ଖୋର୍ଦ୍ଧା: ଜିଲ୍ଲା ବୋଲଗଡ ବ୍ଲକ ବେଗୁନିଆ ପଟଣା ଗାଁରେ ଅଘଟଣ । ଘରର କାନ୍ଥ ଭୁଶୁଡି ୩ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ସ୍ଥାଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅରିକିମା ପଞ୍ଚାୟତ ଅଧୀନ ବେଗୁନିଆ ପଟଣା ଗାଁରେ ଏ ଅଭାବନୀୟ ଘଟଣା ଘଟିଛି । ତେବେ,ଶିଶୁଟି ନିଜ ମାଆଙ୍କ ସହ ଆରିକମା ବେଗୁନିଆ ପାଟଣା ସ୍ଥିତ ନିଜ ଅଜା ପ୍ରଫୁଲ ପ୍ରଧାନଙ୍କ ଘରକୁ ବୁଲିବାକୁ ଆସିଥିଲା । ଶିଶୁଟି ଶୋଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା । ଘଟଣା ସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା । ମୃତ ଶିଶୁଟି ବାଣପୁରର ବଡ଼ପଦର ଅଞ୍ଚଳର ସୁବ୍ରତ ମହାରଣାଙ୍କ ପୁଅ ରାହୁଲ ବୋଲି ଜଣାପଡିଛି । ରାହୁଲଙ୍କ ବାପା ସୁବ୍ରତ ଚେନ୍ନାଇରେ ଦିନ ମଜୁରିଆ ଭାବେ କର୍ଯ୍ୟ କରନ୍ତି ।
ଇଟିଭି ଭାରତ,ଖୋର୍ଦ୍ଧା