ETV Bharat / state

୮ବର୍ଷ ମଧ୍ୟରେ ହାଜତ ମୃତ୍ୟୁ ସଂଖ୍ୟା ୪୩, ସୁନ୍ଦରଗଡ଼ରେ ସର୍ବାଧିକ

author img

By

Published : Nov 2, 2022, 7:36 AM IST

ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ହାଜତ ମୃତ୍ୟୁ ସଂଖ୍ୟା ୪୩ ରହିଥିବା ବେଳେ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରେ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

୮ବର୍ଷ ମଧ୍ୟରେ ହାଜତ ମୃତ୍ୟୁ ସଂଖ୍ୟା ୪୩, ସୁନ୍ଦରଗଡ଼ରେ ସର୍ବାଧିକ
୮ବର୍ଷ ମଧ୍ୟରେ ହାଜତ ମୃତ୍ୟୁ ସଂଖ୍ୟା ୪୩, ସୁନ୍ଦରଗଡ଼ରେ ସର୍ବାଧିକ

ଭୁବନେଶ୍ବର: ଗତ ୨୦୧୫ ମସିହାରୁ ସେପ୍ଟେମ୍ବର ୨୦୨୨ ମସିହା ମଧ୍ୟରେ ପୋଲିସ ହେପାଜତରେ ମୃତ୍ୟୁ ସଂଖ୍ୟା ମୋଟ ୪୩ ବୋଲି ରାଜ୍ୟ ପୋଲିସ ଓ ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲ ପକ୍ଷରୁ ମିଳିଥିବା ତଥ୍ୟରୁ ପ୍ରକାଶ । ଏହି ସମୟ ମଧ୍ୟରେ ରାଉରକେଲାକୁ ମିଶାଇ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୭ଟି ହାଜତ ମୃତ୍ୟୁ ଘଟଣା ଘଟିଛି ।

କଟକ ସହରାଞ୍ଚଳ ପୋଲିସ ଜିଲ୍ଲାରେ ୪ଟି ହାଜତ ମୃତ୍ୟୁ ଘଟଣା ଘଟିଥିବା ସ୍ଥଳେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାରେ ଏହି ସମୟ ଭିତରେ ୨ଟି ହାଜତ ମୃତ୍ୟୁ ଘଟଣା ଘଟିଛି । କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲାରେ ୨ଟି ପୋଲିସ ହାଜତ ମୃତ୍ୟୁ ରେକର୍ଡ ହୋଇଛି । ସମ୍ବଲପୁର ଜିଲ୍ଲାରେ ୩ଟି, କୋରାପୁଟରେ ୨ଟି, ମୟୂରଭଞ୍ଜରେ ୨ଟି ବରଗଡ଼ ଜିଲ୍ଲାରେ ୩ଟି, ବ୍ରହ୍ମପୁରରେ ୧ ଓ ଗଞ୍ଜାମରେ ୨ ହାଜତ ମୃତ୍ୟୁ ରେକର୍ଡ ହୋଇଛି । ବଲାଙ୍ଗୀର, ଖୋର୍ଦ୍ଧା, ନୂଆପଡା, ଯାଜପୁର, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ଭଦ୍ରକ, କେନ୍ଦୁଝର, ରାୟଗଡା, ପୁରୀ, ସୁବର୍ଣ୍ଣପୁର, କେନ୍ଦ୍ରାପଡା ଆଦି ଜିଲ୍ଲା ଗୁଡ଼ିକରେ ଏହି ୭ ବର୍ଷ ଭିତରେ ଗୋଟିଏ ଲେଖାଏଁ ପୋଲିସ ହାଜତ ମୃତ୍ୟୁ ଘଟଣା ରେକର୍ଡ ହୋଇଛି ।

ଏଥିମଧ୍ୟରେ ୨୦୧୫ରେ ୮ଟି, ୨୦୧୬ରେ ୪ଟି, ୨୦୧୭ରେ ୩ଟି, ୨୦୧୮ରେ ୪ଟି, ୨୦୧୯ରେ ୭ଟି, ୨୦୨୦ରେ ୭ଟି, ୨୦୨୧ରେ ୫ଟି ଓ ୨୦୨୨ ସେପ୍ଟେମ୍ବର ଶେଷ ସୁଦ୍ଧା ୫ଟି ପୋଲିସ ହାଜତ ମୃତ୍ୟୁ ଘଟଣା ରେକର୍ଡଭୁକ୍ତ ହୋଇଛି । କିନ୍ତୁ ଅନ୍ୟପକ୍ଷରେ ୨୦୧୫ ରୁ ୨୦୨୨ ସେପ୍ଟେମ୍ବର ଶେଷ ସୁଦ୍ଧା ଜେଲ ହାଜତରେ ଥିବା ୪୨୧ ଜଣ ବନ୍ଦୀଙ୍କ ମୃତ୍ୟୁ ଘଟିଛି । କୋରୋନା ସମୟ ଅର୍ଥାତ୍‌ ୨୦୨୧ରେ ସର୍ବାଧିକ ୬୯ ଜଣ ବନ୍ଦୀଙ୍କ ମୃତ୍ୟୁ ଘଟିଥିଲା । ୨୦୨୦ରେ ୬୫ ଜଣ ବନ୍ଦୀ, ୨୦୧୫ରେ ୫୧ ଜଣ ବନ୍ଦୀଙ୍କ ମୃତ୍ୟୁ ଘଟିଥିଲା । ୨୦୧୬ରେ ୪୪ ଜଣ ବନ୍ଦୀ, ୨୦୧୭ରେ ୪୭ ଜଣ, ୨୦୧୮ରେ ୪୪ ଜଣ ୨୦୧୯ରେ ୪୮ ଜଣ ବିଚାର ବିଭାଗୀୟ ହାଜତରେ ଥିବା ସମୟରେ ମୃତ୍ୟୁବରଣ କରିଛନ୍ତି ।

୨୦୨୨ ସେପ୍ଟେମ୍ବର ଜେଲ ହାଜତ ମୃତ୍ୟୁ ସଂଖ୍ୟା ୫୩ ବୋଲି ଜଣାପଡିଛି । ବିଚାର ବିଭାଗୀୟ ହାଜତରେ ଥିବା ମୃତକଙ୍କ ମଧ୍ୟରୁ ସର୍ବାଧିକ କଟକ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ମୃତକଙ୍କ ସଂଖ୍ୟା ୧୪୫ ବୋଲି ଜଣାପଡିଛି । ସେହିଭଳି ବୁର୍ଲାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବନ୍ଦୀଙ୍କ ସଂଖ୍ୟା ୫୩ ରହିଥିବା ବେଳେ ଏମକେଏସଜି ହସ୍ପିଟାଲରେ ଚିକିତ୍ସା ପାଉଥିବା ବନ୍ଦୀଙ୍କ ସଂଖ୍ୟା ୩୦ ଜଣଙ୍କର ରହିଥିଲା ବୋଲି ଏହି ତଥ୍ୟରୁ ପ୍ରକାଶ ପାଇଥିବା ନେଇ ସୂଚନା ଦେଇଛନ୍ତି ମାନବାଧିକାର କର୍ମୀ ବିଷ୍ଣୁ ପ୍ରିୟୋ କାନୁନଗୋ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.