ETV Bharat / state

ବାର କର୍ମଚାରୀଙ୍କୁ ଛୁରା ମାଡ ଘଟଣା: 6 ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

author img

By

Published : Jul 16, 2020, 1:29 PM IST

Updated : Jul 16, 2020, 1:56 PM IST

ବାର କର୍ମଚାରୀଙ୍କୁ ଛୁରା ମାଡ଼ କରି ହତ୍ୟା ଘରଣାରେ 6 ଅପରାଧୀଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଏହାସହ ବିଏମଡବ୍ଲ୍ୟୁ କାର ଓ ଛୁରୀ ଜବତ ହୋଇଥିବା ଏସପି ସୂଚନା ଦେଇଛନ୍ତି ।

ବାର କର୍ମଚାରୀଙ୍କୁ ହତ୍ୟା ମାମଲା: ଦୁର୍ଦ୍ଦାନ୍ତ 6 ଅପରାଧୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଉପରସାହି ଅଞ୍ଚଳର ଜଣେ ବାର କର୍ମଚାରୀଙ୍କୁ ଛୁରା ମାଡ଼ କରି ହତ୍ୟା ମାମଲାରେ ଅପରାଧୀ ଗ୍ୟାଙ୍ଗକୁ ଧରିଛି ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ଏସପିଙ୍କ ନେତୃତ୍ବରେ ପାଞ୍ଚଟି ଟିମ ଗଠନ କରାଯାଇ ଅପରାଧୀଙ୍କୁ ରଣପୁର ଜଙ୍ଗଲରୁ 6 ଜଣଙ୍କୁ ଗିରଫ କରାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

ବାର କର୍ମଚାରୀଙ୍କୁ ଛୁରା ମାଡ ଘଟଣା: ଦୁର୍ଦ୍ଦାନ୍ତ 6 ଅପରାଧୀ ଗିରଫ

ସୂଚନାନୁଯାୟୀ, ଗତ 14 ତାରିଖ ସନ୍ଧ୍ୟାରେ ଖୋର୍ଦ୍ଧା ଉପରସାହି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଖୋର୍ଦ୍ଧା ପୋଲିସର ନିଦ ହଜାଇ ଦେଇଥିବା ଏହି ଅପରାଧୀ ଗ୍ୟାଙ୍ଗକୁ ଧରିବାରେ ଖୋର୍ଦ୍ଧା ପୋଲିସ ସଫଳ ହୋଇଛି । ଏହାସହ ହତ୍ୟାରେ ବ୍ୟବହାର କରିଥିବା ବିଏମଡବ୍ଲ୍ୟୁ କାର ଛୁରୀ ମଧ୍ୟ ଜବତ କରାଯାଇଛି ।

ଏସପିଙ୍କ ସୂଚନା ଅନୁଯାୟୀ ଅପରାଧୀ ମାନେ ଭୁବନେଶ୍ବର ନୟାପଲ୍ଲୀରେ ଜଣେ ଗାଡି ଚାଳକକୁ ଆକ୍ରମଣ କରିବାପରେ ଖୋର୍ଦ୍ଧା ପାଢ଼ୀ ବାରକୁ ଆସିଥିଲେ ଏବଂ ସେଠାରେ ଗାଡି ପାର୍କିଙ୍ଗକୁ କେନ୍ଦ୍ରକରି ଉତ୍ତେଜିତ ହୋଇ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଏମାନଙ୍କ ନାମରେ ପୂର୍ବରୁ ବହୁ ମାମଲା ରହିଥିବା ମଧ୍ୟ ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 16, 2020, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.