ETV Bharat / state

କାଲିଠୁ G-୨୦ ୩ୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ, ଯୋଗଦେବେ ୬୩ ପ୍ରତିନିଧି

author img

By

Published : Apr 25, 2023, 10:49 PM IST

ଭୁବନେଶ୍ବରରେ ବୁଧବାରଠାରୁ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବ ଜି-୨୦ ୩ୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ । ଯୋଗଦେବେ ୬୩ ପ୍ରତିନିଧି । ଅଧିକ ପଢନ୍ତୁ

Etv Bharat
Etv Bharat
କାଲିଠୁ G-୨୦ ୩ୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ

ଭୁବନେଶ୍ବର: ଜି-୨୦ ୩ୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଭୁବନେଶ୍ବରରେ ବୁଧବାରଠାରୁ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଏଥିରେ ଜି-୨୦ ଦେଶ ସମୂହ, ଆମନ୍ତ୍ରିତ ରାଷ୍ଟ୍ର ଏବଂ ଓଇସିଡ଼ି, ୟୁନେସ୍କୋ ଓ ୟୁନିସେଫ ଭଳି ଅନ୍ତର୍ଜାତୀୟ ସଂଗଠନର ୬୩ ପ୍ରତିନିଧି ଯୋଗଦେବେ । ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆଲୋଚନାଚକ୍ର, ପ୍ରଦର୍ଶନୀ ଏବଂ କାର୍ଯ୍ୟ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ବୁଧବାର ସ୍ଥାନୀୟ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (IMMT) ପରିସରରେ ଭବିଷ୍ୟତର କାର୍ଯ୍ୟ ଆଧାରିତ ଦକ୍ଷତା ଗଠନ ଏବଂ ଜୀବନବ୍ୟାପୀ ଜ୍ଞାନ ଆହରଣକୁ ପ୍ରୋତ୍ସାହନ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ପ୍ରତିନିଧି ଯୋଗଦେବେ। ଏହି ଆଲୋଚନାଚକ୍ର ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକରେ ବିସ୍ତୃତ ଆଲୋଚନା ଲାଗି ସୁଯୋଗ ସୃଷ୍ଟି କରିବ। ଏଥିରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁବାସ ସରକାର ବକ୍ତା ଭାବେ ଯୋଗଦେବେ। ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ପରିଷଦ (NCVET) ଅଧ୍ୟକ୍ଷ ଡ. ନିର୍ମଳଜିତ୍ ସିଂ କାଲସୀ ଦକ୍ଷତା ଗଠନ ଉପରେ ବିସ୍ତୃତ ଉପସ୍ଥାପନା ରଖିବେ।

ସେହିଭଳି ଜାତୀୟ ଶିକ୍ଷା ପ୍ରଯୁକ୍ତି ମଞ୍ଚ (ଏନଇଟିଏଫ୍) ଅଧ୍ୟକ୍ଷ ଡ. ଅନିଲ ଡି ସହସ୍ରବୁଦ୍ଧେ ଜୀବନବ୍ୟାପୀ ଶିକ୍ଷା ଲାଗି ଡିଜିଟାଲ ପରିବ୍ୟବସ୍ଥା ଗଠନ ଉପରେ ସ୍ଵତନ୍ତ୍ର ଅଭିଭାଷଣ ରଖିବେ। ଏହି ଅବସରରେ ତିନୋଟି ପାନେଲ ଆଲୋଚନା ଅନୁଷ୍ଠିତ ହେବ। ପ୍ରଥମ ଅଧିବେଶନରେ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କିତ ଶ୍ରମ ବଜାର ଏବଂ ଦକ୍ଷତା ବିକାଶ ନେଇ ଶିକ୍ଷାନୁଷ୍ଠାନକୁ ପ୍ରସ୍ତୁତ କରାଇବା ଉପରେ ଗୁରୁତ୍ଵ ଦିଆଯିବ। ଉଚ୍ଚମାନର ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଉପରେ ଆଲୋଚନା ହେବ। ଏଥିରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ସଚିବ ଅତୁଲ କୁମାର ତିୱାରୀ ଅଧ୍ୟକ୍ଷତା କରିବେ।

