ETV Bharat / state

ରାଜ୍ୟରେ ପୁଣି 2 ଜୀବନ ନେଲା କୋରୋନା, 304 ନୂଆ ଆକ୍ରାନ୍ତ ଚିହ୍ନଟ - କୋରୋନା ପଜିଟିଭ

ରବିବାର ରାଜ୍ୟର 21ଜିଲ୍ଲାରୁ 304ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5160ରେ ପହଞ୍ଚିଛି । ସେହିପରି 2 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅଧିକ ପଢନ୍ତୁ...

304 new corona positive identified in odisha, 2 death
ରାଜ୍ୟରେ ପୁଣି 304 କୋରୋନା ପଜିଟିଭ ଚିହ୍ନଟ, 2 ମୃତ
author img

By

Published : Jun 21, 2020, 12:06 PM IST

Updated : Jun 21, 2020, 12:19 PM IST

ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା ତାଣ୍ଡବ ରଚିଥିବା ବେଳେ ରବିବାର ରାଜ୍ୟର 21ଜିଲ୍ଲାରୁ 304ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5160ରେ ପହଞ୍ଚିଛି । ସେହିପରି 2 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।

ଚିହ୍ନଟ 304 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 272ଜଣ କ୍ବାରେଣ୍ଟାଇନରେ ଥିବାବେଳେ 32 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତିରେ ସର୍ବାଧିକ 47 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା, କେନ୍ଦ୍ରାପଡାରୁ 5 ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 13, ଜଗତସିଂହପୁରରେ 29, ଝାରସୁଗୁଡାରେ 25, ବାଲେଶ୍ବରରେ 17, ସୋନପୁରରେ 4, ଜଣ, କନ୍ଧମାଳରେ 12, ଭଦ୍ରକରେ 11, ବରଗଡରେ 14, ଯାଜପୁରରେ 21, ଗଞ୍ଜାମରେ 40 ଓ ମୟୂରଭଞ୍ଜରେ 6 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ ଓ ପୁରୀରୁ 3 ଜଣ ଲେଖାଏଁ, ସମ୍ବଲପୁର,ମାଲକାନଗିରିରୁ 2ଜଣ ଲେଖାଏଁ, ଢେଙ୍କାନାଳ, ସୁନ୍ଦରଗଡ, ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

304 new corona positive identified in odisha, 2 death
ରାଜ୍ୟରେ ପୁଣି 304 କୋରୋନା ପଜିଟିଭ ଚିହ୍ନଟ, 2 ମୃତ

ତେବେ 42 ଜଣ କୋଲକାତା ଫେରନ୍ତା ଅଗ୍ନିଶମ ବିଭାଗର କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5160 ଥିବା ବେଳେ ସୁସ୍ଥ ସଂଖ୍ୟା 3534 ରହିଛି । ସେହିପରି ରାଜ୍ୟରେ ରବିବାର 2 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମର ଥିବାବେଳେ ଅନ୍ୟ ଜଣେ ବରଗଡର ଅଛନ୍ତି । ସେହିପରି ପୁରୀର ଜଣେ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ କ୍ୟାନସରେ ମୃତ୍ୟୁ ହୋଇଛି । ଏଥିସହ ଏବେ ବି ରାଜ୍ୟରେ 1607ଟି ମାମଲା ସକ୍ରିୟ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 21, 2020, 12:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.