ETV Bharat / state

DoT Fest: ଜୁନିୟର ମହାଦେବନଙ୍କ ଗୀତରେ ନାଚିଲା ଭୁବନେଶ୍ୱର - ଡଟ ଫେଷ୍ଟର ନବମ ସନ୍ଧ୍ୟା

ଡଟ ଫେଷ୍ଟର ନବମ ସନ୍ଧ୍ୟାରେ ମଞ୍ଚ ଦୁଲୁକାଇଲେ ଜୁନିଅର ମହାବେଦନ, ଶ୍ରୀନିଧି ଓ ଅସୀମା ପଣ୍ଡା । ମତୁଆଲା ହେଲେ ଦର୍ଶକ । ଅଧିକ ପଢ଼ନ୍ତୁ

DoT Fest
DoT Fest
author img

By

Published : Jan 24, 2023, 11:07 AM IST

Updated : Jan 24, 2023, 4:30 PM IST

ଜୁନିୟର ମହାଦେବନଙ୍କ ଗୀତରେ ନାଚିଲା ଭୁବନେଶ୍ୱର

ଭୁବନେଶ୍ବର: ରାଜଧାନୀରେ ଜାରି ରହିଛି ଡଟ ଫେଷ୍ଟ । ସନ୍ଧ୍ୟା ହେଲେ ଜମୁଛି ନାଚଗୀତର ଆସର । ଓଲିଉଡ ଓ ବଲିଉଡ କଳାକାରଙ୍କ ଜଲୱାରେ ମତୁଆଲା ହେଉଛନ୍ତି ରାଜଧାନୀବାସୀ । ଏହାରି ମଧ୍ୟରେ ଶେଷ ହୋଇଛି ସିଟି ଫେଷ୍ଟର ନବମ ଦିନ । ଡଟ ଫେଷ୍ଟର ନବମ ସନ୍ଧ୍ୟାରେ ପୁରା ସହରକୁ ନଚାଇଛନ୍ତି ବିଶିଷ୍ଟ ବଲିଉଡ କଣ୍ଠଶିଳ୍ପୀ ଶଙ୍କର ମହାଦେବନଙ୍କ ପୁଅ ସିଦ୍ଧାର୍ଥ ମହାଦେବନ ଓ ଶିବମ ମହାଦେବନ । ସନ୍ଧ୍ୟାର ଆରମ୍ଭରୁ ଓଲିଉଡ ଗାଇକା ଅସୀମା ପଣ୍ଡାଙ୍କ "ମୁଁ ଖାଣ୍ଟି ଓଡ଼ିଆ ଝିଅ "ସଂଗୀତରୁ ଆରମ୍ଭ ହୋଇ ଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ତାପରେ "ହେ ଫୁଲ କହ ଥରେ ", ହାଏରେ ମୋର ରାନୀ ଗୁରି କଜଲ ବାଲି", ଏହାସହ ସମ୍ବଲପୁରୀ ଗୀତ "ରିମ ଝିମ ପାନୀ ବରସୁ ଥିଲା" ଗୀତର ତାଳେତାଳେ ଝୁମିଥିଲେ ଦର୍ଶକ ।

