ETV Bharat / state

ଡକାୟତି ଉଦ୍ୟମ ପଣ୍ଡ: 7 ଡକାୟତ ଗିରଫ, ମାରଣାସ୍ତ୍ର ଜବତ

author img

By

Published : Jun 17, 2021, 5:02 PM IST

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୋଶାଳା ପଡ଼ିଆ ଠାରେ ଥିବା ଏକ ପରିତ୍ୟକ୍ତ ଘରେ ଡକାୟତି ପାଇଁ କିଛି ଯୁବକ ଏକାଠି ହୋଇଥିବା ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ 7 ଡକାୟତ ଗିରଫ ହେବା ସହିତ କିଛି ମାରଣାସ୍ତ୍ର ଜବତ ହୋଇଛି । ଅଧିକ ପଢନ୍ତୁ...

ଡକାୟତି ଉଦ୍ୟମ ପଣ୍ଡ: 7 ଡକାୟତ ଗିରଫ, ମାରଣାସ୍ତ୍ର ଜବତ
ଡକାୟତି ଉଦ୍ୟମ ପଣ୍ଡ: 7 ଡକାୟତ ଗିରଫ, ମାରଣାସ୍ତ୍ର ଜବତ

ଖୋର୍ଦ୍ଧା: ଡକାୟତି ଉଦ୍ୟମ କରୁଥିବାବେଳେ ମାଡି ବସିଲା ପୋଲିସ । ସୂଚନା ଅନୁଯାୟୀ ଗୁରୁବାର ସକାଳ ସମୟରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୋଶାଳା ପଡ଼ିଆ ଠାରେ ଥିବା ଏକ ପରିତ୍ୟକ୍ତ ଘରେ ଡକାୟତି ପାଇଁ କିଛି ଯୁବକ ଏକାଠି ହୋଇଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ସେଠାରୁ 7 ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଖଣ୍ଡା, ଫାର୍ସା, ଚାପଡ଼, ଲୁହାରଡ଼ ଭଳି ମାରଣାସ୍ତ୍ର ଜବତ କରିଥିବା ସୂଚନା ଦେଇଛନ୍ତି ଆଦର୍ଶ ଥାନା ଅଧିକାରୀ । ଗିରଫ ହୋଇଥିବା ଡକାୟତମାନେ ହେଲେ ଜଟଣୀ ଥାନା ଅଞ୍ଚଳର ସେକ ଇବାଦୁଲ୍ଲା, ସେକ ୟୁସୁଫ, ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳର ମନିଆ ବେହେରା, ବିପିନ ବେହେରା, ସନ୍ତୋଷ ସାହୁ, ଦିପୁ ପରିଡା ଏବଂ ଚନ୍ଦକା ଥାନା ଅଞ୍ଚଳର ବିକାଶ ବେହେରା । ସେହିପରି ସେକ ଇବାଦୁଲ୍ଲା ଓ ସେକ ୟୁସୁଫ ଠାରୁ ଗଡ଼ଖୋର୍ଦ୍ଧା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ଦାନ ବାକ୍ସକୁ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.