ETV Bharat / state

ଗ୍ରାମାଞ୍ଚଳରେ ୪୪% ଘରେ ହୋଇନି ଟ୍ୟାପ୍ ସଂଯୋଗ, IMIS ରିପୋର୍ଟରେ ପ୍ରକାଶ - ପାନୀୟ ଜଳ ପ୍ରକଳ୍ପ

ରାଜ୍ୟର ପ୍ରାୟ ୪୪ ପ୍ରତିଶତ ଗ୍ରାମୀଣ ଗୃହରେ ଟ୍ୟାପ୍ ସଂଯୋଗ ହୋଇନଥିବା ଜଣାପଡିଛି । ମାତ୍ର ୬୬ ପ୍ରତିଶତ ଗ୍ରାମୀଣ ଗୃହକୁ ଜଳଯୋଗାଣ ଟ୍ୟାପ୍ ସଂଯୋଗ ହୋଇଥିବା ଆଇଏମଆଇଏସ ପୋର୍ଟାଲର ରିପୋର୍ଟରୁ ଜଣାପଡିଛି ।

tap connection in villages
ଅନେକ ଘରେ ହୋଇନି ଟ୍ୟାପ୍ ସଂଯୋଗ
author img

By ETV Bharat Odisha Team

Published : Oct 18, 2023, 10:20 PM IST

ଭୁବନେଶ୍ବର: ଫେଲ୍ ମାରିଛି ପାନୀୟ ଜଳ ପ୍ରକଳ୍ପ । 'ସ୍ୱଚ୍ଛ ଜଳ ମିଶନ' ଜରିଆରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଥିବାବେଳେ ଆଜି ବି ବହୁ ଗ୍ରାମରେ ଟ୍ୟାପ୍ ସଂଯୋଗ ହୋଇନାହିଁ । ପ୍ରତି ଗୃହରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ଜଳଯୋଗାଣ ଟ୍ୟାପ ସଂଯୋଗ ଜାରି ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ସ୍ୱାଧୀନତାର ୭୭ ବର୍ଷରେ ମଧ୍ୟ ରାଜ୍ୟର ପ୍ରାୟ ୪୪ ପ୍ରତିଶତ ଗ୍ରାମୀଣ ଗୃହରେ ଟ୍ୟାପ୍ ସଂଯୋଗ ହୋଇନଥିବା ଜଣାପଡିଛି । ଆଇଏମଆଇଏସ ପୋର୍ଟାଲର ରିପୋର୍ଟ ଅନୁଯାୟୀ, ରାଜ୍ୟର ମାତ୍ର ୬୬ ପ୍ରତିଶତ ଗ୍ରାମୀଣ ଗୃହକୁ ଜଳଯୋଗାଣ ଟ୍ୟାପ ସଂଯୋଗ ହୋଇଛି ।

ସୂଚନା ଅନୁସାରେ, ପ୍ରାୟ ୯ ହଜାର ୬୭୧ ଗ୍ରାମରେ ଶତ ପ୍ରତିଶତ ଜଳଯୋଗାଣ ଟ୍ୟାପ୍ ସଂଯୋଗ ହୋଇସାରିଛି । କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗରେ ଅନ୍ତର୍ଭୁକ୍ତ ହେବାକୁ ଥିବା ୪୭ ହଜାର ୨୭୪ ଗ୍ରାମ ପାଇଁ ରାଜ୍ୟ ସରକାର ଏକ ପରିପୁଷ୍ଟ ଯୋଜନା ପ୍ରସ୍ତୁତ କରିଛନ୍ତି । ୩୧ ହଜାର ୮୫୪ (୬୫%)ଟି ଗ୍ରାମରେ ମେଗା ପାଇପ ଜଳଯୋଗାଣ ଏବଂ ୧୫ହଜାର ୪୨୦ (୩୫%) ଗ୍ରାମ କ୍ଷୁଦ୍ର ଓ ସୌରଚାଳିତ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହା ବ୍ୟତୀତ ସମସ୍ତ ଗ୍ରାମ ପାଇଁ ୪ଲକ୍ଷ ୭୯ହଜାର ୬୬୪ଟି ନଳକୂପର ବ୍ୟବସ୍ଥା କରାଯାଉଛି ।

ଏହା ବି ପଢନ୍ତୁ...ରାଇରଙ୍ଗପୁରର ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାଣି, ଡ୍ରିଙ୍କ ଫ୍ରମ ଟ୍ୟାପର ଶୁଭାରମ୍ଭ

ସୂଚନା ମୁତାବକ, ପ୍ରାୟ ୩୫ ହଜାର ୯୨୦ କୋଟି ଟଙ୍କା ବ୍ୟୟରେ ୨୦୭ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସେଥି ମଧ୍ୟରୁ ୨ଟି ଟେଣ୍ଡର ପ୍ରକ୍ରିୟାରେ ୧୮୯ଟି ମେଗା ପ୍ରକଳ୍ପର କାର୍ଯ୍ୟ ସମ୍ପନ୍ନ ହୋଇନଥିବାବେଳେ ୧୬ଟି ମେଗା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା ପ୍ରାୟ ୨୦ଟି ମେଗା ପ୍ରକଳ୍ପକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

ତେବେ ୧୮ହଜାର କୋଟି ଟଙ୍କା ବ୍ୟୟରେ ୧୪ ହଜାର ୨୫୬ଟି ଏକକ ଗ୍ରାମ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ରାଜ୍ୟରେ ୭୭ଟି ଜଳ ପରୀକ୍ଷାଗାର ଥିବାବେଳେ ପ୍ରତିବର୍ଷ ଏହି ପରୀକ୍ଷାଗାରରେ ୨.୨୮ ଲକ୍ଷ ଉତ୍ସ ଏବଂ ବିତରଣ ପଏଣ୍ଟରୁ ଜଳ ନମୁନା ପରୀକ୍ଷା କରାଯାଉଛି । ରାଜ୍ୟର ୨୩ଟି ପରୀକ୍ଷାଗାରକୁ ଏନଏବିଏଲ ସ୍ୱୀକୃତି ମିଳିଛି । ଆଉ ୩ଟି ପରୀକ୍ଷାଗାରକୁ ଏନଏବିଏଲ ସ୍ୱୀକୃତି ପାଇଁ ଆବେଦନ କରାଯାଇଥିବାବେଳେ ୭ଟି ପରୀକ୍ଷାଗାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ସମସ୍ତ ଜିଲ୍ଲା ପରୀକ୍ଷାଗାରଗୁଡ଼ିକ କ୍ଷେତ୍ରରେ ଏନଏବିଏଲ ସ୍ୱୀକୃତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.