ଖୋର୍ଦ୍ଧା: ଜିଲ୍ଲାର କୁହୁଡି ବର ଗାଡିଆ ସାହିରେ ଶନିବାର ଟାଙ୍ଗୀ ପୋଲିସ ଚଢାଉ କରି 30 କିଲୋଗ୍ରାର ଚୋରା ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ବଜାର ମୂଲ୍ୟ 3ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଥିବା ବେଳେ ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରେ ନିଶା କାରବାର ହେଉଥିବା ପୋଲିସକୁ ଖବର ମିଳିଥିଲା । ତେବେ ଖବର ମିଳିବା ପରେ ଟାଙ୍ଗୀ ପୋଲିସ କୁହୁଡି ବର ଗାଡିଆ ସାହିରେ ଚଢାଉ କରି 30 କେଜି ଗଞ୍ଜେଇ ଜବତ କରିବା ସହ ଏହି ଚୋରା କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣକ କୁହୁଡି ଵର ଗାଡିଆ ସାହିର ପ୍ରଭାତି ବେହେରା(5୦)। ମହିଳା ଜଣକ ଦୀର୍ଘ ଦିନ ହେଲା ଚୋରା ଗଞ୍ଜେଇ କାରବାର କରି ଆସୁଥିବା ପୋଲିସ ତଦନ୍ତରୁ ଜଣାପଡିଛି ।
ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ସ୍ପେସାଲ ସ୍କ୍ବାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିବା ବେଳେ ପରିବାରର ସମସ୍ତ ସଦସ୍ୟ ଖସି ପଳାଇଥିଲେ । ପ୍ରଭାତି ଘରେ ଏକାକୀ ରହିଯାଇଥିବା ବେଳେ ପୋଲିସ ପ୍ରଭାତିଙ୍କ ଘରୁ 4 ବସ୍ତା ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଜବତ ଗଞ୍ଜେଇ 30 କେଜି ହୋଇଥିବା ବେଳେ ଏହାର ବଜାରରେ ଆନୁମାନିକ ମୂଲ୍ୟ 3 ଲକ୍ଷରୁ ଅଧିକ ହେବ ବୋଲି ଟାଙ୍ଗୀ ଥାନା ଅଧିକାରୀ ସରୋଜ କୁମାର ଉପାଧ୍ୟାୟ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