ETV Bharat / state

ରାଜ୍ୟରେ ମାଓ ସଂଗଠନ ଶେଷ ନିଶ୍ୱାସ ନେଉଛି: ବିଏସଏଫ ଆଇଜି - ବିଏସଏଫ ବଡା ଖାନା କାର୍ଯ୍ୟକ୍ରମ

ରାଜ୍ୟରେ ଦମନ ହୋଇଛି ମାଓବାଦୀ ସଂଗଠନ । ଗତ ୩ବର୍ଷ ଭିତରେ କୋରାପୁଟ ଏବଂ ମାଲକାନରଗିରିରେ କୌଣସି ମାଓବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳିନାହିଁ ଏଭଳି କହିଛନ୍ତି ବିଏସଏଫ ଆଇଜି । ଅଧିକ ପଢନ୍ତୁ

ରାଜ୍ୟରେ ମାଓ ସଂଗଠନ ଶେଷ ନିଶ୍ୱାସ ନେଉଛି : ବିଏସଏଫ ଆଇଜି

author img

By ETV Bharat Odisha Team

Published : Dec 1, 2023, 10:58 PM IST

ରାଜ୍ୟରେ ମାଓ ସଂଗଠନ ଶେଷ ନିଶ୍ୱାସ ନେଉଛି : ବିଏସଏଫ ଆଇଜି

ଖୋର୍ଦ୍ଧା: ସୀମା ସୁରକ୍ଷା ବଳ ପାଇଁ ଏବେ ମାଲକାନଗିରି ଓ କୋରାପୁଟରେ ମାଓଗଡ଼ ପୂରା ଧ୍ଵସଂ ହୋଇଗଲାଣି । ଗତ ତିନି ବର୍ଷରେ ଗୋଟିଏ ବି ମାଓ ଆକ୍ରମଣ ହୋଇନାହିଁ । ଏକଦା ବିଛିନ୍ନ ଅଞ୍ଚଳ ଭାବେ ଜଣାଯାଉଥିବା ଅଞ୍ଚଳ ବିଏସଏଫ ପାଇଁ ସ୍ୱାଭିମାନ ଅଞ୍ଚଳ ପାଲଟିଛି । ଆମ ସାହସୀ ଯବାନମାନେ ମାଓବାଦୀଙ୍କ ଅଣ୍ଟା ଭାଙ୍ଗି ଦେଇଛନ୍ତି । ଏବେ ରାଜ୍ୟରେ ମାଓ ସଂଗଠନ ଶେଷ ନିଶ୍ୱସ ନେଉଛି । ଆଜି ସୀମା ସୁରକ୍ଷା ବଳର ଖୋର୍ଦ୍ଧା କ୍ୟାମ୍ପଠାରେ ଆୟୋଜିତ ବଡା ଖାନା କାର୍ଯ୍ୟକ୍ରମରେ ଯୋଗଦେଇ ଏପରି କହିଛନ୍ତି ବିଏସଏଫ ଆଇଜି ଧନେଶ୍ୱର କୁମାର ଶର୍ମା ।

ବିଏସଏଫ ଆଇଜି କହିଛନ୍ତି," 2009 ଏପ୍ରିଲରୁ ଓଡ଼ିଶାରେ ବିଏସଏଫ ମାଓ ସଂଗଠନର ଦମନରେ ଲାଗିଛି । କୋରାପୁଟର ଗୋଟିଏ ବାଟାଲିୟନ ଜାନୁଆରୀରୁ ହଟାଯାଇ କନ୍ଧମାଳକୁ ପଠାଯାଇଛି । ସେବେଠୁ ସେଠାରେ ମାଓ ଗତିବିଧି ପୂରା ଶୂନ ହୋଇଛି । ସେହିପରି ଫୁଲବାଣୀରେ ନୂଆ ହେଡ କ୍ୱାର୍ଟର୍ସ ପ୍ରତିଷ୍ଠା ହୋଇଛି । ଛତିଶଗଡ଼ ସୀମାବର୍ତ୍ତୀରେ ଅଳ୍ପ କିଛିଟା ମାଓ ଗତିବିଧି ରହୁଥିବା କହିଛନ୍ତି । ସେହିପରି ଯେଉଁମାନେ ମାଓ ସଂଗଠନରେ ଅଛନ୍ତି , ସେମାନେ ହିଂସା ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଆସନ୍ତୁ ବୋଲି ସେ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ....ଘର ବାହୁଡ଼ିଲେ ଟନେଲରୁ ଉଦ୍ଧାର 4 ଓଡ଼ିଆ ଶ୍ରମିକ, ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ସେ ଆହୁରୀ ମଧ୍ୟ କହିଛନ୍ତି,"ଗତ ୩ବର୍ଷ ଭିତରେ କୋରାପୁଟ ଏବଂ ମାଲକାନରଗିରିରେ କୌଣସି ମାଓବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳିନାହିଁ । ପୋଲିସ ସହ ମିଶି ବିଚ୍ଛିର୍ନା ଅଞ୍ଚଳରେ ଶାନ୍ତି ସ୍ଥାପନା ହୋଇପାରିଛି । ଏହାର ଶ୍ରେୟ ଯବାନମାନଙ୍କୁ ଯାଉଛି । ଆଜି କୋରାପୁଟ ଏବଂ ମାଲକାନରଗିରିରେ ସରକାର ବିକାଶର କର୍ଯ୍ୟ ହୋଇପାରୁଛି । ଓଡିଶାରେ ମାଓ ସଂଗଠନ ତାର ଶେଷ ନିଶ୍ୱାସ ନେଉଛି । ଆମେ ଆପଣଙ୍କୁ ବିଶ୍ୱାସ ଦେଉଛୁ ଆଉ ଯେଉଁକିଛି ମାଓ ସଂଗଠନ ରହିଛନ୍ତି । ସେମାନଙ୍କୁ ଖୁବ ଶିଘ୍ର ସଫା କରାଯିବ ।"

ଏହା ମଧ୍ୟ ପଢନ୍ତୁ....ଜିରୋ ଫାଟାଲିଟି ସପ୍ତାହ ପାଳନ, ଏସପି ବଣ୍ଟିଲେ ହେଲମେଟ

ଆଜିର କାର୍ଯ୍ୟକ୍ରମରେ ଓଡିଶା ପୋଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଅପରେସନ) ଉପସ୍ଥିତ ରହି ଯବାନମାନଙ୍କ ମନୋବଳ ବୃଦ୍ଧି କରିଥିଲେ ।ସେହିପରି ଓଡ଼ିଶାର ସହିଦ ହୋଇଥିବା 14 ଜଣ ବିଏସଏଫ ଯବାନଙ୍କ ପରିବାର ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ଯବାନମାନଙ୍କ ଦ୍ୱାରା ବିଭିନ୍ନ ଚିତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.