ETV Bharat / state

ରଥଚକ ତଳେ ଚାପିହୋଇ ବାଳକ ମୃତ, କ୍ଷତିପୂରଣରେ ଦାବିରେ ରାସ୍ତାରୋକ

ରଥଯାତ୍ରା ବେଳେ 8 ବର୍ଷ ବାଳକ ଉପରେ ଚକା ମାଡିଯିବାରୁ ଜଣେ ବାଳକର ମୃତ୍ୟୁ ହୋଇଛି। ଏହାର ପ୍ରତିବାଦରେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି ପରିବାର ଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 5, 2019, 3:15 PM IST

ଖୋର୍ଦ୍ଧା: ରଥଚକ ତଳେ ଚାପି ହୋଇ 8ବର୍ଷ ବାଳକର ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ରାସ୍ତାରୋକ କଲେ ବାଣପୁର ଥାନା ପଲଟଣ ଚିଆଙ୍ଗ ଗ୍ରାମବାସୀ । ସ୍ଥାନୀୟ ପଲଟନ ପଡ଼ିଆ ଠାରେ ଶତାଧିକ ଗ୍ରାମବାସୀ କ୍ଷତିପୂରଣ ସହ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ।

ଗତ ଗୁରୁବାର ବାଣପୁର ଥାନା ପଲଟଣ ସ୍ଥିତ ପ୍ରଭୁ ଚରଣ ଚକଦେବଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ଚିଆଙ୍ଗସାହିର ଅକ୍ଷୟ ପାତ୍ରଙ୍କ ପୁଅ ସୁନିଲ ପାତ୍ର ଉପରେ ରଥ ଟଣା ସମୟରେ ହଠାତ ଚକ ମାଡି ହୋଇଯିବାରୁ ତାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହାର ପ୍ରତିବାଦ ଜଣାଇ ଗ୍ରାମବାସୀ ରାସ୍ତାରୋକ କରିଥିବାବେଳେ ଘଟଣାସ୍ଥଳରେ ବାଣପୁର ଥାନା ଅଧିକାରୀ, ବାଣିପୁର ପୌର ଅଧିକାରୀ ଓ ଅତିରିକ୍ତ ତହସିଲଦାର ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କ୍ଷତିପୂରଣ ପାଇଁ ପ୍ରତିଶ୍ରୃତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା : ଗତ କାଲି ବାଣପୁର ଥାନା ପଲଟଣ ସ୍ଥିତ ପ୍ରଭୁ ଚରଣଚକଦେବଙ୍କ ରଥମାଡି ଆଠବର୍ଷର ବାଳକ ମୃତ ହୋଇଥିଲା । Body:ମୃତ ବାଳକ ଜଣକ ସେହି ଅଂଚଳ ଚିଆଙ୍ଗସାହିର ଅଖୟ ପାତ୍ରଙ୍କ ପୁଅ ସୁନିଲ ପାତ୍ର । ଆଜି ଏହି ଘଟଣାକୁ ନେଇ ବାଣପୁର ପଲଟନପଡ଼ିଆ ଠାରେ ଶତାଧିକ ସ୍ଥାନୀୟ ଲୋକ ମୃତ ସୁନୀଲଙ୍କୁ କ୍ଷତିପୂରଣ ଓ ପ୍ରଶାସନର ଅବହେଳାକୁ ଦାୟୀ କରି ରାସ୍ତାରୋକ କରିଛନ୍ତି । Conclusion:ଘଟଣା ସ୍ଥଳରେ ବାଣପୁର ଥାନା ଅଧିକାରୀ , ବାଣପୁର ପୌର ଅଧିକାରୀ ଓ ଅତିରିକ୍ତ ତହସିଲଦାର ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି କ୍ଷତିପୁରଣ ପାଇଁ ପ୍ରତିସୃତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୁତ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.