 158ଜଣ ପ୍ରଫେସର । ସେପଟେ ହଜାର ମଞ୍ଜୁରପ୍ରାପ୍ତ ଅଣଶିକ୍ଷା ପଦବୀ ମଧ୍ୟରୁ 543 ପଦବୀ ଏବେ ଯାଏଁ ପଡିଛି ଖାଲି । ଏ ତ ଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କଥା । ଚାଲନ୍ତୁ ଜାଣିବା ରାଜ୍ୟର 7ଟି ବିଶ୍ବବିଦ୍ୟାଳୟର ପରିସ୍ଥିତି । ମୋଟ 426ଟି ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ମୋଟ ଅଣଶିକ୍ଷା ପଦବୀ 1500ରୁ 1186ଟି ପଦବୀ ପଡିଛି ଖାଲି ।

ତେବେ ସରକାର ଗୁଣାତ୍ମକ ବିକାଶର ଡିଣ୍ଡିମ ପିଟି ବିଶ୍ବବିଦ୍ୟାଳୟ ସଂଖ୍ୟା ତ ବଢାଉଛନ୍ତି କିନ୍ତୁ ପାଠ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତ କରାଉନାହାଁନ୍ତି । ଠିକା ଅଧ୍ୟାପକଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରାଯାଉଛି ଯଦ୍ବାରା ଅଧ୍ୟାପନା ଗୁରୁତର ଭାବରେ ବ୍ୟାହତ ହେଉଛି । ଖାଲି ସେତିକି ନୁହେଁ ଆବଶ୍ୟକ ମାତ୍ରାରେ ଅଣଶିକ୍ଷା କର୍ମଚାରୀ ନଥିବାରୁ ପ୍ରାୟ ସବୁ ବିଶ୍ବବିଦ୍ୟାଳୟରେ ଲାଗି ରହୁଛି ପ୍ରଶାସନିକ ବିଶୃଙ୍ଖଳା ।

ସେପଟେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଏଥିଲାଗି ଏପର୍ଯ୍ୟନ୍ତ କୌଣସି ଅଧ୍ୟାପକ କିମ୍ବା ଅଣଶିକ୍ଷା ପଦବୀ ମଞ୍ଜୁର କରାଯାଇନାହିଁ ।

ଯାହାକୁ ନେଇ ଶିକ୍ଷାବିତ ଓ ଛାତ୍ର ବ୍ୟାପକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖୁବଶୀଘ୍ର ସମସ୍ତ ଭିସି ମାନଙ୍କ ସହ ବିସ୍ତାର ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଉଛଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ରାଜ୍ୟର ପ୍ରମୁଖ ବିଶ୍ଵବିଦ୍ୟାଳୟ ଉତ୍କଳ ବିଶ୍ଵ ବିଦ୍ୟାଳୟ ରେ
ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଅଣଶିକ୍ଷକ ପଦବୀ ମଧ୍ୟ ଖାଲି । ବର୍ଷ ବର୍ଷ ଧରି ଏହି ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଆସୁଛନ୍ତି କିନ୍ତୁ ସୁଫଳ ମିଳୁନାହିଁ । ଫଳରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ଓ ଗବେଷଣା ଗୁରୁତର ଭାବେ ବାଧାପ୍ରାପ୍ତ ହେବା ସହ କ୍ୟାମ୍ପସ୍‌ରେ ବିଶୃଙ୍ଖଳା ବଢ଼ି ଚାଲିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ୨୫୭ ଆବଶ୍ୟକ ଥିବା ବେଳେ ୧୫୮ ଜଣ ପ୍ରଫେସର ରହିଛନ୍ତି , ୯୯ ଶିକ୍ଷକ ପଦବୀ ଖାଲିଥିବା ବେଳେ ହଜାରେଟି ମଞ୍ଜୁରପ୍ରାପ୍ତ ଅଣଶିକ୍ଷକ ପଦବୀ ମଧ୍ୟରୁ ୫୪୩ଟିଖାଲି ପଡ଼ିଛି ।

ସେପଟେ ୭ଟି ବିଶ୍ଵବିଦ୍ୟାଳୟ ରେ ମୋଟ୍ ୪୨୬ ଟି ଟିଚିଙ୍ଗ ଷ୍ଟାଫ ଖାଲି ପଡିଛି ।ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି ପ୍ରାୟ ୧୫୦୦ଅଣଶିକ୍ଷକ ପଦବୀ ଖାଲିପଡ଼ିଛି ୧୧୮୬ ଟି ପଦବୀ ଖାଲି ପଡିଛି

Body:ଗୋଟିଏ ପଟେ ସରକାର ଶିକ୍ଷାର ଗୁଣାତ୍ମକ ବିକାଶ କହୁଥିବା ବେଳେ ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ବଢ଼ାଇ ଚାଲିଛନ୍ତି । ଅଥଚ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଠିକଣା ସମୟରେ ନିଯୁକ୍ତି କରାନଯାଇ ଠିକା ଶିକ୍ଷକଙ୍କ ଉପରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣା କାର୍ଯ୍ୟ ଛାଡ଼ି ଦିଆଯାଉଛି । ଏଥିସହ ଅଣଶିକ୍ଷକ କର୍ମଚାରୀ ମରୁଡ଼ି ଯୋଗୁ ପ୍ରାୟ ସବୁ ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ବିଶୃଙ୍ଖଳା ଲାଗି ରହୁଛି ।
ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ଫକୀରମୋହନ, ଉତ୍ତର ଓଡ଼ିଶା ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଏହି ପଦବୀ ଖାଲି ପଡିଛି ।

Conclusion:ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ସରକାର ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ରଖିବା ଫଳରେ ଅଧ୍ୟାପନା ଓ ଗବେଷଣା ଗୁରୁତର ଭାବେ ବ୍ୟାହତ ହେଉଛି। ଗୋଟିଏ ପଟେ ରାଜ୍ୟ ସରକାର ବ୍ୟାପକ କର୍ମ ନିଯୁକ୍ତି କଥା କହୁଥିବା ବେଳେ ଅନ୍ୟପଟେ ସମଗ୍ର ରାଜ୍ୟରେ ଲକ୍ଷାଧିକ ସରକାରୀ ଚାକିରି ଖାଲି ପଡ଼ିଥିବା ବେଳେ ସେଗୁଡ଼ିକ ପୂରଣ ନ କରିବାରୁ ରାଜ୍ୟର ବେକାର ଯୁବକଯୁବତୀମାନଙ୍କ ପାଇଁ ସରକାରୀ କଳର ନିର୍ମମ ଉପହାସ ।
ସେପଟେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଏଥିଲାଗି କୌଣସି ଶିକ୍ଷକ କିମ୍ବା ଅଣଶିକ୍ଷକ ପଦବୀ ମଞ୍ଜୁର କରାଯାଇନାହିଁ ।

ଯାହାକୁ ନେଇ ଶିକ୍ଷାବିତ ଓ ଛାତ୍ର ବ୍ୟାପକ ଅସନ୍ତୋଷ ବ୍ୟାକ୍ତ କରିଛନ୍ତି । ପାଠପଢା ଠିକ୍ ଠାକ୍ ହୋଇପାରୁନାହିଁ ।ପରିକ୍ଷା ପୂର୍ବରୁ କୋର୍ସ ସରୁନଥିବା ଛାତ୍ରଛାତ୍ରୀ ଅଭିଯୋଗ ମଧ୍ୟ କରିଛନ୍ତି ।ଯାହାଫଳରେ ୟୁନିଭରସିଟ୍ ରାଙ୍କିଂ ରେ ଓଡ଼ିଶାର କୈଣସି ସରକାରୀ ବିଶ୍ଵବିଦ୍ୟାଳୟ ୧୦୦ତାଲିକା ମଧ୍ୟରେ ଆସିପାରୁନାହିଁ ।

ଏନେଇ ଆଡିସିନାଲ୍ ସେକ୍ରେଟାରୀ କହିଛନ୍ତି ଯେ,ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ । ସମସ୍ତ ଭିସି ମାନଙ୍କ ସହ ଏନେଇ ବିସ୍ତାର ଆଲୋଚନା ହୋଇଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.