ETV Bharat / state

କ୍ୟାପିଟାଲ ହସ୍ପିଟାଲରୁ ଟେଷ୍ଟିଂ ମେସିନ୍‌ ଚୋରି ଘଟଣା: 5 ଚୋରଙ୍କୁ ଧରିଲା ପୋଲିସ

author img

By ETV Bharat Odisha Team

Published : Oct 20, 2023, 7:08 AM IST

କ୍ୟାପିଟାଲ ହସ୍ପିଟାଲର ୬୦ ଲକ୍ଷ ଟଙ୍କାର ଟେଷ୍ଟିଂ ମେସିନ ଚୋରି ଘଟଣା । ଧରାପଡିଲେ କ୍ୟାପିଟାଲ ହସ୍ପିଟାଲରୁ ମେସିନ ଚୋରୀ କରିଥିବା ଚୋର । ଅଧିକ ପଢନ୍ତୁ

କ୍ୟାପିଟାଲ ହସ୍ପିଟାଲର ୬୦ ଲକ୍ଷ ଟଙ୍କାର ଟେଷ୍ଟିଂ ମେସିନ ଚୋରି ଘଟଣା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ୬୦ ଲକ୍ଷ ଟଙ୍କାର ଟେଷ୍ଟିଂ ମେସିନ ଚୋରି ଘଟଣା । ଧରାପଡିଲେ କ୍ୟାପିଟାଲ ହସ୍ପିଟାଲରୁ ମେସିନ ଚୋରି କରିଥିବା ଅଭିଯୁକ୍ତ । ଏହି ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଯେଉଁଥିରେ ୪ ଜଣ ହସ୍ପିଟାଲର କର୍ମଚାରୀ ବୋଲି ଜଣା ପଡ଼ିଛି । ଅନ୍ୟଜଣେ କବାଡ଼ିଆକୁ ଗିରଫ କରାଯାଇ ଥିବା ସୂଚନା ଦେଇଛି ପୋଲିସ । ଗିରଫ ୪ କର୍ମଚାରୀମାନେ ହାଉସ କିପିଂ ଷ୍ଟାଫ୍‌ । ଯେଉଁଥିରେ ୨ଜଣ ସ୍ଵାମୀ-ସ୍ତ୍ରୀ ରହିଛନ୍ତି । ଗତ ବୁଧବାର କ୍ୟାପିଟାଲ ହସ୍ପିଟାଲ୍‌ ନିର୍ଦ୍ଦେଶକ ୬୦ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୁକ୍ତମାନଙ୍କଠାରୁ ଏକ ଭଙ୍ଗା ମେସିନ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ।

ସୂଚନା ଅନୁଯାୟୀ, ଗତ ବୁଧବାର କ୍ୟାପିଟାଲ ହସ୍ପିଟାଲରୁ ୬୦ ଲକ୍ଷ ଟଙ୍କାର ଟେଷ୍ଟିଂ ମେସିନ ଚୋରି ହୋଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ CCTV ଦେଖି ତଦନ୍ତ ଆରମ୍ଭ କରିଥିଲା । ବୁଧବାର ସକାଳ ୮ଟା ସମୟରେ ପାଥଲୋଜି ଲାବାରୋଟାରିରୁ ଚୋରି ହୋଇଥିଲା । ଏହି ଚୋରି ଘଟଣାରେ ସୁଇପର ଏବଂ ସିକ୍ୟୁରିଟି ଗାର୍ଡଙ୍କ ହାତ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ ପୋଲିସ ତଥା ହସ୍ପିଟାଲ କର୍ତ୍ତୃପକ୍ଷ । ପରେ ପୋଲିସ ତନାଘନା ପରେ ମୋଟ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ...ଚେତିଲା କ୍ୟାପିଟାଲ ହସ୍ପିଟାଲ, ଏଣିକି ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ

ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି , "ଏହା ଏକ ଅଭାବନୀୟ ଘଟଣା । ଲୋକମାନେ ସୁସ୍ଥ ହେବା ପାଇଁ ହସ୍ପିଟାଲ ଆସୁଛନ୍ତି କିନ୍ତୁ ଏଭଳି ଲୋକ ରହିଛନ୍ତି ଯିଏ କି ହସ୍ପିଟାଲରୁ ବି ଚୋରି କରିବାକୁ ପଛାଉନାହାନ୍ତି । ରୋଗୀଙ୍କମାନଙ୍କ ପାଇଁ ବିଭିନ୍ନ ଟେଷ୍ଟ କରିବା ଲାଗି କିଛି ମେସିନ ଆସିଥିଲା । ଯେପରିକି ବ୍ଲଡ୍‌ ଟେଷ୍ଟ ମେସିନ୍‌, ଡେଙ୍ଗୁ ଭଳି ଅନେକ ଟେଷ୍ଟ୍‌ ହେବା ପାଇଁ ମେସିନ୍‌ ରହିଥିଲା । ତାହା ଆଉ କିଛି ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହୋଇଥାଆନ୍ତା । ଯାହାର ମୂଲ୍ୟ 60 ଲକ୍ଷ ଟଙ୍କା ହେବ । ଚୋରି କାର୍ଯ୍ୟରେ ଲିପ୍ତ ଥିବା ସୁଇପର ଓ ସିକ୍ୟୁରୁଟି ଗାର୍ଡ ମିଶି ଏକ ଦୋକାନରେ ଦେଇଥିବା ସୂଚନା ମିଳିଛି । ଯାହା ଜିନିଷ ଦେଇ ମୋଟା ଅଙ୍କର ଟଙ୍କା ଆଣିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏହାସହ ମେଡିକାଲର ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସିସି କ୍ୟାମେରା ଲଗାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.