ETV Bharat / state

ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ; ଦିନକରେ ୬,୭୩୬ ପଜିଟିଭ୍ ଚିହ୍ନଟ

author img

By

Published : May 27, 2021, 9:19 AM IST

Updated : May 27, 2021, 4:34 PM IST

ରାଜ୍ୟରେ ବାତ୍ୟା ପ୍ରଭାବ ଯୋଗୁଁ ଟେଷ୍ଟିଂ ବାଧାପ୍ରାପ୍ତ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୭୩୬ ନୂଆ କୋରୋନା ପଜିଟିଭ୍ ଚିହ୍ନଟ । ଅଧିକ ପଢନ୍ତୁ...

ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ, ଦିନକରେ ୬,୭୩୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ସତ୍ତ୍ବେ ପ୍ରତିଦିନ ପ୍ରାୟ 10 ହଜାର ଉପରେ ରହୁଥିଲା କୋରୋନା ପଜିଟିଭଙ୍କ ସଂଖ୍ୟା । ତେବେ ବହୁତ ଦିନ ବ୍ୟବଧାନରେ ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ୬,୭୩୬ ନୂଆ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩,୭୭୪ ଜଣ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ ୨୯୬୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୭୮8, ବାଲେଶ୍ବରରୁ ୭୧, ବରଗଡ଼ରୁ ୪୦5, ଭଦ୍ରକରୁ ୨୦୬, ବଲାଙ୍ଗୀରରୁ ୧୪୪, ବୌଦ୍ଧରୁ ୨୬୨, କଟକରୁ ୩୬୨, ଦେଓଗଡ଼ରୁ ୬୪, ଢେଙ୍କାନାଳରୁ ୧୭୮, ଗଜପତିରୁ ୮୦, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୧୦୬, ଯାଜପୁରରୁ ୩୭୪ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୧୨୦, କଳାହାଣ୍ଡିରୁ ୨୪୧, କନ୍ଧମାଳରୁ 85, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୨୪, ଖୋର୍ଦ୍ଧାରୁ ୫୧୭, କୋରାପୁଟରୁ ୨୧୯, ମାଲକାନଗିରିରୁ ୯୮, ମୟୂରଭଞ୍ଜରୁ ୩୪, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୨୦୭, ନୂଆପଡ଼ାରୁ ୪୮, ପୁରୀରୁ ୨୬୫, ରାୟଗଡ଼ାରୁ ୧୨୩, ସମ୍ବଲପୁରରୁ ୩୦୯, ସୋନପୁରରୁ ୮୨, ସୁନ୍ଦରଗଡ଼ରୁ ୭୨୦, ଷ୍ଟେଟ୍‌ ପୁଲ୍‌ରୁ ୧୦୨ ରହିଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୨ ହଜାର ୭୩୯ରେ ପହଞ୍ଚିଥିବା ବେଳେ 1 ଲକ୍ଷ 6 ହଜାର 440 ସକ୍ରିୟ ମାମଲା ରହିଛି । ସେପଟେ ଗୋଟିଏ ଦିନରେ 10 ହଜାର 635 ଜଣ ସୁସ୍ଥ ହୋଇ ଏଯାବତ୍ 6 ଲକ୍ଷ 23 ହଜାର 628 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ 1 କୋଟି 15 ଲକ୍ଷ 52 ହଜାର 985ଟି ନମୁନାର କୋରୋନା ପରୀକ୍ଷଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2021, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.