ETV Bharat / state

୮୦ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ଵବିଦ୍ୟାଳୟ - ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ସାମ୍ବାଦିକ ସମ୍ମିଳନୀ

ଆସନ୍ତାକାଲି ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିବ ୮୦ ତମ ପ୍ରତିଷ୍ଠା ଦିବସ । ଯୋଗଦେବେ ଭୁବନେଶ୍ଵର AIIMS ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କୁଳପତି ସବିତା ଆଚାର୍ଯ୍ୟ । ଅଧିକ ପଢ଼ନ୍ତୁ

ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିବ ୮୦ ତମ ପ୍ରତିଷ୍ଠା ଦିବସ, ଶିକ୍ଷା ଓ ରିସର୍ଚକୁ ଗୁରୁତ୍ଵ

author img

By

Published : Nov 26, 2022, 7:28 PM IST

ଭୁବନେଶ୍ବର: ଆସନ୍ତାକାଲି ୮୦ ତମ ପ୍ରତିଷ୍ଠା ଦିବସ ପାଳିବ ଉତ୍କଳ ବିଶ୍ଵବିଦ୍ୟାଳୟ । ରାଜ୍ୟର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ ଏହା ଭିତରେ ଅନେକ ଉନ୍ନତି କରିଥିବାବେଳେ NAAC A+ ମାନ୍ୟତା ମଧ୍ୟ ପାଇଛି । ଆଗକୁ ନୂଆ ଶିକ୍ଷା ନୀତି ଆଧାରରେ ଅନେକ ଯୋଜନା କରିବା ସହ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଚେଷ୍ଟିତ ଥିବା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଉତ୍କଳ ବିଶ୍ଵବିଦ୍ୟାଳୟ ପାଳିବ ୮୦ ତମ ପ୍ରତିଷ୍ଠା ଦିବସ, ଶିକ୍ଷା ଓ ରିସର୍ଚକୁ ଗୁରୁତ୍ଵ

ରବିବାର ୮୦ ତମ ପ୍ରତିଷ୍ଠା ଦିବସ ପାଳିବ ରାଜ୍ୟର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ । ଏହି ଗୌରବମୟ ଅବସରରେ ଭୁବନେଶ୍ଵର AIIMS ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଓ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ୨ ଘଣ୍ଟାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଆସନ୍ତା ଡିସେମ୍ବର ୧୬ ତାରିଖ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ଅନୁମତି ମିଳିପାରିନାହିଁ । ତେବେ ଅନୁମତିକୁ ଅପେକ୍ଷା ରହିଥିବା କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି । କୁଳପତି କହିଛନ୍ତି, "ଉତ୍କଳ ବିଶ୍ବବିଦ୍ୟାଳୟରେ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି । ସମ୍ପୂର୍ଣ୍ଣ ଭାବରେ କ୍ୟାମ୍ପସ ଡିଜିଟାଲାଇଜ କରାଯାଉଛି । ଏହା ସହ ରିସର୍ଚ ଆଣ୍ଡ ଡେଭଲ୍ପମେଣ୍ଟ ଦିଗରେ ଅଧିକ ଗୁରୁତ୍ଵ ଦିଆଯାଉଛି ।"

ସୂଚନା ଅନୁଯାୟୀ, ୨୦୨୧ ମସିହାରେ NIRF ମୂଲ୍ୟାୟନ ଅନୁକ୍ରମେ ୮୮ ତମ ସ୍ଥାନରେ ସ୍ଥାନିତ ହୋଇ ଗୌରବର ଅଧିକାରୀ ପାଲଟିଥିଲା ଉତ୍କଳ ବିଶ୍ଵବିଦ୍ୟାଳୟ । ଶିକ୍ଷା ପ୍ରାଦାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ବିଭାଗାରେ ଅତିରିକ୍ତ ୩୦ଟି ସ୍ମାର୍ଟ କ୍ଳାସରୁମର ସୁବିଧା ପ୍ରଦାନ କରାଯାଇଛି । ଇ-ରିସୋର୍ସକୁ ବ୍ୟବହାର କରିବା ପାଇଁ ଇ-ଲାଇବ୍ରେରୀ ସୁବିଧା କାର୍ଯ୍ୟକାରୀ କରାଯିବା ସହ ଇ-ରିସୋର୍ସର ବିକାଶ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଭର୍ଚୁଆଲ ଟ୍ୟୁଟୋରିଆଲ ଲ୍ୟାବର ସୁବିଧା କରାଯାଇଛି ।

ଅନ୍ତର୍ବିଭାଗୀୟ ଗବେଷଣା, ଅଧିକ ସହଭାଗିତା ଏବଂ ଗବେଷଣାତ୍ମକ ପାଣ୍ଠିର ପ୍ରୋତ୍ସାହନ ପାଇଁ OHEPEE ଏବଂ RUSA କାର୍ଯ୍ୟକ୍ରମ ମାଧ୍ୟମରେ ୧୦ଟି ସେଣ୍ଟର ଅଫ ଏକ୍ସଲେନ୍ସ ସଫଳତା ଭାବରେ କାର୍ଯ୍ୟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.