ETV Bharat / state

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡିଶାରୁ ପାଇବେ 4 ଜଣ - କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହେବେ 4 ଓଡ଼ିଆ କଳାକାର । 4 ଜଣଙ୍କୁ ଏକାଡେମୀ ପୁରସ୍କାର ଓ 3 ଜଣଙ୍କୁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଅଧିକ ପଢ଼ନ୍ତୁ

sangeet natak academy awards announced 5 odia selected for fellowships
ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇବେ 5 ଓଡ଼ିଆ କଳାକାର
author img

By

Published : Nov 26, 2022, 3:08 PM IST

ଭୁବନେଶ୍ବର: ଓଡ଼ିଶାର 4ଜଣ କଳାକାର ପାଇବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ନୃତ୍ୟ, ସଙ୍ଗୀତ ଓ ନାଟକ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯିବ । ଏଥିପାଇଁ ଓଡ଼ିଶାରୁ ୪ ଜଣ କଳାକାର ମନୋନୀତ ହୋଇଛନ୍ତି। 4 ଜଣଙ୍କୁ ଏକାଡେମୀ ପୁରସ୍କାର ଓ 3 ଜଣଙ୍କୁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ପ୍ରଥମ ଥର ଲାଗି ସଙ୍ଗୀତ ନାଟକ ଏକାଡେମୀ ଅମ୍ରିତ ପୁରସ୍କାର 2022 ଘୋଷଣା ହୋଇଛି। ଯେଉଁଥିରେ 4 ପ୍ରତିଭା ମନୋନୀତ ହୋଇଛନ୍ତି। ଏନେଇ ଏକାଡେମୀ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଯୋଗେ ସୂଚନା ଦିଆଯାଇଛି। ୨୦୨୦ ପାଇଁ ଓଡ଼ିଶୀ ନୃତ୍ୟରେ ରବୀନ୍ଦ୍ର ଅତିବୁଦ୍ଧି ଓ ‘ଛଉ ନୃତ୍ୟ’ରେ ତ୍ରିଲୋଚନ ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ସମୁଦାୟ 128 କଳାକାରଙ୍କୁ ମନୋନୀତ କରାଯାଇଛି । ୨୦୨୧ ପାଇଁ ସୁଗମ ସଙ୍ଗୀତ କ୍ଷେତ୍ରରେ ସୁସ୍ମିତା ଦାସ, ନୃତ୍ୟ ସଙ୍ଗୀତରେ ବିଜୟ କୁମାର ଜେନା ଓ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ମନୋଜ ପଟ୍ଟନାୟକଙ୍କ ନାମ ଏକାଡେମୀ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ୨୦୧୯ ପାଇଁ ‘ଛଉ ନୃତ୍ୟ’ରେ ବିଶ୍ବନାଥ କୁମ୍ଭକାର, ‘ପ୍ରହଲାଦ ନାଟକ’ ପାଇଁ ସନ୍ତୋଷ ରଣା, ୨୦୨୦ ପାଇଁ ‘ଓଡ଼ିଶୀ ସଙ୍ଗୀତ’ରେ ରୂପକ କୁମାର ପରିଡ଼ା, ‘ଓଡ଼ିଶୀ ନୃତ୍ୟ’ ପାଇଁ ପ୍ରଭାତ ସ୍ବାଇଁ, ‘କୁଚିପୁଡ଼ି ନୃତ୍ୟ’ ପାଇଁ ଅଭିଜିତ୍‌ ଦାସଙ୍କୁ ଚୟନ କରାଯାଇଛି । ଏହି ବର୍ଗରେ ୨୦୨୧ପାଇଁ ଓଡ଼ିଶାରୁ କେହି ମନୋନୀତ ହୋଇନାହାନ୍ତି ।

ପୁରସ୍କାର ପାଇବା ପାଇଁ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ନିମନ୍ତେ ମୋଟ୍ ୧୨୮ ଜଣ କଳାକାରଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି । ଏଥିସହିତ ଏକାଡେମୀ ଅମ୍ରିତ ପୁରସ୍କାର 2022ରେ ଛଉ ନୃତ୍ୟ ପାଇଁ ଶିବ ପ୍ରସାଦ ଦାସ, ମଞ୍ଚ ନାଟକ ପାଇଁ ଅନନ୍ତ ମହାପାତ୍ର ,ଲୋକ ସଙ୍ଗୀତ ପାଇଁ ଆନନ୍ଦ ବାଗ ଓ ଗୋଟିପୁଅ ନୃତ୍ୟ ପାଇଁ ଗୋବିନ୍ଦ ଚନ୍ଦ୍ର ପାଲଙ୍କୁ ମନୋନୀତ କରାଯାଇଛି । ମନୋନୀତ କଳାକାରମାନଙ୍କୁ ୪ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯିବ । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.