ଖୋର୍ଦ୍ଧା : ଜିଲ୍ଲାରେ ଦେଶବ୍ୟାପୀ କୋରୋନା ଆତଙ୍କ ଚଲାଇଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ଚୋରା ମଦ ବ୍ୟବସାୟୀ । ଅନେକ ସ୍ଥାନରେ ଦେଶୀ ମଦ ବେଆଇନ ଭାବେ ବିକ୍ରି କରି ଲାଭ ଉଠାଉଛନ୍ତି । ତେବେ ଚୋର ଘର ସବୁବେଳେ ଅନ୍ଧାର ନଥିବା ଭଳି ଗୁରୁବାର ଖୋର୍ଦ୍ଧା ଅବକାରୀ ବିଭାଗର ପାଞ୍ଚ ଜଣିଆ ଟିମ ଜଙ୍କିଆ, ବେଗୁନିଆ ଏବଂ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଚଢ଼ାଉ କରି 1925ଲିଟର ପୋଚ ନଷ୍ଟ କରିଛି ।


ଏହାସହ 220 ଲିଟର ଦେଶୀ ମଦ ଏବଂ ଦୁଇଟି ସ୍କୁଟିକୁ ଜବତ କରିଛି । ସେହିପରି ଏହି ଘଟଣାରେ ସଂପୃକ୍ତ ଥିବା 6 ଜଣ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।
