ETV Bharat / state

3ୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ

ଗୁରୁବାର ଠାରୁ 3ୟ ପର୍ଯ୍ୟାୟ ମତଦାନ ନିମନ୍ତେ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଶୁକ୍ରବାର ଦ୍ଵିତୀୟ ଦିନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସଞ୍ଜୟ କୁମାର ସାହୁ ଏବଂ ସିପିଆଇ (ଏମଏଏଲ) ରେଡ଼ ଷ୍ଟାର ପକ୍ଷରୁ ପ୍ରମିଳା ବେହେରା ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଶୁକ୍ରବାର ଜଟଣୀ ବିଧାନସଭା କ୍ଷେତ୍ର ଓ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

author img

By

Published : Mar 29, 2019, 9:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ନିର୍ବାଚନ ବିଗୁଲ ବାଜି ସାରିବା ପରେଏବେ ସବୁଆଡେ ନିର୍ବାଚନୀ ମାହୋଲ । ବିଭିନ୍ନପର୍ଯ୍ୟାୟରେ ହେବ ମତଦାନ । ସେଥିପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ବି ଜମୁଛି । ଏହି କ୍ରମରେ ଗୁରୁବାର ଠାରୁ 3ୟ ପର୍ଯ୍ୟାୟ ମତଦାନ ନିମନ୍ତେ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଗତକାଲି (ଗୁରୁବାର) ଭୁବନେଶ୍ୱର ଲୋକସଭା ଆସନ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । କିନ୍ତୁ ଶୁକ୍ରବାର ଦ୍ଵିତୀୟ ଦିନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସଞ୍ଜୟ କୁମାର ସାହୁ ଏବଂ ସିପିଆଇ (ଏମଏଏଲ) ରେଡ଼ ଷ୍ଟାର ପକ୍ଷରୁ ପ୍ରମିଳା ବେହେରା ନାମାଙ୍କନ ଦାଖଲ କରିଛନ୍ତି । ଉଭୟ ଏହି ନାମାଙ୍କନ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ନିକଟରେ ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଶୁକ୍ରବାର ଜଟଣୀ ବିଧାନସଭା କ୍ଷେତ୍ର ଓ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏକାମ୍ର ନିର୍ବାଚନ ମଣ୍ଡଳୀରୁ ରଶ୍ମି ମହାପାତ୍ର ନାମାଙ୍କନ ଦାଖଲ କରିଥିବା ବେଳେ ଜଟଣୀ ପାଇଁ ସୁରେଶ ରାଉତରାୟ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ଉଭୟ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ । ରଶ୍ମି ମହାପାତ୍ର ଲିଙ୍ଗରାଜ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହଜାର ହଜାର ସଂଖ୍ୟାର ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରି ଥିଲେ । ଆଉ ଏହି ଶକ୍ତି ପ୍ରଦର୍ଶନରୁ ନିଜକୁ ବାଦ ପକାଇନଥିଲେ ଜଟଣୀର କଂଗ୍ରେସ ପ୍ରାର୍ଥୀ ସୁର ରାଉତରାୟ । ସୁର ମଧ୍ୟ ଏକ ବିଶାଳ ଶୋଭାଯାତ୍ରା କରି ନାମାଙ୍କନ ଦାଖଲ କରିଥିଲେ ।

ସୁରଙ୍କ ବିଶ୍ୱାସ ଜଟଣୀରେ ତାଙ୍କୁ କେହି ଟକ୍କର ଦେଇ ପାରିବେନାହିଁ । ଜଟଣୀବାସୀ ସ୍ୱାଭିମାନ ଓ ଆଭିଜାତ୍ୟ ସମ୍ପନ୍ନ। ସେମାନଙ୍କ ଅଧା ଭୋଟ କଂଗ୍ରେସର । ଆଉ ତାଙ୍କ ସୁର ଭାଇଙ୍କୁ ଜିଲ୍ଲାବାସୀ ବିଧାନସଭା ପଠାଇବାକୁ ସ୍ଥିର କରିଥିବା ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଜିତିବା ପରେ ଜଟଣୀବାସୀଙ୍କ ସମସ୍ତ ଅଧାପନ୍ତରିଆ କାମକୁ ସମ୍ପୂର୍ଣ୍ଣ କରିବାକୁ ସ୍ଥିର କରିଥିବା ବିଧାନସଭା କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁର ରାଉତରାୟ କହିଛନ୍ତି । ସେହିପରି ଏକାମ୍ର ବିଧାନସଭା କଂଗ୍ରେସ ବିଧାୟିକା ପ୍ରାର୍ଥୀ ରଶ୍ମି ମହାପାତ୍ର ଲୋକଙ୍କ ସହ ସର୍ବଦା ରହିଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବର ଓ ଖୋର୍ଦ୍ଧାରୁ ସଞ୍ଜୀବ ରାୟ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

