ETV Bharat / state

ଘର ଢିଙ୍କି କୁମ୍ଭୀର: କ୍ୟାପିଟାଲ ହସ୍ପିଟାଲରୁ 60 ଲକ୍ଷର ମେସିନ ଚୋରି କରିନେଲେ ସୁଇପର ଓ ସିକ୍ୟୁରିଟି ଗାର୍ଡ

author img

By ETV Bharat Odisha Team

Published : Oct 18, 2023, 6:40 PM IST

କ୍ୟାପିଟାଲ ହସ୍ପିଟାଲରୁ ବଡ଼ ଧରଣର ଚୋରି । 60 ଲକ୍ଷର ଟେଷ୍ଟିଂ ମେସିନ ଚୋରି କରିନେଲେ ଚୋର । CCTV ଦେଖି ତଦନ୍ତ କରିଛି କ୍ୟାପିଟାଲ ପୋଲିସ । ଅଧିକ ପଢ଼ନ୍ତୁ

କ୍ୟାପିଟାଲ ହସ୍ପିଟାଲରୁ ଚୋରି
କ୍ୟାପିଟାଲ ହସ୍ପିଟାଲରୁ ଚୋରି
କ୍ୟାପିଟାଲ ହସ୍ପିଟାଲରୁ ଚୋରି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ବଡ଼ ଧରଣର ଚୋରି । 60 ଲକ୍ଷର ଟେଷ୍ଟିଂ ମେସିନ ଚୋରି କରିନେଲେ ଚୋର । ନୂଆ ଓ ପୂରୁଣା ଭଳି 4ଟି ମେସିନ ଚୋରି ହୋଇଛି । ଚୋରିରେ ସାମିଲ ଅଛନ୍ତି ହସ୍ପିଟାଲର ସିକ୍ୟୁରିଟି ଓ ସୁଇପର । CCTV ଦେଖି ତଦନ୍ତ କରୁଛି କ୍ୟାପିଟାଲ ପୋଲିସ । ଏଭଳି ଘଟଣା ପରେ ତତ୍ପର ହୋଇ ନଜରକୁ କଡ଼ାକଡ଼ା କରିବା ପାଇଁ ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଉଛନ୍ତି ହସ୍ପିଟାଲ କତ୍ତୃପକ୍ଷ ।

ସୂଚନା ଆନୁସାରେ, ଗତକାଲି ସକାଳ ପ୍ରାୟ 8 ଟା ସମୟରେ କ୍ୟାପିଟାଲ ହସ୍ପିଟାଲର ପାଥଲୋଜି ଲାବ୍ରୋଟାରିରୁ ଚୋରି ହୋଇଥିଲା । ଚୋରି ହୋଇଥିବା ଜିନିଷ ମଧ୍ୟରେ ନୂଆ ପୁରୁଣା ଭଳି 4 ଟି ଟେଷ୍ଟିଂ ମେସିନ ରହିଥିବା ବେଳେ ଏହାର ମୂଲ୍ୟ 60 ଲକ୍ଷ ଟଙ୍କା ହେବା ଆକଳନ କରାଯାଇଛି । ତେବେ ଚୋରି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଏଭଳି ଚୋରିରେ ହସ୍ପିଟାଲର ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ହାତ ଥିବା ଜାଣିବାକୁ ପାଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ ଥାନାରେ ଅଭିଯୋଗ କରିବା ସହ ହସ୍ପିଟାଲରେ ରହିଥିବା ସୁଇପର୍ ଏବଂ ସିକ୍ୟୁରିଟିଙ୍କର ଏଜେନ୍ସି ବିରୁଦ୍ଧରେ ମଧ୍ୟ ହସ୍ପିଟାଲ ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ CCTVରେ କଏଦ ହୋଇଥିବା ଭିଡ଼ିଓ ଆଧାରରେ ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଚେତିଲା କ୍ୟାପିଟାଲ ହସ୍ପିଟାଲ, ଏଣିକି ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି "ଏହା ଏକ ଅଭାବନୀୟ ଘଟଣା । ଲୋକମାନେ ସୁସ୍ଥ ହେବା ପାଇଁ ହସ୍ପିଟାଲ ଆସୁଛନ୍ତି କିନ୍ତୁ ଏଭଳି ଲୋକ ରହିଛନ୍ତି ଯିଏ କି ହସ୍ପିଟାଲରୁ ଚୋରି କରିବାକୁ ପଛାଉନାହାନ୍ତି । ରୋଗୀମାନଙ୍କ ପାଇଁ ବିଭିନ୍ନ ଟେଷ୍ଟ କରିବା ଲାଗି କିଛି ମେସିନ ଆସିଥିଲା । ଯେପରିକି ରକ୍ତ ପରୀକ୍ଷା ମେସିନ ଏବଂ ଡେଙ୍ଗୁ ଭଳି ଅନେକ ଟେଷ୍ଟ ହେବା ପାଇଁ ମେସିନ ରହିଥିଲା । ତାହା ଆଉ କିଛି ମଧ୍ୟରେ କାର୍ଯ୍ୟକ୍ଷମ ହୋଇଥାନ୍ତା । ଯାହାର ମୂଲ୍ୟ ପାଖାପାଖି 60 ଲକ୍ଷ୍ୟ ଟଙ୍କା ହେବ ।"

ସୂଚନା ମୁତାବକ ଚୋରି କାର୍ଯ୍ୟରେ ଲିପ୍ତ ଥିବା ସୁଇପାର ଓ ସିକ୍ୟୁରୁଟି ଗାର୍ଡ ମିଶି ମେସିନ ଗୁଡ଼ିକୁ ଏକ ଦୋକାନରେ ଦେଇଥିବା ଜଣାପଡ଼ିଛି । ଦୋକାନିକୁ ଏହି ମେସିନ ହେଇ ମୋଟା ଅଙ୍କର ଟଙ୍କା ମଧ୍ୟ ଆଣିଛନ୍ତି । ଆଗକୁ ଦଶହରା ରହିଥିବାରୁ କିଛି ଦୁର୍ବୃତ୍ତ ସକ୍ରିୟ ହୋଇପଡିଛନ୍ତି । ଯାହା କ୍ୟାପିଟାଲ ହସ୍ପିଟାଲ ସମେତ ଅନେକ ସ୍ଥାନରେ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.