ETV Bharat / state

ରଜରେ ମାତିଛନ୍ତି ଜୁଆଡି: ଆଠ ଗିରଫ, ବାଇକ ଓ ଟଙ୍କା ଜବତ

ଲକ୍‌ଡାଉନ ସହ ରଜ ମାହୋଲରେ ମାତିଛନ୍ତି ଜୁଆଡ଼ି । ମଙ୍ଗଳବାର ଖୋର୍ଦ୍ଧାରୁ 8 ଜୁଆଡ଼ି ଗିରଫ । ଅଧିକ ପଢ଼ନ୍ତୁ...

author img

By

Published : Jun 15, 2021, 10:33 PM IST

8 gambler arrested, khordha police, ଆଠ ଜୁଆଡି ଗିରଫ,  8 ଜୁଆଡ଼ି ଗିରଫ, ଖୋର୍ଦ୍ଧା ପୋଲିସ
ଆଠ ଜୁଆଡି ଗିରଫ: ବାଇକ, ଟଙ୍କା ଜବତ

ଖୋର୍ଦ୍ଧା: ରଜ ପାଇଁ ବିଭିନ୍ନ ଅଞ୍ଚଳରେ ଜୁଆଡ଼ି ମାନେ ସକ୍ରିୟ ହୋଇଉଠିଥିବାର ଦେଖାଯାଇଛି l ପୋଲିସ ମଧ୍ୟ ଏମାନଙ୍କ ଉପରେ କଡ଼ା ନଜର ରଖୁଛି l ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଙ୍ଗଳବାର ଜୁଆଡ଼ିଙ୍କୁ ଗିରଫ କରିଛି l

ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ବିଭିନ୍ନ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବାର ସୂଚନା ପାଇ ଟିମ ସହ ଚଢ଼ାଉ କରିଥିଲେ l ଏହି ପରିପ୍ରେକ୍ଷୀରେ ପୋଲିସ ଭବାନୀପୁର ଆମ୍ବ ତୋଟା ଜଙ୍ଗଲ ଅଞ୍ଚଳ ଏବଂ ସରଳସିଂହ ସ୍କୁଲରେ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି l

ତେବେ ଅନ୍ୟ ଜୁଆଡ଼ି ମାନେ ଜଙ୍ଗଲ ତଥା ଖୋଲା ଅଞ୍ଚଳର ଫାଇଦା ନେଇ ଖସି ପଳାଇଥିଲେ l ପୋଲିସ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ଟାରପୁଲିନ, ତାସ, ୫ ହଜାର ୬ ଶହ ନଗଦ ଟଙ୍କା, ୬ ଗୋଟି ବାଇକ ଏବଂ ୩ ଗୋଟି ସାଇକେଲ ଜବତ କରିବା ସହ ସେମାନଙ୍କ ବିରୋଧରେ ୩ ଓପିଜି ନିୟମ ଅନୁଯାୟୀ ବାଣପୁର ଥାନାରେ କେସ ନମ୍ବର ୨୧୧/୨୧ ଏବଂ ୨୧୨/୨୧ ରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.