ହାଇଦ୍ରାବାଦ: ନିକଟରେ ଆଲିୟା ଓ ରଣବୀର କପୁର ଏକ ଆୱାର୍ଡ ସେରିମୋନୀରେ ରୋମାଣ୍ଟିକ ଡାନ୍ସ କରି ଖୁଲମଖୁଲା ପ୍ରେମ କରିଛନ୍ତି। ତେବେ ଏହି ପ୍ରେମ ଦେଖି ଆଲିୟାଙ୍କୁ ରଣବୀରଙ୍କ ଅତୀତ ବିଷୟରେ ପଚରାଯାଇଥିଲା କିଛି ପ୍ରଶ୍ନ। ଯାହାର ଉତ୍ତରରେ ଆଲିୟା କିଛି ଏମିତି କହିଛନ୍ତି ଯେ ଆପଣ ଶୁଣିଲେ ଆଲିୟାଙ୍କୁ ଆହୁରି ପସନ୍ଦ କରିବାକୁ ବାଧ୍ୟ ହେବେ।

ରଣବୀରଙ୍କ ଅତୀତକୁ ନେଇ ଆଲିୟା ଚିନ୍ତିତ କି ନୁହେଁର ପ୍ରଶ୍ନରେ ଆଲିୟା କହିଛନ୍ତି ମୁଁ ଏହାକୁ ନେଇ ଚିନ୍ତିତ ନୁହେଁ। ତାପରେ 'ମୁଁ ବି କୋଉ କମ ଅଟେ।' ଏହାପରେ ସେ ରଣବୀରଙ୍କ ପ୍ରଶଂସା କରି ସେ ଜଣେ ମୂଲ୍ୟବାନ ମଣି ମଧ୍ୟ କହିଛନ୍ତି।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ଉଭୟ ପ୍ରଥମଥର ପାଇଁ ଏକାଠି ନଜର ଆସୁଥିବାବେଳେ ବୁଲଗେରିୟାରେ ଏହାର ସୁଟିଂବେଳେ ଉଭୟ ପ୍ରେମରେ ପଡିଥିଲେ। ତେବେ ଦିନକୁ ଦିନ ଉଭୟଙ୍କ ସମ୍ପର୍କ ଦୃଢ ହେବାସହ ବ୍ୟକ୍ତିଗତ ଓ କର୍ମମୟ ଜୀବନରେ ଉଭଯ ବେଶ ଖୁସି ବୋଲି କହିଛନ୍ତି। 

ଆଲିୟା ଆହୁରି କହିଛନ୍ତି, ଏହା ଗୋଟିଏ ସମ୍ପର୍କ ନୁହେଁ, ଏହା ବନ୍ଧୁତା। ମୁଁ ଏହା ସମ୍ପୂର୍ଣ୍ଣ ଇମାନଦାରୀର ସହ କହୁଛି। ଏହା ଖୁବ ସୁନ୍ଦର। ମୁଁ ଏବେ ଚାନ୍ଦ,ତାରାରେ ଚାଲୁଛି। ସବୁଠୁ ଶ୍ରେଷ୍ଠ କଥା ହେଲା, ଆମେ ଦୁଇଟି ଭିନ୍ନ ମଣିଷ, ଯିଏକି ନିଜନିଜ କର୍ମମୟ ଜୀବନକୁ ଖୁବ ଉପଭୋଗ କରୁଛୁ। ତେବେ ଆଲିୟା ଏବେ ଫିଲ୍ମ 'କଲଙ୍କ'ର ରିଲିଜର ଅପେକ୍ଷାରେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.