ETV Bharat / state

ଆମ ହସ୍ପିଟାଲର ପ୍ରକଳ୍ପକୁ ପ୍ରାଥମିକତା, ହସ୍ପିଟାଲରେ ରୋଗୀଙ୍କୁ ମିଳିବ ମତାମତ ଦେବାର ସୁଯୋଗ

author img

By

Published : Mar 24, 2023, 9:51 PM IST

Updated : Mar 24, 2023, 10:01 PM IST

ଆମ ହସ୍ପିଟାଲ ପ୍ରକଳ୍ପକୁ ପ୍ରାଥମିକତା । ଆମ ହସ୍ପିଟାଲରେ ଆବଶ୍ୟକ ମାନବସମ୍ବଳ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ବାରା ରୋଗୀଙ୍କ ସନ୍ତୁଷ୍ଟତା ମତାମତ ହେବ ସଂଗ୍ରହ ।

ହସ୍ପିଟାଲରେ ରୋଗୀଙ୍କୁ ମିଳିବ ମତାମତ ଦେବାର ସୁଯୋଗ

ଭୁବନେଶ୍ବର: ଆମ ହସ୍ପିଟାଲ ପ୍ରକଳ୍ପକୁ ପ୍ରାଥମିକତା । ହସ୍ପିଟାଲରେ ରୋଗୀଙ୍କୁ ମିଳିବ ମତାମତ ଦେବାର ସୁଯୋଗ । ଆମ ହସ୍ପିଟାଲ ଅଧୀନରେ ଥିବା ପ୍ରକଳ୍ପ ଗୁଡିକ ମନୋନୀତ ସ୍ୱାସ୍ଥ୍ୟ ସୁବିଧା ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମ ହସ୍ପିଟାଲର ସୁବିଧା ଓ ସୁଯୋଗକୁ କରାଯିବ ଆଧିକ ତ୍ବରାନ୍ବିତ । ତେବେ ଆଜି ଲୋକସେବା ଭବନ ସମ୍ମିଳନୀ ହଲରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୌଠକରେ ପରିବାର କଲ୍ୟାଣ ସଚିବ ଶାଲିନୀ ପଣ୍ଡିତଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଆମ ହସ୍ପିଟାଲ କାର୍ଯ୍ୟକୁ 5-ଟି ପଦକ୍ଷେପକୁ ପ୍ରାଥମିକତା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଗୁଡିକ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 2023 ଡିସେମ୍ବର ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଆମ ହସ୍ପିଟାଲ୍ ଅଧୀନରେ ପାଣ୍ଠି କାରବାର ପାଇଁ ଜିଲ୍ଲା କଲେକ୍ଟରମାନଙ୍କୁ ମଧ୍ୟ ପୃଥକ ଖାତା ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି , ‘‘ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ରୋଗୀଙ୍କ ସନ୍ତୁଷ୍ଟତା ମତାମତ ସଂଗ୍ରହ ଏବଂ ରୋଗୀ ସେବାର ଗୁଣାତ୍ମକ ମାପ ପାଇଁ ଏକ ଆଇଟି ପ୍ଲାଟଫର୍ମ ବିକାଶ କରୁଛି । ଏହି ସଫ୍ଟୱେୟାରକୁ ଏହି ଯୋଜନା ଅନ୍ତର୍ଗତ ସମସ୍ତ ଡାକ୍ତରଖାନାରେ ରଖାଯିବ ଏବଂ ବ୍ୟବହାର ମଧ୍ୟ କରାଯିବ । ଜିଲ୍ଲାର ମୁଖ୍ୟ ଜିଲ୍ଲା ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆମ ହସ୍ପିଟାଲରେ ଆବଶ୍ୟକ ମାନବସମ୍ବଳ ନିଯୁକ୍ତି କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ।’’

ହସ୍ପିଟାଲର ପୂର୍ବ ଏବଂ ପରବର୍ତ୍ତୀ ସମୟରେ ଫଟୋ ଓ ଭିଡିଓ ସହିତ ଏକ ଡକ୍ୟୁମେଣ୍ଟରୀ ଭାବରେ ରଖିବା ପାଇଁ ସେମାନଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି । ଡକ୍ୟୁମେଣ୍ଟେସନ୍ ପାଇଁ ପାଣ୍ଠିର ମଧ୍ୟ ବ୍ୟବସ୍ଥା କରାଯାଇଛି । NHM ନିର୍ଦ୍ଦେଶକଙ୍କ ପରାମର୍ଶରେ SIH & FW ରାଜ୍ୟ ସ୍ତରରେ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା କାର୍ଯ୍ୟ କରିବ । 2023 ଏପ୍ରିଲରୁ ଜିଲ୍ଲାପାଳଙ୍କ ଦ୍ଵାରା ମାସିକ ପ୍ରଗତି ଅପଲୋଡ୍ କରାଯିବ । ଅନ୍ୟପଟେ ସମସ୍ତ ଆମ ହସ୍ପିଟାଲରେ ସମାନ ପ୍ରକାରର ଡିଜାଇନ୍, ଗେଟ୍, ବିଶ୍ରାମଗାର, ହେଲ୍ପ ଡେସ୍କ୍‌, ଡିଜିଟାଲ୍ ଡିସ୍‌ପ୍ଲେ ବୋର୍ଡ ଇତ୍ୟାଦି ରହିବ । ଆଗକୁ ରାଜ୍ୟରେ ଉତ୍ତାପ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ସ୍ୱାସ୍ଥ୍ୟ ସମସ୍ୟା ଉପରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ।

ଏହାସହ ରାଜ୍ୟରେ କୋଭିଡ୍ ମାମଲାକୁ ଦୃଷ୍ଟିରେ ରଖି ILI/ SARI ଉପରେ ନଜର ରଖାଯିବ । ଇନ୍‌ଫ୍ଲୁଏଞ୍ଜାଏ H3N2 ଉପରେ ମଧ୍ୟ ନଜର ରଖାଯିବ । କୋଭିଡ ମାମଲା ଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ପରୀକ୍ଷା ଏବଂ ନୀରିକ୍ଷଣ କାର୍ଯ୍ୟକଳାପ ପାଇଁ ନିଯୁକ୍ତ ହୋଇଥିବା ମାନବ ସମ୍ବଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଆମ ହସ୍ପିଟାଲର ସମୀକ୍ଷା ବୈଠକର ପ୍ରକ୍ରିୟା, ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା, କୋଭିଡ୍ ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ କୋଭିଡ୍ ପ୍ରସଙ୍ଗକୁ ନେଇ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 24, 2023, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.