ଏହା ବି ପଢନ୍ତୁ- G20 Meet: କମିଶନରେଟ ପୋଲିସର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁତୟନ ହେବେ ୨୨ ପ୍ଲାଟୁନ ଫୋର୍ସ

ଉଚ୍ଚଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ପ୍ରସ୍ତୁତି ଦିଗରେ ହେବାକୁ ଥିବା ଅଧିବେଶନରେ L&T ଏଡୁଟେକ୍ ସିଇଓ ସବ୍ୟସାଚୀ ଦାସ ଅଧ୍ୟକ୍ଷତା କରିବେ। ଭବିଷ୍ୟତର ଦକ୍ଷତା ସହ ପିଲାଙ୍କୁ ଯୋଡିବା ସମ୍ପର୍କିତ ଆଲୋଚନା ଚକ୍ରରେ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ସଚିବ ସଞ୍ଜୟ କୁମାର ଅଧ୍ୟକ୍ଷତା କରିବେ। ଆଲୋଚନାଚକ୍ର ଗୁଡିକରେ ବକ୍ତା ଭାବେ ବ୍ରାଜିଲ, ସ୍ପେନ, ୟୁଏଇ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଋଷ, ଦକ୍ଷିଣ ଆଫ୍ରିକା, ମରିସସ, ଚୀନ, ବ୍ରିଟେନ, ୟୁନିସେଫ୍ ଏବଂ ଓଇସିଡି ପ୍ରତିନିଧି ରହିବେ।

ସେହିପରି ୨୭ ଓ ୨୮ ଦୁଇଦିନ ଭୁବନେଶ୍ବରରେ ୩ୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ୨୮ ତାରିଖ ଦିନ ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଯିବେ। ସେହିଦିନ ବିଦାୟୀ ନୈଶ୍ୟଭୋଜି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି, ଦକ୍ଷତା ବିକାଶ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ। ଏବେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସାମିଲ ଥିବାବେଳେ ଆଗକୁ ଷଷ୍ଠ ଶ୍ରେଣୀରୁ ଦ୍ଵାଦଶ ଯାଏଁ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିବ। ନ୍ୟାସନାଲ କ୍ରେଡିଟ ଫ୍ରେମୱାର୍କରେ ଦକ୍ଷତାକୁ ଗୁରୁତ୍ବ ଦିଆଯିବ। ଫଳରେ ଡିଗ୍ରୀ ଏବଂ ଦକ୍ଷତା ମଧ୍ୟରେ ଥିବା ପାର୍ଥକ୍ୟ କମିପାରିବ।

ବିଦେଶୀ ବିଶ୍ଵବିଦ୍ୟାଳୟଗୁଡ଼ିକ ସହିତ ଅଧିକ ଗବେଷଣା ଲାଗି ସହଭାଗିତା କରାଯିବ। ବିଦ୍ୟାଳୟ ଭିତ୍ତିଭୂମି ବଦଳିବ। ଏହାସହ ଶିକ୍ଷା କ୍ଷେତ୍ରରେ ଭାରତୀୟ ମୌଳିକ ଢାଞ୍ଚାକୁ ଗୁରୁତ୍ବ ଦିଆଯିବ। ଦକ୍ଷତା ଶିକ୍ଷା ଆଧାରରେ ସରକାର ଜାପାନ, କାଜାକସ୍ଥାନ ଭଳି ଦେଶ ସହ ମିଳିତ ହୋଇ କାର୍ଯ୍ୟ କରୁଛନ୍ତି। ସିଙ୍ଗାପୁର ସହ ଏ କ୍ଷେତ୍ରରେ ମିଳିତ ହୋଇ କାମ କରିବା ପ୍ରସ୍ତାବ ରହିଥିବା ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ କୁମାର ତିୱାରୀ ଓ କେନ୍ଦ୍ର ଉଚ୍ଚଶିକ୍ଷା ସଚିବ କେ. ସଞ୍ଜୟ ମୂର୍ତ୍ତି, ପିଆଇବି ମହାନିର୍ଦେଶକ ଭୂପେନ୍ଦ୍ର କନ୍ଥଲା ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.