ETV Bharat / state

Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଉଦଘାଟିତ ହେଲା ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ । ଯୁବଗୋଷ୍ଠୀଙ୍କ ଦକ୍ଷତାର ବିକାଶରେ ଏହା ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Skill conclave 2023
Skill conclave 2023
author img

By

Published : Apr 20, 2023, 4:06 PM IST

Updated : Apr 20, 2023, 4:49 PM IST

ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ

ଭୁବନେଶ୍ବର: ଯୁବଗୋଷ୍ଠୀଙ୍କ ଦକ୍ଷତାର ବିକାଶ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩' ର ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଆୟୋଜିତ ହେବ। ବିଶେଷ ଭାବରେ ଏହି କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା ବୃଦ୍ଧି କରିବା ସହ ସ୍କିଲ ଓଡ଼ିଶା ମାର୍ଗକୁ ଆହୁରି ପ୍ରସାରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, "ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ । ଓଡ଼ିଶା ସରକାର ଯୁବପୀଢିଙ୍କ ଦକ୍ଷତା ବିକାଶ ପାଇଁ ୧୦୦କୋଟି ଟଙ୍କାର ଯୋଜନା ଘୋଷଣା‌ କରୁଛି । ଏହାର ନାମ ନୂଆ ଓଡ଼ିଶା ହେବ । ୧ଲକ୍ଷ ପିଲାଙ୍କୁ ପ୍ରଯୁକ୍ତିବିଦ୍ୟା ସହ ଯୋଡିବ, ଯାହାଯୋଗୁଁ ଭବିଷ୍ୟତର ନିର୍ମାଣ ହୋଇପାରିବ । ମିଶନ ଶକ୍ତିରୁ ୭୦ ଲକ୍ଷ ମହିଳା ଆଜି ଉନ୍ନତ ହୋଇଛନ୍ତି । ସ୍କିଲ ଇନ୍ ଓଡ଼ିଶା ଏକ ବ୍ରାଣ୍ଡ ହେଉଛି ।"

ଏପଟେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇ କହିଛନ୍ତି, "ପୁଞ୍ଜି ନିବେଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯେହେତୁ ପୁଞ୍ଜି ନିବେଶର ସୁଅ ଛୁଟିଛି ସେହି କ୍ଷେତ୍ରରେ ଦକ୍ଷ ବ୍ୟକ୍ତିତ୍ବର ଆବଶ୍ୟକତା ରହିଛି । ଆଜି ଏହାର ମୂଳଦୁଆ ପଡ଼ିଛି । ଆଗମୀ ଦିନରେ ବେକାରୀ ସମସ୍ୟା ଦୂର ହୋଇପାରିବ । ଓଡ଼ିଶାର ଯୁବପୀଢି ଉନ୍ନତ ଜ୍ଞାନ କୌଶଳ ସହ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିପରି ନିଜର ଉନ୍ନତି କରିବେ ଏହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ନିଜର ଆବଶ୍ୟକତା ପୁରାଣ କ୍ଷେତ୍ରରେ ଏହା ଏକ ପ୍ଲାଟଫର୍ମ । ଯୁବପୀଢିଙ୍କ ପାଖରେ ବହୁ ଦକ୍ଷତା ରହିଛି । ଏହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନା କରିବେ ଏହା ହେଉଛି ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଲକ୍ଷ୍ୟ ।"

ଏହା ବି ପଢନ୍ତୁ- ସ୍ୱାଭାବିକ ହେଉଛି ସମ୍ବଲପୁର, ବିଭିନ୍ନ ସମ୍ପ୍ରଦାୟ ସହ ଜିଲ୍ଲା ପ୍ରଶାସନର ଶାନ୍ତି ବୈଠକ

ସୂଚନା ଥାଉ କି କଳିଙ୍ଗ ଷ୍ଟାଡିୟମରେ ସ୍କିଲ କନକ୍ଳେଭକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠାରୁ ଆରମ୍ଭ କରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କନକ୍ଳେଭ। କନକ୍ଳେଭକୁ ଉଦଘାଟନ ସହ ପ୍ରଦର୍ଶନୀ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଓଡ଼ିଶା ଗଠନରେ ଦକ୍ଷତା ବିକାଶ ପାଇଁ ୧୦୦ କୋଟିର ବଜେଟ କରିଛନ୍ତି ରାଜ୍ୟ ସରକାର । ୧ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶରେ ଖର୍ଚ୍ଚ ହେବ ଏହି ଟଙ୍କା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଭଳି ନୂତନ ଟେକ୍ନୋଲୋଜିରେ ଆମକୁ ଅଧିକ ଦକ୍ଷ ହେବାକୁ ପଡ଼ିବ ବୋଲି ଉଦବୋଧନରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ଉଦଘାଟନ ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ।

ସ୍କିଲଡ଼ ଇନ ଓଡିଶା ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ପାଇଁ ପ୍ରଥମ ଥର ପାଇଁ ଏହି କନକ୍ଳେଭ ଆୟୋଜନ କରିଛନ୍ତି ରାଜ୍ୟ ସରକାର। ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରୀୟ ବ୍ୟକ୍ତି, ବୁଦ୍ଧିଜୀବୀ, ଶିଳ୍ପ ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ। ଏଥିରେ ୨ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଶିଳ୍ପ ଏକାଡେମୀ, ସରକାରୀ କ୍ଷେତ୍ରର ହଜାରରୁ ଊର୍ଦ୍ଧ୍ବ ପ୍ରତିନିଧୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ଦୈନିକ ୨ରୁ ୩ ହଜାର ଛାତ୍ରଛାତ୍ରୀ ଓ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସ୍କିଲ କନକ୍ଳେଭରେ ରାଜ୍ୟର ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ଆଜି ୪ରୁ ଅଧିକ ଏମଓୟୁ ସ୍ଵାକ୍ଷର ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 20, 2023, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.