ETV Bharat / state

କାଳିଆ ଯୋଜନାରେ ସାମିଲ ହେବେ ୭୫ ଲକ୍ଷ ଚାଷୀ

ସମୁଦାୟ 75 ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରୁ 50 ଲକ୍ଷ କ୍ଷୁଦ୍ର ଚାଷୀ ରହିଥିବା 25 ଲକ୍ଷ ଚାଷୀ ଭୂମିହୀନ ବୋଲି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

author img

By

Published : Jun 7, 2019, 5:18 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାଳିଆ ଯୋଜନାରେ ସମୁଦାୟ 75 ଲକ୍ଷ ଚାଷୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ବଳକା ରହିଯାଇଥିବା ହିତାଧିକାରୀଙ୍କୁ ଟଙ୍କା ଶୀଘ୍ର ମିଳିବା ନେଇ କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ନିର୍ବାଚନ ପୂର୍ବରୁ ୪୨ ଲକ୍ଷ ଚାଷୀ ଯୋଜନାରେ ସାମିଲ ହୋଇଥିବା ବେଳେ ବାକି ଚାଷୀମାନଙ୍କୁ ସରକାର ଗଠନ ହେବା ଦିନ ମିଳିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

ଭଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ମନ୍ତ୍ରୀ କହିଛନ୍ତି ମେ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ପାଇଁ ଶପଥ ନେଲା ପରେ ଆଉ ୮ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାର ଟଙ୍କା ପଠାଯାଇଛି । ଏହି ଭଳି ଭାବରେ ୫୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆ ସାରିଲାଣି । ରାଜ୍ୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାର ଟଙ୍କା ଦେବାର ଟାର୍ଗେଟ ରଖାଯାଇଛି ।

ସମୁଦାୟ ଯୋଜନାରେ ସାମିଲ ହେବାକୁ ଥିବା 75 ଲକ୍ଷ ଚାଷୀଙ୍କ ମଧ୍ୟରୁ ୫୦ ଲକ୍ଷ କ୍ଷୁଦ୍ର ଚାଷୀ ରହିଥିବା ବେଳେ ଅନ୍ୟ ୨୫ ଲକ୍ଷ ହେଉଛି ଭୂମିହୀନ ଚାଷୀ ପରିବାର ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ସେ କହିଛନ୍ତି ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କ ପାଇଁ ମଧ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ପ୍ୟାକେଜ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

କାଳିଆ ଯୋଜନା ରେ ୭୫ ଲକ୍ଷ ଚାଷୀଙ୍କୁ ଟାର୍ଗେଟ।

କାଳିଆ ଯୋଜନା ରେ ନିର୍ବାଚନ ପୂର୍ବରୁ ୪୨ ଲକ୍ଷ ଲୋକମାନଙ୍କୁ ଦିଆଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ସରକାର ଗଠନ ହେବା ସେହି ଦିନ ଆଉ ବାକି ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ଚାଷୀ ମାନଙ୍କୁ କାଳିଆ ଟଙ୍କା ହସ୍ତାନ୍ତର କରାଯିବ।

ମେ ୨୯ ତାରିଖ ରେ ମୁଖ୍ୟମନ୍ତ୍ରୀ ପଞ୍ଚମ ଥର ପାଇଁ ଶପଥ ନେଲା ପରେ ସେହି ଦିନ ସନ୍ଧ୍ୟାରେ ଆଉ ୮ ଲକ୍ଷ ଚାଷୀ ଙ୍କ ଆକାଉଣ୍ଟ କୁ କାଳିଆ ଯୋଜନା ର ଟଙ୍କା ପଠାଯାଇଥିଲା। 
ଏହି ଭଳି ଭାବରେ ୫୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆ ସାରିଲାଣି। ରାଜ୍ୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାର ଟଙ୍କା ଦେବାର ଟାର୍ଗେଟ ରଖାଯାଇଛି। ୭୫ ଲକ୍ଷ ଭିତରୁ ୫୦ ଲକ୍ଷ ହେଉଛି କ୍ଷୁଦ୍ର ଚାଷୀ । ଆଉ ଅନ୍ୟ ୨୫ ଲକ୍ଷ ହେଉଛି ଭୂମିହୀନ ଚାଷୀ ପରିବାର ଙ୍କୁ କାଳିଆ ଟଙ୍କା  ଦିଆଯିବ। ଫାନୀ ବାତ୍ୟା ରେ ରାଜ୍ୟରେ କୃଷି କ୍ଷେତ୍ରରେ ଚାଷୀ କୁଳ କ୍ଷତି ସହିଛନ୍ତି ସେ ନେଇ ରାଜ୍ୟ ସରକାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଯାହା ଫଳରେ କି ଉଦ୍ୟାନ କୃଷି ବିଭାଗର କ୍ଷତି ଘଟିଛି ସେ ନେଇ ରାଜ୍ୟ ସରକାର ଏକ ପ୍ୟାକେଜ ଘୋଷଣା କରିଛନ୍ତି।

ଅରୁଣ ସାହୁ, କୃଷି ମନ୍ତ୍ରୀ।
Byte send mojo
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.