ଭୁବନେଶ୍ବର: ଅପରାଧ କରି ଅନୁତପ୍ତ କଲେ । ଜେଲରେ ଥାଇ ସୁଧୁରିଗଲେ। ଆଚାର ବ୍ୟବହାରରେ ଆଣିଲେ ପରିବର୍ତ୍ତନ । ନିଜ ଦୋଷ ପାଇଁ କାଟୁଥିବା ସଜ୍ଜାରୁ ମିଳିଲା ମୁକ୍ତ। ରାଜ୍ୟର ବିଭିନ୍ନ ଜେଲରେ ସଜ୍ଜା କାଟୁଥିବା ୮ କଏଦୀ ହୋଇଛନ୍ତି ମୁକ୍ତ । ରାଜ୍ୟଦଣ୍ଡ ବିଧାନ ସମୀକ୍ଷା ବୋର୍ଡର ସୁପାରିଶ କ୍ରମେ ମୁକୁଳିଛନ୍ତି ଆଜିବନ ସଜ୍ଜା କାଟୁଥିବା କଏଦୀ । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାରର ଦୁଇ ଜଣ । ରାଉଲକେଲା ସ୍ବତନ୍ତ୍ର କାରଗାରର ଜଣେ, କୋରାପୁଟ ମଣ୍ଡଳସକାରଗାରର ଦୁଇଜଣ, ବଲାଙ୍ଗୀର ଜିଲ୍ଲା କାରଗାରର ତିନିଜଣ ।
ସୂଚନା ମୁତାବକ ରାଜ୍ୟର ୪ଟି ଜେଲରେ ସଜ୍ଜା କାଟୁଥିବା ୮ଜଣ କଏଦୀଙ୍କୁ ମୁକ୍ତ କରିବା ପାଇଁ ଆଇନ ବିଭାଗ ପକ୍ଷରୁ ନୋଟିସ ହୋଇଥିଲା। କଏଦୀଙ୍କୁ ମୁକ୍ତ ପାଇଁ ରିଭ୍ୟୁ ସେଣ୍ଟେନ୍ସ ବୋର୍ଡ ବା ଦଣ୍ଡ ବିଧାନ ସମୀକ୍ଷା ବୋର୍ଡ ଏକ ସମୀକ୍ଷା କରଥିଲା । 11 ଜଣଙ୍କ ମଧ୍ୟରୁ କେବଳ ୮ଜଣଙ୍କ ମୁକ୍ତି ପାଇଁ ଚୟନ କରିଥିଲେ । ୧୪ବର୍ଷରୁ ଅଧିକ ସମୟ ସଜା କାଟୁଥିବା କଏଦୀ ଯେକି ଆଜିବନ ସଜ୍ଜା ପାଇଥିଲେ। ୧୧ଜଣଙ୍କୁ ବିଚାର ପ୍ରକ୍ରିୟାକୁ ନିଆଯାଇଥିଲା। ସେଠାରେ ସେମାନଙକର ୧୪ବର୍ଷ ଧରି ସେମାନଙ୍କର ଆଚାରବ୍ୟବହାର ଓ ଅପରାଧ ପାଇଁ ପଶ୍ଚାତାପ ଓ ତାଙ୍କର ଜେଲ ପରିସରରେ ଆଚରଣ ନେଇ ସମୀକ୍ଷା କରାଯାଇଥିଲା। ଯାହାକୁ ନେଇ ୮ଜଣଙ୍କୁ ମୁକ୍ତ ପାଇଁ ନିଷ୍ପତି ପରେ ଏନେଇ ଜେଲ ଓ କାରଗାର ନିର୍ଦେଶାଳୟକୁ ସୂଚିତ କରାଯାଇଥିଲା।
ଏନେଇ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରଗାରରେ ଥିବା ସୁଶାନ୍ତ ଦାସ ଓ ଦେବହରି ମହାନ୍ତି।ଯେକି ମୁକ୍ତ ହୋଇଛନ୍ତି । ତେବେ ସୁଶାନ୍ତ ଯେକି ଯାଜପୁର ଜିଲ୍ଲାର । ଯୁକ୍ତ ତିନି ପଢିବା ସମୟରେ ନିଜ କଲେଜ ନିର୍ବାଚନକୁ ନେଇ ଏକ ଗଣ୍ଡଗୋଳ ହୋଇଥିଲା। ପରେ ସେ ହିଁ ସମୟରେ ଗଣ୍ଡଗୋଳ ବେଳେ ଜଣେ ଛାତ୍ରଙ୍କ ଜୀବନ ଯାଇଥିଲା। ସେହି ଗଣ୍ଡଗୋଳରେ ହତ୍ୟାକାରୀ ଭାବେ ସଜ୍ଜା କାଟୁଥିଲେ ସୁଶାନ୍ତ। ପରେ ସେ ତାଙ୍କର ବ୍ୟବହାର ଓ ଆଚାର ଜେଲରେ ଅନେକ ଲୋକଙ୍କ ମନ ବଦଳାଇ ଦେଇଥିଲା। ପାଠୁଆ ପିଲା ହୋଇ କିପରି ଅପରଧ କରି ନିଜର ସଜ୍ଜା କାଟିବାକୁ ପଡ଼ିଥିଲା। ଅନୁତପ୍ତ ସହ ପରେ ନିଜର ଆଚାର ବ୍ୟବହାର ଓ ଆଚରଣ ପାଇଁ ସନ୍ତୁଷ୍ଟ ହୋଇ ସୁଶାନ୍ତଙ୍କୁ ମୁକ୍ତ ପାଇଁ ନିର୍ଦେଶ ଆସିଥିଲା। ସେହିପରି ବଲାଙ୍ଗୀର ଜିଲ୍ଲା କାରଗାରରୁ ପାଚିଲା ରାଉତ ଓ ସଫଉଲଆ ତାଣ୍ଡି ଓ ସମୟ ତାଣ୍ଡି ମୁକ୍ତ ହୋଇଛନ୍ତି । କୋରାପୁଟ ମଣ୍ଡଳ କାରାଗାରର ବଳରାମ ସୀରା ଓ ସୁନାଧର କୁସପାରିଆ ମଧ୍ୟ ମୁକ୍ତ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର