ETV Bharat / state

ରୋମାଞ୍ଚିତ ହେଲା ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟା, ରଙ୍ଗବତୀ ଗୀତରେ ଝୁମେଇଲେ ମୋହନ - ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟା

ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟାରେ ନାଚିଲା ଭୁବନେଶ୍ବର । ରଙ୍ଗବତୀ ଗୀତରେ ଝୁମେଇଲେ ନୀତି, କହିଲେ ଆପଣ ମାନେ ଖୁସି ତ ? ବନ୍ଦେ ଉତ୍କଳ ଜନନୀ ଗାଇବା ସହ ଓଡ଼ିଶାକୁ ଭୂୟସୀ ପ୍ରଶଂସା କଲେ । ଅଧିକ ପଢ଼ନ୍ତୁ

dotfest
ଡଟ୍ ଫେଷ୍ଟ
author img

By

Published : Jan 18, 2023, 8:50 AM IST

ରୋମାଞ୍ଚିତ ହେଲା ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟା

ଭୁବନେଶ୍ବର: ୧୫ ତାରିଖରୁ ଆରମ୍ଭ ହୋଇଥିବା ସିଟି ଫେଷ୍ଟିଭାଲ୍ ‘ଡଟ୍ ଫେଷ୍ଟ’ ସଫଳତାର ସହ ତୃତୀୟ ସନ୍ଧ୍ୟା ଶେଷ ହୋଇଛି । ତୃତୀୟ ସନ୍ଧ୍ୟାରେ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଭିଡ଼ ପରିଲିକ୍ଷିତ ହୋଇଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁଣିଥରେ ଏକ ନୂଆ ଓ ଆକର୍ଷଣୀୟ ଅବତାରରେ ଅତୁଳନୀୟ ପ୍ରଦର୍ଶନଗୁଡିକୁ ଦେଖିବାକୁ ମିଳିଥିଲା । ଯେଉଁଠାରେ ପ୍ରଚ୍ଛଦପଟ ଗାୟକ ଦିବ୍ୟ କୁମାର, ନୀତି ମୋହନ ନିଜର ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଲୋକପ୍ରିୟ ଓଡିଆ ଗାୟକ ପ୍ରଜ୍ଞା ହୋତାଙ୍କ ସୁୁମଧୁର ସ୍ବର ଦର୍ଶକଙ୍କ ମନ ଜିଣିଥିଲେ ।

୨୪ ରାଜ୍ୟର ଆଞ୍ଚଳିକ ଖାଦ୍ୟ ସମେତ ହକି ବିଶ୍ବକପ୍‌ରେ ଅଂଶଗ୍ରହଣ କରିଥିବା ୧୬ ଦେଶର ସ୍ୱାଦିଷ୍ଟ ଖାଦ୍ୟର ମଜା ଉଠାଇଲେ ଦର୍ଶକ । ଓଡିଶାର ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟର ମଧ୍ୟ ସ୍ୱାଦ ଚାଖିଥିଲେ। ଡଟ୍ ଫେଷ୍ଟରେ ଅନ୍ୟ ଏକ ଆକର୍ଷଣ ନାଇଟ୍ ବଜାର । ସ୍ଥାନୀୟ କଳାକାର, ଷ୍ଟାର୍ଟଅପ୍, ପ୍ରଦର୍ଶନକାରୀ, କାରିଗର ଓ ଉଦ୍ଭାବକଙ୍କୁ ନିଜ ସାମଗ୍ରୀ ପ୍ରଦର୍ଶିତ କରିବା ପାଇଁ ଏକ ବଡ ମଞ୍ଚ ପ୍ରଦାନ କରିବା ସହ ଭୁବନେଶ୍ବରର ଶୀତୁଆ ରାତିକୁ ଆହୁରି ଜୀବନ୍ତ କରିଥିଲା । ଡଟ୍ ଫେଷ୍ଟର ଦ୍ବିତୀୟ ସନ୍ଧ୍ୟା ପରି ତୃତୀୟ ସନ୍ଧ୍ୟା ମଧ୍ୟ ଓଡିଆ କଳାକାରଙ୍କ ପ୍ରଦର୍ଶନରୁ ଆରମ୍ଭ ହୋଇଥିଲା ।

ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଚୁଲବୁଲି ସଙ୍ଗତକାର ପ୍ରଜ୍ଞା ହୋତାଙ୍କୁ ଦେଖିବାକୁ ମିଳିଥିଲା । ପ୍ରଜ୍ଞା ‘ପ୍ୟାର୍ ୱାଲା ହିଚ୍କି’, ‘ଓ ସୁନୟନା’, ‘ମତେ ତୁ ତୋ ପ୍ରେମର ମିଠା ମିଠା’, ‘ତୁ ମୋ ଡାର୍ଲିଂ’, ‘ରାମା ରାମା ରାମା ଏଇ ଝିଅଟା’ ଭଳି ଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ପରେ ସେ ଝୁରାବେଣୀ, ଗୁଆଘିଅ ଭଳି ଓଡ଼ିଆ ଆଇଟମ୍ ଗୀତ ଗାଇ ଦର୍ଶକଙ୍କୁ ନଚାଇଥିଲେ । ଅନ୍ୟପଟେ ଡଟ୍ ଫେଷ୍ଟର ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ଲୋକପ୍ରିୟ ଗାୟିକା ନୀତି ମୋହନ। ସେ ତାଙ୍କ ସଙ୍ଗୀତରେ ଦର୍ଶକଙ୍କ ଯେତିକି ମନ ଜିଣିଥିଲେ । ଆକ୍ଟ ମଝିରେ ନୀତି ଦର୍ଶକଙ୍କ ସହ ଓଡ଼ିଆରେ କଥା ହୋଇଥିଲେ । ‘ମୋ ତରଫରୁ ଆପଣଙ୍କୁ ନମସ୍କାର । ଆପଣମାନେ ଭଲ ଅଛନ୍ତି ତ? ଖାଇ ପିଇ ଆସିଛନ୍ତି ତ? ଆପଣମାନେ ଖୁସି ତ? ଓଡ଼ିଶାକୁ ମୁଁ ଆସି ବହୁତ ଖୁସି' ବୋଲି କହିଥିଲେ । ନୀତିଙ୍କ ଏହି ବାର୍ତ୍ତାଳାପ ସମୟରେ ଦର୍ଶକ ମଧ୍ୟ ତାଙ୍କୁ ଭଲପାଇବା ଦେଇଥିଲେ ।

ନୀତି ମୋହନ ନିଜ କଣ୍ଠର ଯାଦୁ ଖେଳାଇବା ସହ ଓଡ଼ିଶାର ବହୁ ପ୍ରଶଂସା କରିଛନ୍ତି । ଓଡ଼ିଶା କଳା, ସଂସ୍କୃତି ଓ ସଙ୍ଗୀତରେ ଧୁନ କଥା କହି ଓଡ଼ିଆ ଗୀତ ରଙ୍ଗବତୀର ବହୁ ପ୍ରଶଂସା କରିଥିଲେ। "ଓଡ଼ିଶା ମାଟିକୁ ନମସ୍କାର କରିବାକୁ ଚାହୁଁଛି । ସଙ୍ଗୀତ, କଳା ଓ ସଂସ୍କୃତିରେ ଓଡ଼ିଶା ବହୁତ ଧନୀ ।" ମୁଁ ସବୁବେଳେ ଓଡ଼ିଶା ଆସି ବହୁତ ଖୁସି ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ' ଗାଇ ସମସ୍ତଙ୍କ ହୃଦୟକୁ ଛୁଇଁବା ସହ ଉପସ୍ଥିତ ଦର୍ଶକଙ୍କୁ ଛିଡା କରିବାକୁ ବାଧ୍ୟ କରିଥିଲେ ।

ସେହିପରି ନିଜ କଣ୍ଠର ଯାଦୁଗରି ଦେଖାଇଥିବା ବେଳେ 'ୟେ ଜୋ ଅବ୍ ହୋ ରାହା ହେ' ଗୀତରୁ ନିଜ ଆକ୍ଟ ଆରମ୍ଭ କରି ନୀତି ପ୍ରାୟ ୨୦ରୁ ୨୫ ଗୀତ ଗାଇଥିଲେ। ବିଶେଷ କରି ଓଡ଼ିଆ ଗୀତ ବନ୍ଦେ ଉତ୍କଳ ଜନନୀ ଓ ରଙ୍ଗବତୀ ଦର୍ଶକଙ୍କ ମନକୁ ଛୁଇଁଥିଲା । ଏହାବାଦ ସେ ‘ଲାକ୍ଷୋନ୍ ମିଲେ’, ‘ନୈନୋ ବାଲେନେ’, ‘ଇସ୍କ ୱାଲା ଲଭ୍’, ‘ଡୋଣ୍ଟ ବିଲିଭ୍ ଜଷ୍ଟ ୱାଚ୍’, ‘ବ୍ୟାଙ୍ଗ ବ୍ୟାଙ୍ଗ’, ‘ଘୁଙ୍ଗରୁ’, ‘ଜିଆ’, ‘ମେରି ଜାନ୍’ ଭଳି ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଆଉ ଦର୍ଶକଙ୍କ ଗହଣରେ ଆସି ନାଚିବା ସହ ସେଲ୍ଫି ନେଇଥିଲେ ।

ଶେଷରେ ଦିବ୍ୟ କୁମାରଙ୍କ ଡ୍ୟାନ୍ସ ଆଇଟମ୍ ଜଲୱା ଦେଖିବାକୁ ମିଳିଥିଲା । ତାଙ୍କ ଗୀତରେ ଝୁମିଥିଲା ପୁରା ପ୍ରଦର୍ଶନୀ ପଡ଼ିଆ । ଦିବ୍ୟଙ୍କ ଗୀତରେ ଉପସ୍ଥିତ ଦର୍ଶକ ଖୁବ୍ ମଜା ନେବା ସହ ନାଚି ଗାଇ ମସଗୁଲ ହୋଇଥିଲେ । ସେହିପରି ଡଟ୍ ଫେଷ୍ଟର ଚତୁର୍ଥ ସନ୍ଧ୍ୟାକୁ 'ଚକ୍ ଦେ ଓଡିଶା' ଥିମ୍‌ ଦିଆଯାଇଛି । ଫେଷ୍ଟ୍ର ୪ର୍ଥ ଦିନରେ ସ୍ଥାନୀୟ ଲୋକମାନେ ନିଜ ପସନ୍ଦର ଓଡିଆ କଳାକାରଙ୍କ ପ୍ରଦର୍ଶନକୁ ଉପଭୋଗ କରିପାରିବେ । ଗାୟିକା ଲିସା ମିଶ୍ର, ସ୍ନିତି ମିଶ୍ର, ଋତୁରାଜ ମହାନ୍ତି ଓ ଓଡିଆ ରାପର୍ ସମିର୍ ରିଶୁ ମହାନ୍ତି (ବିଗ୍ଡିଲ୍) ନିଜର ପ୍ରଦର୍ଶନ ସହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବେ ବୋଲି ଆୟୋଜନକାରୀ ସଂସ୍ଥା କହିଛି ।

ସରିଲା ‘ଭୁଫେଷ୍ଟୋ ୨୦୨୩’

ଡଟ୍ ଫେଷ୍ଟରେ ଆୟୋଜିତ ସର୍ବବୃହତ୍ ଆନ୍ତର୍ଜାତୀୟ ଓରାଲ୍ ଷ୍ଟୋରିଟେଲିଙ୍ଗ ଫେଷ୍ଟିଭାଲ- ଭୁଫେଷ୍ଟୋ (ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଙ୍ଗ୍) ଅନେକ ଉଲ୍ଲାସର ସହ ଶେଷ ହୋଇଛି । ଭୁଫେଷ୍ଟୋ ଗତ ଜାନୁୟାରୀ ୧୪ରୁ ୧୭ ଯାଏ ପ୍ରତ୍ୟେକ ଦିନ ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୭.୩୦ ଯାଏ ଭୁବନେଶ୍ୱରର ୩ ପାର୍କ ଓ କଳାଭୂମୀରେ ଆୟୋଜିତ ହୋଇଥିଲା। ଉତ୍ସବର ଶେଷ ସନ୍ଧ୍ୟାରେ ନନ୍ଦିତା ଦାସ, ଲୋପାମୁଦ୍ରା ମହାନ୍ତି, ମୀରା ଦାସ, ହୃଦୟ ରଞ୍ଜନ, ଶାସ୍ବତି ପଟ୍ଟନାୟକ, ରବଣ ଛାୟା, ପ୍ରାଚୀ ତାରାଙ୍କ ଭଳି ଓଡ଼ଆ କଥାକାରମାନେ ସେମାନଙ୍କ କାହାଣୀ ଉପସ୍ଥାପନ କରିଥିଲେ ।

ସେହିଭଳି ଆରିଓ (ଇଣ୍ଡୋନେସିଆ), ମାରିଅନ କେନି(ସ୍କଟଲ୍ୟାଣ୍ଡ), ଅକ୍ଷୟ ଗାନ୍ଧୀ, ନୁପୁର ଅଗରୱାଲ, ଆଣ୍ଟୋନିଓ ରୋଚା, ଅନୁଭା, ବୋଗିସ୍ୱା(ସାଉଥ ଆଫ୍ରିକା), ରୋହିଣୀ ଭିଜ, ରୋଜର ଜେନକିନ୍ସ(ସିଙ୍ଗାପୋର)ଙ୍କ ଭଳି ଅନେକ ବିଶିଷ୍ଟ କଥାକାର ମଧ୍ୟ ସେମାନଙ୍କ କାହାଣୀ ଉପସ୍ଥାପନା କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.