ETV Bharat / state

୧୨୮ ଲିଟର ଦେଶୀମଦ ଜବତ, ୫ ଗିରଫ

author img

By

Published : Jun 11, 2020, 4:28 PM IST

Updated : Jun 11, 2020, 5:57 PM IST

ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦୀର୍ଘଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଉଥିବା ନେଇ ଅବକାରୀ ବିଭାଗ ଖବର ପାଇବା ପରେ ଚଢାଉ କରି 5 ଜଣଙ୍କୁ ଗିରଫ କରିଛି ।

128 litre liquor seized by excise
୧୨୮ ଲିଟର ଦେଶୀମଦ ଜବତ

ଖୋର୍ଦ୍ଧା: ମହାମାରୀ କୋରୋନା ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ଏହାର ସୁଯୋଗ ନେଇ ସକ୍ରିୟ ହୋଇଉଠିଛନ୍ତି ଚୋରା ମଦ ବେପାରୀ । ଏହି ସମୟରେ ଚୋରା ମଦ କାରବାର ଅହେତୁକ ବୃଦ୍ଧି ପାଉଥିବା ଦେଖାଯାଉଛି।

୧୨୮ ଲିଟର ଦେଶୀମଦ ଜବତ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦୀର୍ଘଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଉଛି। ଅନେକ ସ୍ଥାନରେ ଦେଶୀମଦ ମଧ୍ୟ ବେଆଇନ ଭାବେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ବାଲୁଗାଁ ଅବକାରୀ ବିଭାଗ ଏକ ଟିମ ଗଠନ କରି ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା।

ଏହି ଚଢ଼ାଉ ସମୟରେ ବାଣପୁର ସାନସିରେଇପୁର ଫରେଷ୍ଟ ବିଟ ହାଉସ ପାଖରୁ ୧୨୮ ଲିଟର ଚୋରା ଦେଶୀମଦ, ୪ ଟି ମୋଟର ସାଇକେଲ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 11, 2020, 5:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.