ETV Bharat / state

ମାଡ ମାରିବା ଭିଡିଓ ଭାଇରାଲ: ସୁରକ୍ଷା ପାଇଁ SPଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତ ପରିବାର

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରାଇମୂଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଏକ ପରିବାର ଲୋକଙ୍କୁ କିଛି ଯୁବକ ମାରପିଟ୍ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ...

ମାଡ ମାରିବା ଭିଡିଓ ଭାଇରାଲ
ମାଡ ମାରିବା ଭିଡିଓ ଭାଇରାଲ
author img

By

Published : Jul 10, 2021, 12:54 PM IST

ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଏକ ପରିବାର ଲୋକଙ୍କୁ କିଛି ଯୁବକ ମାରପିଟ୍ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରାଇମୂଳ ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ମାଣିକପୁରପାଟଣା ଗ୍ରାମର କେତେକ ଯୁବକ ଏକ ପରିବାର ଜଣେ ମହିଳାଙ୍କ ସମେତ ଅନ୍ୟ ପରିବାର ସଦସ୍ୟଙ୍କୁ ମାରପିଟ କରିଥିଲେ । ମାଡମରା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏ ସଂପର୍କରେ ଜଂକିଆ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା ।

ମାଡ ମାରିବା ଭିଡିଓ ଭାଇରାଲ

ମାତ୍ର ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଚୁପ ବସିଛି । ଏପଟେ ଯୁବକଙ୍କ ମାଡରେ ଆହତ ହୋଇ ଚିକିତ୍ସିତ ପରେ ଘରକୁ ଫେରିଛନ୍ତି ପରିବାର ଲୋକେ । କିନ୍ତୁ ଯୁବକମାନେ ପୁର୍ନବାର ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଛନ୍ତି । ପୋଲିସ ଖାଲି ମାମଲା ରୁଜୁ କରି ଚୁପ ବସିଛି । ଅଭିଯୁକ୍ତ ମାନେ ଖୋଲାଖୋଲି ବୁଲୁଛନ୍ତି ଏବଂ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ମହିଳା । ଅଭିଯୁକ୍ତଙ୍କୁ ଗିରଫ ଏବଂ ନ୍ୟାୟ ସହ ପରିବାରର ସୁରକ୍ଷା ନିମନ୍ତେ ମହିଳାଙ୍କ ପରିବାର ଲୋକେ ଶନିବାର ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ଗୁହାରି କରିଛନ୍ତି । ସେପଟେ ଏସ୍ପି ଘଟଣାର ତଦନ୍ତ ନିର୍ଦ୍ଦେଶ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.