ETV Bharat / state

5T School Transformation: ୫ଟି ଜିଲ୍ଲାର ୪୪୯ ସ୍କୁଲ ଲୋକାର୍ପିତ - ୫ ଜିଲ୍ଲାର ୪୪୯ ସ୍କୁଲ ଲୋକାର୍ପିତ

ଭିସି ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ୫-ଟିର ଉପଯୋଗ ସଂପର୍କରେ ବୁଝାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ । ଜୀବନର ସବୁ କ୍ଷେତ୍ରକୁ ଟେକ୍ନୋଲୋଜି ଏବେ ପ୍ରଭାବିତ କରୁଛି । ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଅଧିକ ପଢନ୍ତୁ

୫ଟି ଜିଲ୍ଲାର ୪୪୯ ସ୍କୁଲ ଲୋକାର୍ପିତ
୫ଟି ଜିଲ୍ଲାର ୪୪୯ ସ୍କୁଲ ଲୋକାର୍ପିତ
author img

By

Published : May 2, 2023, 10:38 PM IST

ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ବାଲେଶ୍ବର ଜିଲ୍ଲାର ୨୩୩ଟି ହାଇସ୍କୁଲ, ନୟାଗଡ ଜିଲ୍ଲାର ୬୪ଟି, ନୂଆପଡା ଜିଲ୍ଲାର ୫୮ଟି, ସୁନ୍ଦରଗଡ ଜିଲ୍ଲାର ୪୯ଟି ହାଇସ୍କୁଲ ଏବଂ ରାୟଗଡା ଜିଲ୍ଲାର ୪୫ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ତିନି ଦିନରେ ସମୁଦାୟ ୧୧୩୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି । ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି ।

  • ସ୍କୁଲ ରୂପାନ୍ତରଣ ଅଭିଯାନର ୩ୟ ପର୍ଯ୍ୟାୟର ତୃତୀୟ ଦିନରେ ଆଜି ୫ଟି ଜିଲ୍ଲାର ୪୪୯ଟି ରୂପାନ୍ତରିତ ହାଇସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଏଥିରେ ବାଲେଶ୍ବର ଜିଲ୍ଲାର ୨୩୩ଟି ହାଇସ୍କୁଲ, ନୟାଗଡ ଜିଲ୍ଲାର ୬୪ଟି, ନୂଆପଡା ଜିଲ୍ଲାର ୫୮ଟି, ସୁନ୍ଦରଗଡ ଜିଲ୍ଲାର ୪୯ଟି ଏବଂ ରାୟଗଡ ଜିଲ୍ଲାର ୪୫ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। pic.twitter.com/Rp4g41dbXe

    — I & PR Department, Odisha (@IPR_Odisha) May 2, 2023 " class="align-text-top noRightClick twitterSection" data=" ">

ଭିସି ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ୫-ଟିର ଉପଯୋଗ ସଂପର୍କରେ ବୁଝାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ । ଜୀବନର ସବୁ କ୍ଷେତ୍ରକୁ ଟେକ୍ନୋଲୋଜି ଏବେ ପ୍ରଭାବିତ କରୁଛି । ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହା ଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ । ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି ।

ଏହାବି ପଢନ୍ତୁ- ଉତ୍କଳରେ ହ୍ରାସ ପାଇଲା NAAC ମାନ୍ୟତା, ସରକାରଙ୍କୁ ଦାୟୀ କଲେ ପୂର୍ବତନ କୁଳପତି

  • ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ତିନି ଦିନରେ ସମୁଦାୟ ୧୧୩୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି। ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ। pic.twitter.com/GnGMUb3HAb

ସୋରରେ ବିଧାୟକ ପର୍ଶୁରାମ ଧଡା, ନୟାଗଡରେ ବିଧାୟକ ଅରୁଣ କୁମାର ସାହୁ, ନୂଆପଡାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ରାଉରକେଲାରେ ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରାୟଗଡାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ମତାମତ ରଖିଛନ୍ତି । କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଏ ରୂପାନ୍ତର ସାରା ଭାରତବର୍ଷରେ ଗୁଞ୍ଜରଣ ସୃଷ୍ଟି କରିଛି । ଶିକ୍ଷା କ୍ଷେତ୍ରରେ ଏ ବୈପ୍ଲବିକ ପରିବର୍ତ୍ତନ ସାରା ଓଡିଶାର ଭବିଷ୍ୟତକୁ ଉଜ୍ଜଳ କରିଛି । ବିଧାୟକ ଡଃ ଅରୁଣ ସାହୁ କହିଛନ୍ତି ଯେ, ସ୍କୁଲ ରୂପାନ୍ତର ଯୋଗୁ ଆଜି ସରକାରୀ ସ୍କୁଲର ମର୍ଯ୍ୟାଦା ବୃଦ୍ଧି ପାଇଛି । ବେସରକାରୀ ସ୍କୁଲରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଆଜି ସରକାରୀ ସ୍କୁଲକୁ ଫେରାଇ ଆଣୁଛନ୍ତି । କେବଳ ନୟାଗଡ ଜିଲ୍ଲାରେ ୭୦୦ ପିଲା ବେସରକାରୀ ସ୍କଲରୁ ସରକାରୀ ସ୍କୁଲକୁ ଆସିଛନ୍ତି । ସ୍କୁଲ ରୂପାନ୍ତର ଆଗାମୀ ପୀଢିର ଭବିଷ୍ୟତକୁ ଉଜ୍ଜଳ ଓ ସୁଦୃଢ କରିଛି ବୋଲି ସେ ମତ ଦେଇଛନ୍ତି ।

କାର୍ଯ୍ୟକ୍ରମକୁ ପରିଚାଳନା କରି ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି ଯେ, ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ । ସବୁ ଜିଲ୍ଲା ଗୁଡିକରେ ଆଉ ଯେତେ ସରକାରୀ ହାଇସ୍କୁଲ ରହିଛି, ସେ ସବୁ ଚତୁର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସରକାରୀ ସ୍କୁଲକୁ ରୂପାନ୍ତରିତ କରାଯିବ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବଥୀ ଏସ ସ୍ବାଗତ ଭାଷଣ ଦେଇଥିବାବେଳେ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.