ETV Bharat / state

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ଏଯାଏଁ କାର୍ଯ୍ୟକ୍ଷମ ହୋଇନି ନିଜସ୍ୱ ୱେବ୍‌ସାଇଟ୍

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପକ୍ରିୟା ଆରମ୍ଭ ହୋଇଛି । ନାମଲେଖା ପାଇଁ 838 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏନେଇ ସୂଚନା ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଅଧିକ ପଢ଼ନ୍ତୁ

admission process starts in Odia University
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା
author img

By

Published : Jul 16, 2023, 4:03 PM IST

ଭୁବନେଶ୍ବର: ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ଠାରୁ ଆରମ୍ଭ ହେବ ପାଠପଢ଼ା । ଏଥିପାଇଁ ନାମଲେଖା ପକ୍ରିୟା ଆରମ୍ଭ ହୋଇଛି । ଇଣ୍ଟିଗ୍ରେଟେଡ ଏମଏ ପିଏଚ୍‌‌ଡିରେ ନାମଲେଖା ପାଇଁ 838 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ବିଶ୍ବବିଦ୍ୟାଳୟର ୱେବସାଇଟ୍ ହୋଇପାରିଲା ନାହିଁ । ଚଳିତ ମାସ ୧୫ ତାରିଖ ସୁଦ୍ଧା ୱେବସାଇଟ୍ ପ୍ରସ୍ତୁତ ହେବାର ଥିଲା ।

ବର୍ତ୍ତମାନ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୭୨ଟି ସିଟ ରହିଥିବା ବେଳେ ୩ଟି ବିଭାଗ ରହିଛି । ପ୍ରତ୍ୟେକ ବିଭାଗରେ ୨୪ ଲେଖାଏଁ ସିଟ ରହିଛି । ଓଡ଼ିଆ ବିଶ୍ୱବିଦ୍ୟାଳୟରେ ୩ଟି ବିଷୟରେ ଛାତ୍ରଛାତ୍ରୀ ପାଠ ପଢିବେ । ବିଷୟ ଗୁଡ଼ିକ ହେଲା ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ ଆଦିବାସୀ ଭାଷା ଓ ଐତିହ୍ୟ ବିଭାଗ । ଅନ୍ୟପଟେ ଚଳିତ ମାସ ୧୫ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟର ଏକ ପୂର୍ଣ୍ଣାଙ୍ଗ ୱେବସାଇଟ୍ ପ୍ରସ୍ତୁତ କରାଯାଇ ସେଥିରେ ସମସ୍ତ ପ୍ରକାରର ସବିଶେଷ ତଥ୍ୟ ଦେବାକୁ ନିଷ୍ପତି ହୋଇଥିଲା । ହେଲେ ନାମଲେଖା ପକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଏପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ୱେବସାଇଟ୍ ତିଆରି ହୋଇପାରିନାହିଁ । www.odiauniversity.ac.in ୱେବସାଇଟ୍‌‌ରେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ହୋଇପାରିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ୮ରୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଏହା ସତ୍ୱେ ସାମ୍ସ ଜରିଆରେ ଚଳିତ ଶିକ୍ଷା ବର୍ଷରେ ନାମଲେଖା ପାଇଁ ପକ୍ରିୟା ଜାରି ରହିଛି । ଏକକ ପ୍ରବେଶିକା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଏମଏ ପିଏଚଡ଼ିରେ ନାମ ଲେଖାଇବେ । ଛାତ୍ରଛାତ୍ରୀ ଏକାକାଳୀନ ଭାବରେ ସ୍ନାତକୋତ୍ତର ଓ ପିଏଚଡିରେ ପାଠ ପଢିବେ । ତେବେ ଉଚ୍ଚ ଶିକ୍ଷା ବିଭାଗ ଏହି ବିଶ୍ବବିଦ୍ୟାଳୟକୁ ଅଧିକ ଗୁରୁତ୍ୱ ସହିତ ନେଉଥିବା ବେଳେ ନିଯୁକ୍ତି ପ୍ରକ୍ରିୟାକୁ ପ୍ରାଥମିକ ଭାବରେ ଅଧିକ ପ୍ରାଧାନ୍ୟ ଦେଇଛି । ବିଶେଷ କରି ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ନାମଲେଖା ପୂର୍ବରୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନିଯୁକ୍ତି ଏବଂ ଅନ୍ୟ ସମସ୍ତ ପ୍ରକ୍ରିୟା ସାରିବାକୁ ବିଭାଗ ଅଧିକ ଗୁରୁତ୍ୱ ଦେଉଛି । ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଏକ ଅତ୍ୟାଧୁନିକ ହାଇଟେକ୍‌ ବିଶ୍ୱବିଦ୍ୟାଳୟ ଭାବରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ସୂଚନା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୩ ତାରିଖରେ ପ୍ରବେଶିକା ପରୀକ୍ଷା କରାଯିବ । ୨୩ ତାରିଖରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୨୮ ତାରିଖରେ ନାମଲେଖା ଆରମ୍ଭ ହେବ । ରାଜ୍ୟର ୪ଟି ସ୍ଥାନରେ ହେବ ପ୍ରବେଶିକା ପରୀକ୍ଷା । ଭୁବନେଶ୍ଵର, ବ୍ରହ୍ମପୁର, ବାଲେଶ୍ଵର ଏବଂ ସମ୍ବଲପୁରରେ ହେବ ପ୍ରବେଶିକା ପରୀକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.