ETV Bharat / state

୪ ବର୍ଷରେ ୬୦୦୦ କିମି ରାସ୍ତାର ବିକାଶ ହୋଇଛି: ପୂର୍ତ୍ତ ମନ୍ତ୍ରୀ - ପୂର୍ତ୍ତ ବିଭାଗର ସାମ୍ବାଦିକ ସମ୍ମିଳନୀ

ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ପୂର୍ତ୍ତ ମନ୍ତ୍ରୀଙ୍କ ସୂଚନା । ୪ ବର୍ଷରେ ୬୦୦୦ କିମି ରାସ୍ତାର ହୋଇଛି ବିକାଶ । ଅଧିକ ପଢନ୍ତୁ

ପୂର୍ତ୍ତ ବିଭାଗର ସାମ୍ବାଦିକ ସମ୍ମିଳନୀ
ପୂର୍ତ୍ତ ବିଭାଗର ସାମ୍ବାଦିକ ସମ୍ମିଳନୀ
author img

By

Published : May 24, 2023, 2:13 PM IST

ପୂର୍ତ୍ତ ବିଭାଗର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ୪ ବର୍ଷରେ ୬ ହଜାର ରାସ୍ତାର ବିକାଶ କାର୍ଯ୍ୟ ହୋଇଛି । ଚାନ୍ଦିପୁର, ତଳସରା, ତାରାତାରିଣୀ, ଚିଲିକା, ଧଉଳି ଏହିଭଳି ୧୨ଟି ପର୍ଯ୍ୟଟନ ସ୍ଥଳୀକୁ ଦୁଇ ଲାଇନ ବିଶିଷ୍ଟ ରାସ୍ତା ହୋଇଛି । ଆହୁରି ୫ଟି ପର୍ଯ୍ୟଟନସ୍ଥଳୀ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି । ସେହିପରି ଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ରାସ୍ତାକଡରେ ୫୦ଟି ଆମ୍ୟୁନିଟି ସେଣ୍ଟର କରାଯାଇଛି । ଏହି ସେଣ୍ଟରର ତଦାରଖ ଦାୟିତ୍ବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ହସ୍ତାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ସାମ୍ବାଦିକ ସମ୍ମିଳନୀରେ ବିବରଣୀ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ଏବଂ ସଚିବ ।

ମନ୍ତ୍ରୀ କହିଛନ୍ତି ଯେ, ବଡ଼ ବଡ଼ ସହରରେ ରିଙ୍ଗ ରୋଡ୍ ନିର୍ମାଣ କାମ ଚାଲିଛି । ଝାରସୁଗୁଡା, ବଲାଙ୍ଗୀର, ଭବାନୀପାଟଣା, ସମ୍ବଲପୁର, ବାରିପଦା, ବରଗଡ଼ ଭଳି ସହରରେ ରିଙ୍ଗ ରୋଡ଼ ନିର୍ମାଣ ହେଉଛି । ଅନ୍ୟ ବିଭାଗର କାମ ମଧ୍ୟ କରୁଛି ପୂର୍ତ୍ତ ବିଭାଗ । ବର୍ଷକୁ ୧୮ ହଜାର କୋଟିର କାମ କରାଯାଉଛି । ୫୪୬ କିମିର ବିଜୁ ଏକ୍ସପ୍ରେସୱେ ଲକ୍ଷ୍ୟ ପୂରଣ ହୋଇଛି । ଦ୍ବିତୀୟ ବିଜୁ ଏକ୍ସପ୍ରେସୱେର ନିର୍ମାଣ କାମ ଆରମ୍ଭ ହୋଇଯାଇଛି । ଜୟପୁର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୨୧୮ କିମି ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଉରକେଲା ଠାରୁ ଅମ୍ରପାଲି ୫୪୬ କିମି ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିଜୁ ଏକ୍ସପ୍ରେସୱେ ଶିଳ୍ପାନୁଷ୍ଠାନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ପ୍ରତିବର୍ଷ ୧ ହଜାର କିମି ରାସ୍ତାର ବିକାଶ କାର୍ଯ୍ୟ ବିଭାଗକୁ ଦିଆଯାଇଥିଲା ।

୪ ବର୍ଷରେ ୬ ହଜାର ୮୦୦ କିମି ରାସ୍ତାର ବିକାଶ କାମ ପାଇଁ ୧୮,୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଜଣାଇଛନ୍ତି ‌। ଡିସେମ୍ବର ସୁଦ୍ଧା ସମ୍ବଲପୁର କଟକ ଜାତୀୟ ରାଜପଥ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ତ୍ତ ବିଭାଗକୁ ମୋଟ ୩୧,୨୧୭ଟି ରାସ୍ତା ଦାୟିତ୍ବ ଦିଆଯାଇଛି । ରାଜ୍ୟର ୩୧୪ ବ୍ଲକରେ ଦୁଇ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବାର ଥିବାବେଳେ ୨୬୭ ବ୍ଲକରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ବାକି ୨୬ଟି ବ୍ଲକରେ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ୫୫ଟି ବୃହତ ଶିଳ୍ପାଞ୍ଚଳକୁ ଦୁଇ ଲେନ ଏବଂ ଚାରି ଲେନ କରିବା କାର୍ଯ୍ୟ ଆଗେଇ ଚାଲିଛି । ଏହା ବାବଦକୁ ୧୮ ହଜାର କୋଟି ଟଙ୍କା ପ୍ରାୟ ଖର୍ଚ୍ଚ ହୋଇସାରିଛି ।

ବିଭିନ୍ନ ହସ୍ପିଟାଲର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଛି । କ୍ରୀଡାର ବିକାଶ ପାଇଁ ଅର୍ଥ ବ୍ୟୟ କରାଯାଉଛି । ମଲ୍ଟି ପରପୋଜ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ଶେଷ ବର୍ଷର ପ୍ରତ୍ୟେକ ବିଭାଗର ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କ ସହ ସମୀକ୍ଷା ପରେ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଉଛି । ବିଭାଗ ଗୁଡିକୁ ଅଧିକ କ୍ରିୟାଶୀଳ ହେବାକୁ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.