ଅସୀମାଙ୍କ ପରେପରେ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ଜୁନିଅର ମହାଦେବନ ସିଦ୍ଧାର୍ଥ ମହାଦେବନ ଓ ଶିବମ ମହାଦେବନ । ଦର୍ଶକଙ୍କ ମନକୁ ଜାଣି ଆରମ୍ଭ କରିଥିଲେ "ଜିନ୍ଦା ହେ" । ପରେ ବନ୍ଧୁତାକୁ ଡେଡିକେଟ କରି ଗାଇଥିଲେ "ଦିଲ ଚାହତା ହୈ", "ଅଗର ତୁମ ସାଥ ହୋ" ଗୀତ ଗାଇ ଶୀତୁଆ ସନ୍ଧ୍ୟାରେ ପୁରା ଧୁମ ମଚାଇ ଥିଲେ । ତାଳି ମାଡ଼ରେ କମ୍ପି ଉଠୁଥାଏ ପୁରା ପରିବେଶ । ପରେ ଶ୍ରୀନିଧି ଘଟାଟେଙ୍କ ସହ ଷ୍ଟେଜ ସେୟାର କରିଥିଲେ ଦୁଇ ମହାଦେବନ ଭାଇ । ଆଉ ଏହାପରେ ହିଁ ଧମାକାଦାର ସଂଗୀତ ପରିବେଷଣ କରିଥିଲେ ତିନି ଜୁନିଅର । ଟ୍ରିଓରେ "ଅଗର ତୁମ ସାଥ ହୋ" ସଙ୍ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ପରେ ଟ୍ରିଓ ଗ୍ରୁପ ପାର୍ଟି ସଙ୍ଗ "ହମା ହମା" ଗୀତରେ ଦର୍ଶକଙ୍କୁ ନାଚିବାକୁ ବାଧ୍ୟ କରିଥିଲେ । ପରେ 'ଲଣ୍ଡନ ଠୁମକ ଦା' ଗୀତରେ ଦର୍ଶକମାନେ ନାଚିଥିଲେ । "ଘୁଙ୍ଗୁର ତୁଟ ଗେୟା" ସହ ରୋମାଣ୍ଟିକ ସଙ୍ଗୀତ "କେସରିୟା" ଗାଇଥିଲେ । ଏହିଭଳି ନନ୍‌ ଷ୍ଟଫ୍‌ ଗୀତ ପରିବେଷଣ କରି ସିଟି ଫେଷ୍ଟ୍‌କୁ ସରଗରମ କରିଥିଲେ କଳାକାର । କରତାଳିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ପରେ ରେଟ୍ରୋ ସଙ୍ଗ "ବଚନେ ଦୋ ହସିନା" ଗୀତରେ ନାଚିଥିଲେ ଦର୍ଶକ । ପରେ ପଞ୍ଜାବୀ ସଙ୍ଗୀତ 'ବୋଲୋ ତାର ରା ରା'ରେ ଝୁମିଥିଲେ ଦର୍ଶକ । ସଙ୍ଗୀତର ତାଳେତାଳେ ଯୁବପିଢ଼ି ପୁରା ମତୁଆଲା ହୋଇଥିବା ବେଳେ ମୋବାଇଲ ଫ୍ଲସ ଲାଇଟ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ତିନି କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣ ପୁରା ଫେଷ୍ଟ୍‌ରେ ଚଳଚଞ୍ଚଳ ମାହୋଲ ସୃଷ୍ଟି କରିଥିଲା ।

ଅନ୍ୟପଟେ ଫେଷ୍ଟ୍‌ରେ ଆଉ ଏକ ଆକର୍ଷଣ ସାଜିଥିଲେ ବିଦେଶ ପର୍ଯ୍ୟଟକ ବା ଦର୍ଶକ । ପୁରା ସନ୍ଧ୍ୟାରେ ଏମାନଙ୍କ ନାଚ ଚାରଚାନ୍ଦ ଲଗାଇଥିଲା । ବଲିଓଡ଼ ସଙ୍ଗୀତର ତାଳେତାଳେ ନାଚିଥିଲେ ବିଦେଶୀ ପର୍ଯ୍ୟଟକ । ଗୀତ ନ ବୁଝିଥିଲେ ବି ଏହାର ବିଟକୁ ବୁଝି ଧୁମ ନାଚିଥିଲେ ଆଉ ଫେଷ୍ଟର ଭରପୁର ମଜା ଉଠାଇଥିଲେ । ବହୁ ବିଦେଶ ପର୍ଯ୍ୟଟକ ଏଥିରେ ସାମିଲ ହୋଇଥିବା ବେଳେ ଭୁବନେଶ୍ୱର ଏଭଳି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି । ଆଜି(ମଙ୍ଗଳବାର) ଦଶମ ଦିନରେ ପରିବେଷଣ ହେବ ନନ୍‌ ଷ୍ଟପ୍‌ ଭୁବନେଶ୍ୱର । ସୁଖିବିନ୍ଦର ସିଂ, ସଲମାନ ୟୁସୁଫ, ପବନଦୀପ ଓ ଆରୁନୀତା କାଞ୍ଜିଲଲଙ୍କ ଭଳି ଅନେକ କଳାକାର ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 24, 2023, 4:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.