ETV Bharat / state

ରାଜ୍ୟରେ କ୍ଷମତାକୁ ଆସିଲେ ଜାତିଭିତ୍ତିକ ଜନଗଣନା କରାଯିବ: କଂଗ୍ରେସ - ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବ କଂଗ୍ରେସ

କଂଗ୍ରେସ ଦଳ ଓବିସି ବର୍ଗର ନାର୍ଯ୍ୟ ଅଧିକାର ପାଇଁ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧ । ୨୦୨୪ରେ କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାରେ ନିଶ୍ଚିତ ଜାତିଭିତିକ ଜନଗଣନା କରାଯିବ କହିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

caste based census
caste based census
author img

By ETV Bharat Odisha Team

Published : Nov 25, 2023, 8:48 PM IST

caste based census

ଭୁବନେଶ୍ବର: ଓଡ଼ିଶାରେ ନବୀନ ସରକାର ଲୋକମାନଙ୍କ ସହ ଛଳନା କରୁଛନ୍ତି । ଲୋକଙ୍କ ସହ ଛଳନା କରି ଭୋଟ ହାତଉଛନ୍ତି । ଓବିସିମାନଙ୍କ ନାର୍ଯ୍ୟ ଦାବି ପୂରଣ କରୁନାହାନ୍ତି । ଓବିସିମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଥିବା ବିଜେଡି ସରକାର ଏହାକୁ ତୁରନ୍ତ ପୂରଣ କରନ୍ତୁ । ଜାତିଭିତ୍ତିକ ଜନଗଣନା କରି ଓବିସିମାନଙ୍କୁ 27 ପ୍ରତିଶତ ସରକ୍ଷଣ ଦିଆଯାଉ । ଯଦି ରାଜ୍ୟ ସରକାର ଏସବୁ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ଯୋରଦାର ଆନ୍ଦୋଳନ କରାଯିବ । ତେବେ ଓଡ଼ିଶା ପ୍ରଦେଶ କଂଗ୍ରେସ ପଛୁଆବର୍ଗ ବିଭାଗର ନବନିଯୁକ୍ତ ଅଧ୍ୟକ୍ଷ ବିଜୟାନନ୍ଦ ଚାଉଳିଆଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ଅବସରରେ ନିଜ ଅଭିଭାଷଣରେ ଏଭଳି କହିଛନ୍ତି ବିଜୟାନନ୍ଦ ।

ତେବେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପଛୁଆବର୍ଗ (ଓବିସି) ବିଭାଗର ନବନିଯୁକ୍ତ ଅଧ୍ୟକ୍ଷ ବିଜୟାନନ୍ଦ ଚାଉଳିଆଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ରାମମନ୍ଦିର ଛକଠାରୁ ଏକ ବିଶାଳ “ଓବିସି ଅଧିକାର” ଶୋଭାଯାତ୍ରାରେ ବାହାରି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏହି ଅବସରରେ ଉପସ୍ଥିତ ଓବିସି ବିଭାଗର କର୍ମକର୍ତା ଓ କର୍ମୀମାନଙ୍କୁ ସମ୍ବୋଧିତ କରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ୨୦୨୪ରେ କଂଗ୍ରେସ ସରକାର ଗଢ଼ିଲେ ଓଡ଼ିଶାରେ ନିଶ୍ଚିତ ଜାତିଭିତିକ ଜନଗଣନା କରାଯିବ। ୨୦୦୫ ମସିହାରେ ଉପାସରକାର ଅମଳରେ ୯୩ତମ ସମ୍ବିଧାନ ସଂଶୋଧନ କରାଯାଇ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗରେ ନାମଲେଖା ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ଓଡ଼ିଶା ସରକାର ଶିକ୍ଷା କ୍ଷେତ୍ରରେ ନାମ ଲେଖାପାଇଁ ଓବିସି ବର୍ଗଙ୍କୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରିଛନ୍ତି । ରାଜ୍ୟରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଓବିସି ବର୍ଗର ଜନସାଧାରଣ ଥିବାବେଳେ ଚାକିରି କ୍ଷେତ୍ରରେ ରାଜ୍ୟ ସରକାର ଓବିସି ବର୍ଗପାଇଁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଏହି ବର୍ଗ ପାଇଁ ଉପହାସ ।

ଏହା ମଧ୍ୟ ପଢନ୍ତୁ......କଂଗ୍ରେସ ଭବନରେ ପହଞ୍ଚିଲା ପ୍ରଥମ ତୁଳସୀ, ଡିସେମ୍ବର ୧ରେ ତୁଳସୀ ଯାତ୍ରା

ଏହାସହ ରାଜ୍ୟ ସରକାର ଓବିସି କମିଶନ ଗଠନ କରି ତରବରିଆ ଭାବେ ଯେଉଁ ସର୍ଭେ କରିଛନ୍ତି ସେଥିରେ ଅନେକ ସଂପ୍ରଦାୟ ବାଦ ପଡ଼ିଯାଇଛନ୍ତି । ଘରକୁ ଘର ବୁଲି ଠିକ୍ ଭାବରେ ସର୍ଭେ କରାଯାଇନାହିଁ । କେବଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଓବିସି ବର୍ଗଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଏହି ସର୍ଭେ କରାଯାଇଥିଲା । ବିହାର ଓ ରାଜସ୍ଥାନରେ ଯେଭଳି ଜାତିଭିତ୍ତିକ ଜନଗଣନା କରାଯାଇଛି ସେହିଭଳି ଓଡ଼ିଶାରେ କରାଯାଉ । ଆମ ଜନସଂଖ୍ୟାରେ ସମ୍ପୂର୍ଣ୍ଣ ସାମାଜିକ ଓ ଅର୍ଥନୈତିକ ଚିତ୍ରର ସ୍ପଷ୍ଟତା ପାଇବା ପାଇଁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଦାବି କରିଆସୁଛି । ଜାତିଭିତ୍ତିକ ସର୍ଭେ ପାଇଁ ବିଧେୟକ ପାରିତ କରିବାକୁ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଉ । ଯାହାଫଳରେ ବିଭିନ୍ନ ଜାତି ଓ ବର୍ଗର ବିକାଶ ପାଇଁ ସର୍ଭେକ୍ଷଣର ରିପୋର୍ଟ ଅନୁଯାୟୀ ସରକାର ଅର୍ଥନୈତିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୀତି ପ୍ରସ୍ତୁତ କରି ସରକାର ପ୍ରଗତି ଆଣିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.