ETV Bharat / state

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ 5 ଜିଲ୍ଲାର ଜିଲ୍ଲାପାଳ

ଜିଲ୍ଲାପାଳ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। 5 ଜିଲ୍ଲାର ଜିଲ୍ଲାପାଳଙ୍କୁ ଶନିବାର ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି।

author img

By

Published : Feb 9, 2019, 9:20 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ସ୍ତରରେ ହୋଇଛି ବଡ ଧରଣର ଅଦଳବଦଳ। ବିଶେଷ କରି ଜିଲ୍ଲାପାଳ ସ୍ତରରେ ଏହି ଅଦଳବଦଳ କରାଯାଇଛି। ଶନିବାର 5 ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି।

ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି। ସେହିଭଳି ଝାରସୁଗୁଡା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ବର୍ତ୍ତମାନ ଅର୍ଚ୍ଚନା ପଟ୍ଟନାୟକ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।

ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବାବେଳେ ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିଭଳି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ, ବିଏମସି କମିଶନର ଥିବା ଶୁଭମ ସକ୍ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଭୂତି ଭୁଷଣ ଦାସଙ୍କୁ ଝାରସୁଗୁଡା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଏଥିସହିତ ପୂର୍ତ୍ତ, ଖଣି ଓ ଇସ୍ପାତ ସଚିବଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିବା ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡା ଜିଲ୍ଲାପାଳ ଭାବେ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ସଚିବ ମନୋଜ କୁମାର ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ

undefined

Intro:Body:

ରାଜସ୍ଥାନରେ ରାଉରକେଲା ଝିଅ ବିକ୍ରି ଘଟଣା, ଉଦ୍ଧାର ପାଇଁ ଦିଲ୍ଲୀ ଗଲା ରାଉରକେଲା ପୋଲିସ

ରାଉରକେଲା: ରାଉରକେଲା ଲାଠିକଟା ଅଞ୍ଚଳର ନାବାଳିକାକୁ ରାଜସ୍ଥାନରେ ବିକ୍ରି ଘଟଣା, ଯୁବତୀଙ୍କୁ ରାଉରକେଲା ଆଣିବାକୁ ଦିଲ୍ଲୀ ଗଲା 5 ଜଣିଆ ପୋଲିସ୍ ଟିମ୍ । 

2018 ଫେବୃୟାରୀ 26 ତାରିଖରେ ମିସଟେକ ଅଫ ଫ୍ୟାକ୍ଟ( mistake of fact) କହି କେସ ବନ୍ଦ କରି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ମିଡିଆ ରିପୋର୍ଟ ପରେ ରାଉରକେଲା ପୋଲିସ ତଥା  ଡିସିପିୟୁ ଟିମକୁ ଦିଲ୍ଲୀ ପଠାଯାଇଛି । ଝିଅର ବାପାଙ୍କ ଅଭିଯୋଗ ଥିଲା ଯେ, ନ୍ୟାୟ ପାଇଁ ଏସପି ତଥା ଡିଆଇଜିଙ୍କ ନିକଟରେ ଗୁହାରୀ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଅସହାୟ ନାବାଳିକା ଝିଅର ବାପା ଦିଲ୍ଲୀ ମହିଳା ଆୟୋଗର ଦ୍ବାରସ୍ଥ ହୋଇଥିଲେ । ତାଙ୍କ କାର୍ଯ୍ୟ କ୍ଷେତ୍ର ନ ଥିବା ସତ୍ତ୍ବେ ମଧ୍ୟ ସେମାନେ ରାଜସ୍ଥାନର  ଝୁନ୍ଝୁଣୁରୁ ନାବାଳିକାକୁ ଉଦ୍ଧାର କରିଛନ୍ତି । ନାବାଳିକା ଜଣକ 9 ମାସର ଗର୍ଭବତୀ ବୋଲି ଜଣାପଡିଛି । ଓଡିଶା ପୋଲିସର ଚୁପ ରହିବା ଘଟଣା ଉପରେ ଦୋଷୀ ପୋଲିସ କର୍ମୀ ମାନଙ୍କ ବିରୋଧରେ  କାର୍ଯନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକାଙ୍କ ବାପା।

ରାଉରକେଲା ପୋଲିସ ପାଇଁ ଏହି ଘଟଣା ଲଜ୍ଜା ବୋଲି ଦିଲ୍ଲୀ ମହିଳା ଆୟୋଗ ଲେଖିବା ପରେ ରାଉରକେଲା ଏସପି ସ୍ପଷ୍ଟୀକରଣ ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି କି, 2017 ଡିସେମ୍ବର 7 ତାରିଖରେ କେସ ନମ୍ବର 47 ରେ ଆଇପିସି ଧାରା 363ରେ ଏକ ମାମଲା ରୁଜୁ ହୋଇଥିଲା। 2017 ଡିସେମ୍ବର 23 ତାରିଖରେ ଝିଅକୁ ଉଦ୍ଧାର କରି 164ରେ ତାଙ୍କର ବୟାନ ରେକର୍ଡ ହେବା ପରେ ଝିଅକୁ ସିଡବ୍ଲ୍ୟୁସି ତାଙ୍କ ବାପାଙ୍କୁ ଦେଇଥିଲେ।

ନାବାଳିକାଙ୍କ ବାପା ରେଳ ବିଭାଗରୁ ସେବାନିବୃତ ହେବା ପରେ ଲାଠିକଟା ଥାନା ଅଞ୍ଚଳରେ ପରିବାର ସହ ରହୁଥିଲେ। ତାଙ୍କ ଅନୁପସ୍ଥିତିରେ ପଡୋଶୀ  ଚାନ୍ଦୋ ଓରାମ ନାବାଳିକାକୁ ନେଇ ତାଙ୍କ ବଡ଼ ଭଉଣୀ ତଥା ଭିଣୋଇକୁ ଦେଇଥିଲା। ସେମାନେ ନାବାଳିକାକୁ ଲକ୍ଷାଧିକ ଟଙ୍କାରେ ଝୁନ୍ଝୁଣୁର ମୁକେଶ ଅଗ୍ରୱାଲକୁ ବିକି ଦେଇଥିଲେ। ନାବାଳିକାର ବାପାଙ୍କ ଅଭିଯୋଗ ପରେ ନାବାଳିକା ତଥା ତାକୁ କିଣିଥିବା ଲୋକଙ୍କୁ ଧରି ପୋଲିସ ଲାଠିକଟା ଥାନା ଆଣି ଥିଲେ।

ଥାନାରେ ଝିଅଟି ତାକୁ ବିକ୍ରି ହୋଇଥିବା କଥା କହିଥିଲା।  ଆଉ ଆରମ୍ଭ ହୋଇଥିଲା  ପୋଲିସର ନକରାତ୍ମକ ଭୂମିକା । ପୋଲିସ କାଗଜପତ୍ରରେ ନାବାଳିକାକୁ ତା ବାପା ପାଇଲେ ବୋଲି ଲିଖିତରେ ହେବାପରେ ପୁଣି ନାବାଳିକାକୁ ଝୁଣଝୁଣର ବ୍ୟବସାୟୀଙ୍କୁ ଦିଆଯାଇଥିଲା। ବାରମ୍ବାର ଗୁହାରି କରି ଥିଲେ କିନ୍ତୁ ପୋଲିସ ତାଙ୍କ ନାବାଳିକା ଝିଅ କୁ ଫେରାଇ ଆଣିବାରେ ସଫଳ ହୋଇ ନଥିଲା।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.