ETV Bharat / state

ବିଶ୍ବାସଘାତ ସାଜିଲା କେୟାର ଟେକର, ବୃଦ୍ଧାଙ୍କ ଅଳଙ୍କାର ନେଇ ବନ୍ଧା ହେଲା ଚୋର

ବିଶ୍ବାସ ଘାତକ ସାଜିଲା ବିଶ୍ବାସନୀୟ କେୟାର ଟେକର। ଘର କାମ ଆଳରେ ଗହଣା ଲୁଟ୍ କରି ଗିରଫ ହୋଇଛି ଚୋର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 7, 2023, 6:41 AM IST

police arrested care taker
ବୃଦ୍ଧାଙ୍କ ଅଳଙ୍କାର ନେଇ ଧରାପଡ଼ିଲା ଚୋର
ବୃଦ୍ଧାଙ୍କ ଅଳଙ୍କାର ନେଇ ଧରାପଡ଼ିଲା ଚୋର

ଭୁବନେଶ୍ବର: ବୃଦ୍ଧାଙ୍କ ଅଳଙ୍କାର ନେଇ ଧରାପଡ଼ିଲା କେୟାରଟେକର । ଘରର ରକ୍ଷଣାବେକ୍ଷଣ କରୁଥିବା ଜଣେ ଯୁବକକୁ ନାତି ଭଳି ସ୍ନେହ କରି ଘରେ ରଖିଥିଲେ ବୃଦ୍ଧା । ହେଲେ ସେ ଘର ମାଲିକଙ୍କ ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ଧରାପଡିଛି ଘର ଚୋର । ଅଭିଯୁକ୍ତ ଜଣକ ଢେଙ୍କାନାଳର ତାପସ କୁମାର ନାୟକ ବୋଲି ଜଣାପଡିଛି । ପୋଲିସ ତା ନିକଟରୁ ଚୋରି ହୋଇଥିବା ୨୪ ଗ୍ରାମର ସୁନା ଚେନ ସହ ୪ ହଳ ୧୦ଗ୍ରାମର କାନଫୁଲ ଜବତ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।
ଏହା ବି ପଢନ୍ତୁ...ଗ୍ରାହକ ବେଶରେ ଆସୁଥିଲେ ଲୁଟୁଥିଲେ ସୁନାଗହଣା: CCTVରେ ଚୋରି ଦୃଶ୍ୟ କଏଦ, ୨ ଆନ୍ତଃରାଜ୍ୟ ଲୁଟେରା ଗିରଫ
ଏସିପି ଜୋନ ୩ ପ୍ରଦୀପ ରାଉତ କହିଛନ୍ତି, "ଖଣ୍ଡଗିରି ଥାନା ବରବାରି କ୍ରିଷ୍ଣା ଗାର୍ଡେନରେ ରହୁଥିବା ସୁଜାତା ମହାନ୍ତି ଗତ ନଭେମ୍ବର ୧ ତାରିଖରେ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଥିଲେ । ସେ ଘରେ ବହୁ ଖୋଜାଖୋଜି ପରେ ବି ପାଉନଥିଲେ । ଏନେଇ‌ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିଥିଲା। ତାଙ୍କ ଘରକୁ ଆସୁଥିବା ଲୋକଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଥିଲା । ତାଙ୍କ ଘରେ ଜଣେ କେୟାର ଟେକର ରହୁଥିବାବେଳେ ସେ ଜୁଲାଇ ମାସରୁ ଘରଛାଡ଼ି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା ।" ବୟସ୍କାଙ୍କ ଶ୍ବଶୁର ୧୧୦ବର୍ଷର ବୃଦ୍ଧ ତାଙ୍କ ସେବା ପାଇଁ ସେ କେୟାର ଟେକର ରଖିଥିଲେ । ଏନେଇ ପୋଲିସ ତାପସକୁ ସନ୍ଦେହ କରି ତଦନ୍ତ ଘେରକୁ ନେବା ପରେ ତା ନିକଟରୁ ଚୋରି ଜିନିଷ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ଏହା ବି ପଢନ୍ତୁ...ଅବକାରୀ ବିଭାଗ ଅଧିକାରୀ ପରିଚୟ ଦେଇ ଚୋରି, ଚୋରଙ୍କୁ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

ଏନେଇ ଅଭିଯୋଗକାରୀ ସୁଜାତା ମହାନ୍ତି କହିଛନ୍ତି, "ସେ ଘରେ ନାତି ପରି ରହୁଥିଲା । ଘରର ସବୁ କାମରେ ସାହାଯ୍ୟ କରୁଥିଲା । ହେଲେ କେତେବେଳେ ଘରେ ରହିବା ବେଳେ ସୁନା ଅଳଙ୍କାର ଦେଖି ଲୋଭ ହୋଇଯାଇଛି, ଚୋରି କରି ଦେଇଥିବ । କିନ୍ତୁ ସେ ସେପରି କେବେ କରିନି ଏଇଟା ପ୍ରଥମ ଘଟଣା ହେବ । ଏହି ଚୋରି ଘଟଣା ପରେ କମିଶନରେଟ ପୋଲିସ ଲୋକଙ୍କୁ ସତର୍କ କରାଇଛି । ଘରେ କେୟାର ଟେକର ରଖିଥିଲେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକୁଟିଆ ଥିବା ବୃଦ୍ଧ ବା ଦମ୍ପତି ନିଜର ସୁନା ଅଳଙ୍କାର ଲକରରେ ରଖିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.