ETV Bharat / state

ବନ ମହୋତ୍ସବରେ ବୃକ୍ଷରୋପଣ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ - PLANTATION

70ତମ ବନ ମହୋତ୍ସବ ଅବସରରେ ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 3, 2019, 7:35 PM IST

ଭୁବନେଶ୍ବର: ‘ପିଲାମାନେ, ବୃକ୍ଷ ହିଁ ଜୀବନ । ଗଛ ରହିଲେ ଆମ ପରିବେଶ ଭଲ ରହିବ । ପରିବେଶ ଭଲ ରହିଲେ ଆମେ ସମସ୍ତେ ଭଲ ରହିବା । ଯଦି ଆମେ ଗଛର ଯତ୍ନ ନେବା ତାହେଲେ ଗଛ ଆମର ଯତ୍ନ ନେବ’ ବୋଲି ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପ୍ରାଙ୍ଗଣରେ ନିମ୍ବ ଚାରା ରୋପଣ କରିବା ସହ ଜଙ୍ଗଲ ଓ ପ୍ରକୃତିକୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା ଫନିରେ 22ଲକ୍ଷ ଗଛ ନଷ୍ଟ ହୋଇଛି । ଏହାର ଭରଣା ପାଇଁ ଆଗାମୀ ଦିନରେ 80 ଲକ୍ଷ ଗଛ ଲଗାଯିବ । ସେଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁଜ ଓଡିଶା ଗଠନରେ ସହାୟକ ହୁଅନ୍ତୁ ବୋଲି 70ତମ ବନ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଏହା ସହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ‘ବାତ୍ୟା ଫନିରେ ଲକ୍ଷାଧିକ ଗଛ ନଷ୍ଟ ହୋଇଛି । ବିଶେଷକରି ଉପକୂଳ ପୁରୀ, ଭୁବନେଶ୍ବର ଓ କଟକରେ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ଯୋଜନାରେ ଗଛ ଲଗାଇବା ପାଇଁ ପ୍ରାୟ 6କୋଟି ଚାରା ରୋପଣ କରାଯିବ । ଏହାସହିତ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ମଧ୍ୟ ଚାରାବଣ୍ଟନ କରାଯିବ’ ।

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରୁଛୁ ବୋଲି ଜଙ୍ଗଲ ମନ୍ତ୍ରୀ କହିଛନ୍ତି । ସେହିପରି 20 ବର୍ଷ ଭିତରେ ରାଜ୍ୟରେ 4 ହଜାର ବର୍ଗ କିମି ଜଙ୍ଗଲ ବୃଦ୍ଧି ପାଇଛି ଯାହା ଅତ୍ୟନ୍ତ ଉତ୍ସାହଜନକ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।

ରାଜ୍ୟରେ ଫନି ବାତ୍ୟାରେ ପଡିଯାଇଥିବା ପ୍ରାୟ 15ହଜାର ଗଛର ପୁନରୁଦ୍ଧାର ହୋଇଛି । ଏହା ସହିତ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ 50ଟି ବନ ମହୋତ୍ସବ ପାଳନ କରାଯିବ ବୋଲି ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସନ୍ଦୀପ ତ୍ରିପାଠୀ କହିଛନ୍ତି । ଏହାସହିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବିଜେଇଏମ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଆୟେଶା ପଣ୍ଡା ଗଛ ଲଗେଇ ପରିବେଶ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

dfsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.