ETV Bharat / state

ରାଜଧାନୀରେ ମାତିଲେ ମଙ୍କି କ୍ୟାପ୍ ଗ୍ୟାଙ୍ଗ୍, ଘରେ ପଶି ସଶସ୍ତ୍ର ଡକାୟତି

author img

By ETV Bharat Odisha Team

Published : Nov 25, 2023, 5:09 PM IST

Updated : Nov 25, 2023, 6:02 PM IST

ରାଜଧାନୀରେ ସଶସ୍ତ୍ର ଡକାୟତି । ଘରେ ପଶି ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍ କରିଛନ୍ତି ମଙ୍କି କ୍ୟାପ୍ ଗ୍ୟାଙ୍ଗ୍ । ଅଧିକ ପଢନ୍ତୁ

a dacoit gang allegedly looted
ମାତିଲେ ମଙ୍କି କ୍ୟାପ୍ ଗ୍ୟାଙ୍ଗ୍

ମାତିଲେ ମଙ୍କି କ୍ୟାପ୍ ଗ୍ୟାଙ୍ଗ୍

ଭୁବନେଶ୍ବର: ରାଜଧାନୀରେ ମାତିଲେ ମଙ୍କି କ୍ୟାପ୍ ଗ୍ୟାଙ୍ଗ୍ । ବାଥରୁମରେ ଘର ଲୋକଙ୍କୁ ବାନ୍ଧି ସଶସ୍ତ୍ର ଡକାୟତି କରୁଛନ୍ତି ଏହି ଗ୍ୟାଙ୍ଗର ସଦସ୍ୟ । ମଙ୍କି କ୍ୟାପ୍ ଓ ବ୍ଲାକ ଜ୍ୟାକେଟରେ ଘରେ ପଶିବା ପରେ ସେଠାରେ ଉପସ୍ଥିତ ବ୍ୟକ୍ତିଙ୍କୁ ବାନ୍ଧି ବାଥରୁମରେ ଲକ୍ କରିବା ପରେ ଲୁଟ୍ କରିଛନ୍ତି । ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିଛନ୍ତି ଡକାୟତ । ନନ୍ଦନକାନନ ଥାନା ରଘୁନାଥପୁର ମାରୁତିଭିଲ୍ଲା ଭାଓରା ରେସିଡେନ୍ସିରୁ ଏଭଳି ସଶସ୍ତ୍ର ଡକାୟତି ହୋଇଛି ।

ଘର ମାଲିକ ରାକେଶ ଚାନ୍ଦଙ୍କୁ ସୁଚନା ମୁତାବକ, ଘରେ ପତ୍ନୀ ଓ ଦୁଇ ଛୋଟ ଛୁଆଙ୍କୁ ଧରି ରୁହନ୍ତି ଏହି ସଫ୍ଟଓୟାର ଇଞ୍ଜିନିୟର। ଏନେଇ ଗତକାଲି ରାତିରେ ଆଠ ଜଣ ମୁଖା ପିନ୍ଧା ଦୃର୍ବୁତ୍ତ ଘରେ ପଶିଥିଲେ । ରୋଷେଇ ଘରର ଝରକା ତାଡି ଘରେ ପଶି ଘରର ଲୋକଙ୍କୁ ମାରଣାସ୍ତ୍ରରେ ଭୟଭୀତ କରାଇଥିଲେ । ପରେ ବେଡସିଟରେ ସମସ୍ତଙ୍କୁ ବାନ୍ଧି ଦେଇଥିଲେ । ପରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବାଥ ରୁମରେ ଲକ୍ କରିଦେଲେ। ପରେ ଆରମ୍ଭ କରିଥିଲେ ଆତଙ୍କର ମାହୋଲ ।

ସମସ୍ତ ଦୁର୍ବୃତ୍ତ କଳା ପାଇଜାମା ସହ ମଙ୍କି କ୍ୟାପ ପିନ୍ଧିଥିଲେ । ହାତରେ ମାରଣାସ୍ତ୍ର ସହ ସଭିଏଁ ହିନ୍ଦୀ ଓ ଓଡ଼ିଆରେ କଥା ହେଉଥିଲେ । ଘରେ ଛୁଆ ଥିବାରୁ ଛୁଆଙ୍କୁ ନିଜ କବଜାରେ ରଖି ଚିତ୍କାର ନ କରିବାକୁ ଧମକାଇଥିଲେ । ଏଭଳି ଢଙ୍ଗରେ ନନ୍ଦନକାନନ ମାରୁତି ବିହାରରେ ଭୋର୍ ପାଖାପାଖି ୩ଟା ସମୟରେ ସଫ୍ଟୱେର ଇଞ୍ଜିନିୟର ରାକେଶ ଚାନ୍ଦଙ୍କ ଘରେ ପଶି ଏଭଳି ଡକାୟତି କରିଥିବା ସୂଚନା ମିଳିଛି । ହାତରେ ମାରଣାସ୍ତ୍ର ଧରି ଏପରି ଲୁଟପାଟ ପରେ ରାଜଧାନୀରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଫେଲ ମାରିଲା ଅପହରଣ ଉଦ୍ୟମ: ଯୁବକ ଅଟକ, ବନ୍ଧୁକ ଜବତ

ସେମାନେ କୌଣସି ରାଜ୍ୟ ବାହାର ବା ପେସାଦାର ଅପରାଧିକ ଗ୍ୟାଙ୍ଗ ହୋଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ସହରର ଫାଙ୍କା ଇଲାକା ଦେଖି ସହଜରେ ଖସିଯିବାର ବାଟ ଆପଣାଇ ଏପରି ଲୁଟପାଟ କରିଥିବା କୁହାଯାଉଛି । ଜୋନ ୬ ଏସିପି ରମେଶ ବିଶୋୟୀ କହିଛନ୍ତି, "ପୋଲିସ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ ସହ ତନା ଘନା ଚାଳିଛି। ଭୁବନେଶ୍ୱରେ ଡିସିପି ମଧ୍ୟ କ୍ରାଇମ୍ ସ୍ପଟ୍ ଯାଇ ବୁଲି ଦେଖିଛନ୍ତି ।"ଦୀର୍ଘଦିନ ପରେ ପୁଣି ସକ୍ରିୟ ହୋଇଛନ୍ତି ଅପରାଧୀ । କାରଣ ପୂର୍ବରୁ ନନ୍ଦନ ବିହାରରେ ଏପରି ଡକାୟତି ହୋଇଥିଲା । ସେହିପରି ଇନଫୋସିଟି ଥାନା ଅଞ୍ଚଳରୁ ମଧ୍ୟ ଏହିପରି ଢଙ୍ଗରେ‌ ପୂର୍ବରୁ ଡକାୟତି ହୋଇଥିବା ନଜିର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 25, 2023, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.